ବଡ଼ଚଣା: ଚୋରା କୋଇଲା ବୋଝେଇ ଟ୍ରକ ଜବତ

Spread the love

ବଡ଼ଚଣା,୨୯/୦୭(ସନ୍ଧାନ ନିୟୁଜ/ଅନୀତା ବେହେରା) ଚଣ୍ଡିଖୋଲ ଛକରୁ କଟକ ଯାଉଥିବା ଏକ ଚୋରା କୋଇଲା ବୋଝେଇ ଟ୍ରକକୁ ବଡ଼ଚଣା ପୋଲିସ ଜବତ କରିଛି । ଚଣ୍ଡିଖୋଲ ରୁ କଟକ ଯାଉଥିବା ଏକ ୧୦ ଚକିଆ ଟ୍ରକ ନଂ-ଓଆର ୦୪ଏଚ ୧୬୪୪ ବଡ଼ଚଣା ପେଟ୍ରୋଲ ପମ୍ପ ନିକଟରେ ଠିଆ ହୋଇଥିବା ସମଯରେ ବଡ଼ଚଣା ପୋଲିସ ସେଠାରେ ପହଞ୍ଚି ଗାଡ଼ି ଜବତ କରିବା ସହିତ ଚାଳକ ଓ ହେଲପରଙ୍କୁ ବଡ଼ଚଣା ଥାନାରେ ଅଟକ ରଖିଛି । ଟ୍ରକଟି ଚଣ୍ଡିଖୋଲ ଅଞ୍ଚଳର ବିନାୟକ ପ୍ରସାଦ ସାମଲଙ୍କର ବୋଲି ଜଣା ପଡ଼ିଛି । ଏହାର କେସ ନଂ ୧୬୬/୨୦୧୯ ବୋଲି ବଡ଼ଚଣା ଥାନା ଅଧିକାରୀ ଦିପକ କୁମାର ଜେନା ଜଣାଇଛନ୍ତି ।

Related Posts

About The Author

Add Comment