ଯାଜପୁର ସଦର, ୨୯ା୦୧: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବାଲିପଡ଼ିଆ ଗ୍ରାମର ବରିଷ୍ଠ ସ୍ୱାଧିନତା ସଂଗ୍ରାମୀ ବଡ଼ଚଣାର ଦ୍ୱିତୀୟ ଗାନ୍ଧୀ ନିଳମଣୀ ସାମଲଙ୍କ ଏକ ଶହ ଦୁଇ ବର୍ଷରେ କଟକ ଏସସିବି ମେଡିକାଲରେ ମୃତ୍ୟୁ ଘଟିଥିବା ବେଳେ, ଏହ ଖବର ଯାଜପୁର ଜିଲ୍ଲାରେ ପହଁଞ୍ôଚବା କ୍ଷଣି ଯାଜପୁର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଚି । ସ୍ୱାଧିନତା ସଂଗ୍ରାମୀ ନିଳମଣୀ ସାମଲ ୪ଥର ରାଷ୍ଟ୍ରପତି ପୁରସ୍କାର ପାଇଥିବା ବେଳେ, ସ୍ୱାଧିନତା ସଂଗ୍ରାମୀରେ ଝାସ ଦେଇ ଶ୍ରୀ ସାମଲ ୩ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ । ଯାହାକି ଏହି ଜିଲ୍ଲାର ଗର୍ବ ଓ ଗୌରବ ମଣ୍ଡନକରିଥିବା ଶ୍ରୀଯୁକ୍ତ ନିଳମଣୀ ସାମଲ ଆମ ଗହଣରେ ଆଉ ନାହାଁନ୍ତି । ବାଲିପଡ଼ିଆ କାହିଁକି ସାରା ଓଡ଼ିଶାରେ ବେଶ ପରିଚିତ ଥିଲେ । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ରୀର୍ବାଦ ଦେଇଥିଲେ । ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଡ. ଗନେଷଲାଲଙ୍କୁ ସାକ୍ଷାତ କରି ଶ୍ରୀ ସାମଲ ଅଭିବାଦନ ଜଣାଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ସ୍ୱାଧିନତା ସଂଗ୍ରାମୀ ସାଭାପିତ ଶ୍ରୀଯୁକ୍ତ ନିଳମଣୀ ସାମଲ କାର୍ଯ୍ୟକରି ଶ୍ରୀ ସାମଲ ବିଭିନ୍ନ ମହଲରେ ସମ୍ବଦ୍ଧି୭ତ ହୋଇଥିଲେ । ଶ୍ରୀ ସାମଲଙ୍କ ମରଶରୀରକୁ କଟକ ସୋରାଜ ଆଶ୍ରମପରିଶରର ରଖାଯାଇଥିଲା । ଶ୍ରୀ ସାମଲଙ୍କ ମର ଶରୀର ଜନ୍ମ ମାଟି ବାଲିପଡ଼ିଆରେ ମର୍ଯ୍ୟାଦାର ସହିତ ଗାର୍ଡ଼ ଅଫ ଅନ୍ନର ଦିଆଯାଇ ଶେଷକୃତ୍ୟ ସମ୍ମାନ ଦିଆଯାଇ ଶବ ସଂସ୍କାର କରାଯିବ ବୋଲି ଜଣାଯାଇଚି । ଶ୍ରୀ ସାମଲଙ୍କ ବିୟୋଗରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହିତ ଶ୍ରୀ ସାମଲଙ୍କ ବିୟୋଗରେ ମନ୍ତ୍ରୀ ଅତ୍ୟୁନ ସବ୍ୟସାଚି ନାୟକ, ବଡ଼ଚଣା ବିଧାୟକ ଅମର ପ୍ରଶାଦ ଶତପଥି, ବରୀ ବିଦାୟୀକା ସୁନନ୍ଦା ଦାସ, ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂରାଠୋର, ଯାଜପୁର ଲୋକ ସାସଂଦ ଶର୍ମିଷ୍ଠା ସେଠୀ, ଯାଜପୁର ବିଧାୟକ ପ୍ରଣବ ର୍ପକାଶ ଦାସ, ପ୍ରିତ୍ତିରଂଜନ ଘଡ଼ାଇ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ବିଦାନ ସଭାର ବାଚସ୍ପିତ ପ୍ରମିଳା ମଲିକ, କୋରେଇ ବିଧାୟକ ଅଶୋକ ବଳ, ବଡ଼ଚଣା ବ୍ଲକ ଅଧ୍ୟକ୍ଷ ମିନତୀ ସେନାପତି, ରସୁଲପୁର ବ୍ଲକ ଅଧ୍ୟକ୍ଷ ଅରୁଣ ରାଉତ, ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବିଭିନ୍ନ ଦଳର ରାଜନୈତିକ ନେତା ଶ୍ରୀ ସାମଲଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ଆତ୍ମବାର ସଦଗତି ହେଉ ବୋଲି ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ସେହପରି ଭାରତ ପ୍ରଧାନ ମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦି ଶ୍ରୀ ସାମଲଙ୍କ ପରିବାରକୁ ଭଗବାନ ସହାୟ ହୁଅନ୍ତୁ ବୋଲି ଶୋକ ପ୍ରକାଶ କରିଥିଲେ ।
ବଡ଼ଚଣାର ଦ୍ୱିତୀୟ ଗାନ୍ଧି ନିଳମଣୀ ସାମଲଙ୍କ ପରଲୋକ
|
January 30, 2024 |
