ବ୍ୟାସନଗର ଅଞ୍ଚଳରେ ୩୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି

Spread the love

ଯାଜପୁର ସଦର, ୨୩ା୦୨: ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳ ବ୍ୟାସନଗର ସହରର ବିଭିନ୍ନ ସ୍ଥାନରେ ଝାଡ଼ା ବାନ୍ତି ବ୍ୟାପିବାରୁ ଏଥିରେ ୩୦ରୁ ଉର୍ଦ୍ଧ୍ୱ ରୋଗୀ ଆକ୍ରାନ୍ତ ହୋଇଥିବା ଜଣାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ଯାଜପୁର ରୋର୍ଡ଼ ସ୍ୱାସ୍ଥ୍ୟକେନ୍ଦ୍ରରେ ଝାଡ଼ାବାନ୍ତୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥରବା ଦେଖିବାକୁ ମିଳିଚି । ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଚିକିତ୍ସା କରାଯିବା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବେବସ୍ଥା ଦେଖିବାକୁ ମିଳିଚି । ରୋଗୀ ଏବଂ ସେମାନଙ୍କ ଆତ୍ମୀୟ ସୌଜନ ମାଡିକାଲରେ ପହଁଞ୍ôଚବାରୁ ମେଡିକାଲରେ ଜାଗା ନଥିବାରୁ ଏଠାରେ ରୋଗୀ ମାନଙ୍କ ପାଇଁ ଅଧିକ ବେଡ଼ ନଥିବାରୁ ଝାଡ଼ାବାନ୍‌ୀରେ ଆକ୍ରାନ୍ତ ହୋଇଥିବା ରୋଗୀ ମାନେ ବାରଣ୍ଡାରେ ଚିକିତ୍ସିତ ହେଉଥିବା ଗଣମାଧ୍ୟମର ନଜରୁ ଆସିଚି । ୩୦ ଶଯ୍ୟା ବିଶିଷ୍ଟ ପୁରୁଣା କୋଠାରେ ଭତ୍ତି ହୋଇଥିବା ଝାଡ଼ା ବାନ୍ତୀରେ ବାରଣ୍ଡାରେ ସାଲାଇନ ଲଗାଯାଇ ଚିକିତ୍ସା କରାଯାଉଚି । ଏଠାରେ ସୂଚନା ଯୋଗ୍ୟ ଯେ, ଖମଣ, ଉଦୟପାଟଣା, ଗୁରୁସାହି, ଠାକୁରପାଟଣା, ତଳଗଡ଼, ପଂଚାୟତର ବିଭିନ୍ନ ଗାଁ ବ୍ୟାସନଗର ପୌର ପରିଶଦର ବିଭିନ୍ନ ଅଞ୍ଚଳର ଏହି ରୋଗୀ ମାନେ ଝାଡ଼ା ବାନ୍ତୀରେ ଆକ୍ରାନ୍ତ ହୋଇ ଗୁରୁତର ରୋଗୀକୁ ୬ରୁ ୭ଟି ସାଲାଇନ ଦବୋ ରୋଗୀ ମାନଙ୍କୁ ଦିଆଯାଉଚି । ଝାଡ଼ା ବାନ୍ତୀରେ ଆକ୍ରାନ୍ତ ହୋଇଥିବା ଶଙ୍ଖଚିଲା ଗ୍ରାମର ୨୦ରୁ ଉର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଛନ୍ତି । ବାନ୍ତି ସାଙ୍ଗକୁ ଝାଡ଼ା ହେଉଥିବା ରୋଗୀ ମାନେ ହେଲେ ଏହା ନମୁନା ପରୀକ୍ଷା କରାଯିବା ଲାଗି କୋରେଇ ସ୍ୱାସ୍ଥ୍ୟ ବିଭାଗକୁ ଡାକ୍ତର ପୃଷ୍ଟି ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଏଦିଗରେ ଦୃଷ୍ଟି ଦେବାଲାଗି ଜନସାଧାରଣଙ୍କ ତରଫରୁ ଦାବି କରାଯାଉଚି । ତୁରନ୍ତ ଏଦିଗରେ ଯାଜପୁର ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ଦୃଷ୍ଟି ଦେବାଲାଗି ଦାବି କରାଯାଇଚି ।

Related Posts

About The Author

Add Comment