ବ୍ୟାପକ ଅବକାରୀ ଚଢ଼ାଉ, ବିପୁଳ ପରିମାଣର ମଦ ଜବତ । ୧୧ ଗିରଫ ।

Spread the love

ଭଦ୍ରକ, ୦୩/୧୧/୨୦ (ସନ୍ଧାନ ନିଉଜ) : ଜିଲ୍ଲାପାଳ ଜ୍ଞାନ ଦାସଙ୍କ ନିର୍ଦେଶକ୍ରମେ ଜିଲ୍ଲା ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ଜିଲ୍ଲା ଅବକାରୀ ବିଭାଗର ଗୋଟିଏ ସ୍ୱତନ୍ତ୍ର ଟିମ ଏ.ପି.ଆର ଫୋର୍ସ ସହିତ ଭଦ୍ରକ ଟାଉନ ଥାନା, ଭଦ୍ରକ ଗ୍ରାମାଞ୍ଚଳ ଥାନା ଓ ପୁରୁଣା ବଜାର ଥାନା ଅନ୍ତର୍ଗତ ନରିପୁର ଚଢେୟା,କାଉପୁର ଛକ, ଗରଦପୁର, ଡାହାଣୀ ଗଡ଼ିଆ କେନାଲ ରୋଡ ଆଦି ୯ ଟି ସ୍ଥାନରେ ଚଢାଉ କରାଯାଇଛି। ଏହି ଚଢାଉ ସମୟରେ ବିଭିନ୍ନ ସ୍ଥାନରୁ ବେଆଇନ ଭାବେ ବିକ୍ରି ହେଉଥିବା ମୋଟ ୫୧୦ ଲିଟର ଦେଶୀ ମଦ,୩୦ ଲିଟର ବିଅର, ୩୦ ଲିଟର ଆସ୍କା ଫୋର୍ଟି ସହ ଗୋଟିଏ ଫ୍ରିଜ ଓ ଗୋଟିଏ ମୋଟର ସାଇକେଲ (OD-22-5132) ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ମୋଟ ୧୧ ଜଣଙ୍କୁ ଗିରଫ କରାଯାଇଛି । ଜବତ ମଦର ଆନୁମାନିକ ମୂଲ୍ୟ ୦୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଭଦ୍ରକ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ୍‌ଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଏହି ଚଢାଉ କରିଥିଲେ । ଉକ୍ତ ଚଢାଉରେ ଏସ୍‌.ଆଇ ସନ୍ତୋଷ କୁମାର ବଳ ଓ ସ୍ପନ୍ଦନ କୁମାର ମହାନ୍ତି , ଏ.ଏସ୍‌.ଆଇ ପ୍ରହଲ୍ଲାଦ ସାମଲ,ଭବେଶ ଦାସ, ପୁରୁଷୋତ୍ତମ ମଲ୍ଲିକ,ଦୀପକ କୁମାର ରାଉତ ଓ କନେଷ୍ଟବଳ ପ୍ରଦୀପ ମଲ୍ଲିକ,ମୁରଲୀ ପ୍ରଧାନ, ରମେଶ ନାୟକ,ଅଜିତ କୁମାର ସିଙ୍କୁ ,ଶିବପ୍ରସାଦ ସାହୁ,ପରେଶ ଟୁଡୁ, ରଶ୍ମିରେଖା ଜେନା,ଜେମାମଣି ଜାମୁଡ଼ା ପ୍ରଭୃତି ସାମିଲ ଥିଲେ । ଏନେଇ ଅବକାରୀ ବିଭାଗ ପକ୍ଷରୁ ୯ଟି ପୃଥକ ପୃଥକ ମାମଲା ରୁଜ୍ଜୁ କରାଯାଇଛି।

Related Posts

About The Author

Add Comment