ଯାଜପୁର ସଦର,ସନ୍ଧାନ ନ୍ୟୁଜ, ୧୫ା୧୦: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ବ୍ରହ୍ମବରଦା ଥାନା ନାଳକୁଳ ଗ୍ରାମର ସର୍ବେଶ୍ୱର ନାୟକ ତାଙ୍କ ସାଙ୍ଗ ବାଙ୍କସାହୀ ଗ୍ରାମର ପ୍ରିତିଶ ଲେଙ୍କାଙ୍କୁ ଦୃବୁର୍ତ୍ତ ମାନେ ଆକ୍ରମଣ କରିଥିବା ଏବଂ ଲୁଟ ଘଟଣାରେ ବ୍ରହ୍ମବରଦା ଥାନା ପୋଲିସ ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରିଚି । ଏଠାରେ ସୂଚନା ଯୋଗ୍ୟ ଯେ, ବ୍ରହ୍ମବରଦ ଅଞ୍ଚଳର କାଳନ୍ଦୀ ଜେନା ଏହି ଘଟଣା ସଂମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ଫେରାର ହୋଇଥିବା ବେଳେ, ବ୍ରହ୍ମବରଦା ଥାନା ପକ୍ଷରୁ ଚଢ଼ାଉ ଜାରି ରହିଚି । ଘଟଣାରୁ ପ୍ରକାଶ ଯେ, ଉଭୟ ବ୍ରହ୍ମବରଦା ଠାରେ ଥିବା କମ୍ପ୍ୟୁଟର ଦୋକାନ ବନ୍ଧକରି ଘରକୁ ଫେରୁଥିବା ବେଳେ, ରାତି ୯ଟା ସମୟରେ ପୂର୍ବ ଶତୃତାକୁ କେନ୍ଦ୍ର କରି ବ୍ରହ୍ମବରଦା ଇସ୍ତମାପଡ଼ିଆ ଛକ ନିକଟରେ ଦୃବୁର୍ତ୍ତମାନେ ଜଗିରହିଥିବା ବ୍ରହ୍ମବରଦା ଅଞ୍ଚଳର ପପୁନି ରାଉତ, ସିତୁ ରାଉତ, ବିଶ୍ୱଜିତ ଦାସ, ଚିଣ୍ଟୁ ରାଉ, କାଳନ୍ଦୀ ଜେନା, ହାପି ଜେନା, କୁଶବଟ ପଂଚାୟତ ସଂଜିବ ପ୍ରଧାନଙ୍କ ସହ ଚାନ୍ଦପୁର ଗ୍ରାମର ମୁନାଦାସ ସଂଘ ବଦ୍ଧ ହୋଇ ଆକ୍ରମଣ କରରିଥିଲେ । ମରଣାତ୍ମକ ଆକ୍ରମଣ କରାଯାଇଥିବା ବେଳେ, ପ୍ରତିଶକୁ ଦୃବୁର୍ତ୍ତମାନେ ଆକ୍ରମଣ କରିଥିଲେ । ସେମାନେ ଉଭୟଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିଦେଇଥିଲେ । ଯାହାଫଳରେ ଉଭୟ ଚେତା ଶୁନ୍ୟ ହୋଇ ପଡ଼ିଥିବା ବେଳେ, ଆକ୍ରମଣକାରୀ ଉଭୟଙ୍କ ପାଖରୁ ଏକ ନୂଆ ଲାପଟପ ଦୁଇଟି ମୋବଇଲ ଗୋଟିଏ ଲେଖାଏଁ ସୁନା ଚେନ, ଦୁଇଟି ମୁଦି, ସର୍ବେଶ୍ୱର ପାଖରେ ଥିବା ୬୦ ହଜାର ଟଙ୍କା ରୁପା ବେସଲେଟ ଛଡ଼ାଇ ନେଇ ଫେରାର ହୋଇଯାଇଥିଲେ । ସେହି ରାସ୍ତା ଦେଇ କିଛି ଭଦ୍ରବ୍ୟକ୍ତି ଯାଉଥିବା ବେଳେ, ଫୋନରେ ବ୍ରହ୍ମବରଦା ଥାନାକୁ ଜଣାଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଁଞ୍ôଚ ଉଭୟଙ୍କୁ ଉଦ୍ଧାର କରି ଧର୍ମଶାଳା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଚି । ଏନେଇ ୧୨ ତାରିଖରେ ସର୍ବେଶ୍ୱରଙ୍କ ସମ୍ପର୍କିୟ ବ୍ରହ୍ମବରଦା ଥାନାରେ ଏତଲା ଦେଇଥଲେ । ବ୍ରହ୍ମବରଦା ପୋଲିସ ୧୨୮/୨୩ ରେ ମାମଲା ରୁଜୁ କରି ଜଣକୁ ଗିରଫ କରି ତଦନ୍ତ ଜାରି ରଖିଚି ।
ବ୍ୟବସାୟଙ୍କ ଠାରୁ ଲାପଟପ ଏବଂ ଟଙ୍କା ଲୁଟିନେଲେ ଦୃବୁର୍ତ୍ତ
|
October 15, 2023 |
