ବ୍ଳକ୍ କଂଗ୍ରେସ ଘେରାଉ ପାଇଁ ପ୍ରସ୍ତୁତି ବୈଠକ ୧୮ରେ ବ୍ଳକ୍ ଘେରିବ କଂଗ୍ରେସ

Spread the love

ଯାଜପୁର, ୯/୮(ସନ୍ଧାନ ନିଉଜ ) : ଯାଜପୁର ବ୍ଳକ୍ କଂଗ୍ରେସ୍ ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନ କ୍ରମେ ସମଗ୍ର ଓଡ଼ିଶାର ପ୍ରତ୍ୟେକ ବ୍ଳକ୍‌ରେ ଆସନ୍ତା ୧୮ତାରିଖ ଦିନ ବିଭିନ୍ନ ଦାବି କୁ ନେଇ କଂଗ୍ରେସ ପକ୍ଷରୁ ବ୍ଳକ୍ ଘେରାଉ କାର୍ଯ୍ୟକ୍ରାମ ସ୍ଥିର କରାଯାଇଥିବା ବେଳେ ଏହି ପରିପ୍ରେକ୍ଷୀରେ ଯାଜପୁର ବ୍ଳକ୍ କଂଗ୍ରେସ୍ ପକ୍ଷରୁ ବ୍ଳକ୍ କଂଗ୍ରେସର ସଭାପତି ଗଦାଧର ଦାସଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଜନ ବିରୋଧୀ କାର୍ଯ୍ୟକ୍ରମ ବିରୁଦ୍ଧରେ ଜନସଚେତନତା ଆଣିବା ସହ ଯାଜପୁର ବ୍ଳକ୍ ଦୀର୍ଘଦିନ ହେବ ଚାଲୁଥିବା ପିସି କାରବାର, ଆବାସ ଯୋଜନାରେ ଦୁର୍ନୀତି , ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ନାରୀ ନିର୍ଯ୍ୟାତନା, ଚାଷୀ ମାରଣ ନୀତି ଏବଂ ଟାଟା କମ୍ପାନୀର ଖାଉଟି ବିରୋଧୀ, ବିଜୁଳି ନୀତି ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ଏଥି ପାଇଁ ଯାଜପୁର ବ୍ଳକ୍‌ର ସମସ୍ତ କଂଗ୍ରେସ କର୍ମୀମାନଙ୍କୁ ବିକ୍ଷୋଭରେ ସାମିଲ ହେବା ପାଇଁ ବ୍ଳକ୍ କଂଗ୍ରେସର ସଭାପତି ବଳଭଦ୍ର ଦାସ ଅନୁରୋଧ ଜଣାଇଛନ୍ତି । ଏହି ବୈଠକରେ ଜିଲ୍ଲା କଂଗ୍ରେସ୍ ସଭାପତି ମନୋଜ କୁମାର ରାଉତ, ବରିଷ୍ଠ ନେତା ସନ୍ତୋଷ ନନ୍ଦ, କାର୍ଯ୍ୟକାରୀ ସଭାପତି ବିଷ୍ଣୁଚରଣ ରାଉତ, ଅଂଚଳ ଦାସ, ସୁଦୀପ କର, ସଂଗ୍ରାମ ସାହାଣି, ଭରତ ସାହୁ, ନବ କିଶୋର ନାୟକ, ସେକ ଆଲିମ୍‌, ସେକ ଅଜିଜ, ଅଲେଖ ପୃଷ୍ଟି, ପରିମଳ ବିଶ୍ୱାଳ, ମକରଧ୍ୱଜ ବାରିକ, ସେକ ଜାହିରଅଲ୍ଲୀ, ଉତ୍କଳ ପାଣିଗ୍ରାହୀ, ପ୍ରଭୃତି ଉପସ୍ଥିତ ଥିଲେ ।

Related Posts

About The Author

Add Comment