ଭଦ୍ରକ, ୪/୧୨ (ସନ୍ଧାନ ନିଉଜ) : ରାଜ୍ୟରେ ନାରୀ ନର୍ଯ୍ୟାତନା ଓ ଦୁଷ୍କର୍ମ ପାଇଁ ବିପଦରେ ‘ପରୀ’ଙ୍କ ଜୀବନ | ପ୍ରତିଦିନ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ଘଟୁଛି ଲଜ୍ୟା ଜନକ ଘଟଣା | ଏଭଳି ଏକ ଲଜ୍ୟା ଜନକ ଘଟଣା ଘଟିଛି ଭଦ୍ରକରେ | ଧୁଷୁରୀ ଥାନା ଅଧିନସ୍ଥ ଖପରପଦା ଅଂଚଳର ଜନୈକ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବାର ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି । ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ପ୍ରସ୍ତୁତ କରି ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରୁଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣକ ୩ମାସ ଧରି ଏପରି ଭାବେ ବ୍ଲାକମେଲିଂ କରି ପୀଡ଼ିତାଙ୍କୁ ଦୁଷ୍କର୍ମ କରୁଥିଲା । ଏଥି ସହ ପରିବାର ଲୋକଙ୍କୁ ହତ୍ୟାର ଧମକ ମଧ୍ୟ ଦେଉଥିଲା ଅଭିଯୁକ୍ତ । ଏବେ ପରିବାର ଲୋକଙ୍କ ଅଭିଯୋଗ ପରେ ଧୁଷୁରି ପୁଲିସ ତଦନ୍ତ ଆରମ୍ଭ କରି ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ବିଚିତ୍ର ମାଝୀକୁ ଗିରଫ କରିଥିବା ବେଳେ ତାର ୨ଭାଇଙ୍କୁ ଅଧିକ ତଦନ୍ତ ପାଇଁ ଅଟକ ରଖିଛି ପୁଲିସ l ତେବେ ଝିଅ ସହ ଯେଉଁ ଅମାନୁଷିକ କାର୍ଯ୍ୟ ହୋଇଛି, ଦୋଷୀକୁ ତୁରନ୍ତ କଠୋର ଦଣ୍ଡ ଦେବା ପାଇଁ ପରିବାର ଲୋକ ଦାବି କରିଛନ୍ତି l
ବ୍ଲାକମେଲ କରି ୩ମାସ ଧରି ନାବାଳିକାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ |
|
December 4, 2019 |
