ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ କାର୍ଯ୍ୟକ୍ରମ- ୨୦୨୫ ଅନୁଷ୍ଠିତ

Spread the love

ସୁନ୍ଦରଗଡ ତା:୨/୧୨/୨୦୨୫(ସନ୍ଧାନ ନ୍ୟୁଜ/ଦୁର୍ଯ୍ୟୋଧନ ଗରଡିଆ) ବାଲିଶଙ୍କରା ବ୍ଲକ ବାଲିଶଙ୍କରା ସରକାରୀ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ କାର୍ଯ୍ୟକ୍ରମ- ୨୦୨୫ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରୁବିନା ଏକ୍କା ସହିତ ବାଲିଶଙ୍କରା ବ୍ଲକ ଅଧ୍ୟକ୍ଷା ଶ୍ରୀ ମତି କୁଞ୍ଜଳତା ଭିତ୍ରିଆ ଓ  ଉପାଧ୍ୟକ୍ଷ ଶ୍ରୀ ପିତାମ୍ବର ଶେଖର ଦେଓ ଯୋଗ ଦେଇଥିଲେ । ବ୍ଲକରେ ଥିବା ଭିନ୍ନକ୍ଷମଙ୍କ  ପରୀକ୍ଷା ନିରୀକ୍ଷା ଉପରେ ଗୁରୁତ୍ବ ଦିଆଯାଇଥିଲା । ସଉନା ମରା ଗ୍ରାମ ପଂଚାୟତ ସମିତି ମେମ୍ବର ଶ୍ରୀ ମତି ବେଳମତି ଧୃଆ, ରାମ ପୁର ଗ୍ରାମ ପଂଚାୟତ ସମିତି ମେମ୍ବର ଶ୍ରୀ ପ୍ରମୋଦ କୁମାର ମିଞ୍ଜ ଉପସ୍ଥିତ ଥିଲେ l ସମସ୍ତ ଅଙ୍ଗନବାଡି କର୍ମୀ, ଆଶା ଦିଦି,ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ, ସମସ୍ତ ପଞ୍ଚାୟତ ପି. ଇ. ଓ. ଓ ଅନ୍ୟାନ୍ୟ ପଂଚାୟତ କର୍ମୀ ମାନେ ଯୋଗ ଦେଇଥିଲେ l ବାଲିଶଙ୍କରା ସରକାରୀ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ଭିନ୍ନକ୍ଷମ ଲୋକ ମାନଙ୍କୁ ସହଯୋଗ କରିଥିଲେ l ବ୍ଲକ ର ସବୁ ଅଞ୍ଚଳ ରୁ ଭିନ୍ନକ୍ଷମ ସଦସ୍ୟ ସଦସ୍ୟା ମାନେ ଆସି ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ନିଜ ନିଜର  ସ୍ବାସ୍ଥ୍ୟ ପରୀକ୍ଷା କରିଥିବା ଦେଖିବାକୁ ମିଳିଥିଲା। ଏଥିରେ ସର୍ବମୋଟ ୧୮୨ ଜଣ ସ୍ବାସ୍ଥ୍ୟ ପରୀକ୍ଷା କରିଥିବା ସୂଚନା ମିଳିଛି।

Related Posts

About The Author

Add Comment