ବ୍ଲକ କର୍ମଚାରୀଙ୍କ ବିରୋଧରେ ତାତିଲେ ଝିଙ୍କିରିଆ ଗ୍ରାମବାସୀ

Spread the love

ତିହିଡି, ୧୪/୧୧ (ସନ୍ଧାନ ନିୟୁଜ) : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅଧିନ ଝିଙ୍କିରିଆ ଗ୍ରାମବାସୀଙ୍କ ପକ୍ଷରୁ ଜନୈକ ବ୍ଲକ କର୍ମ·ରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ହୋଇଛି । ଏହି ପଞ୍ଚାୟତର ଝିଙ୍କିରିଆ ଗ୍ରାମର ବାସିନ୍ଦା ହୋଇ ସଂପୃକ୍ତ କର୍ମ·ରୀ ସ୍ଥାୟୀ ଗୃହକରି ରହୁଥିବା ବେଳେ ସିନ୍ଦୋଳ ପଞ୍ଚାୟତର ମଧ୍ୟ ମୂଳ ରେକର୍ଡ ରହିଛି । ଉଭୟ ପଞ୍ଚାୟତ ଭୋଟର ଲିଷ୍ଟ ରଖି ଏହି କର୍ମ·ରୀ ଜଣକ ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗ ହାତେଇଥିବା ଏବଂ ବ୍ଲକ ପ୍ରଶାସନ କଳକୁ ଏପାଖ ସେପାଖ କରାଇ ଅନ୍ୟ ସୁବିଧା ହାତେଇବାକୁ ମସୁଧା ଚଳାଉଥିବା ଅବିଯୋଗ ହୋଇଛି । କର୍ମ·ରୀ ଜଣକ ତାଙ୍କ ନିଜ ମାଆଙ୍କ ନାମରେ ୨୦୧୪-୧୫ ଆର୍ଥିକ ବର୍ଷରେ ଇନ୍ଦିରା ଆବାସ ପାଇଥିବା ବେଳେ ତାଙ୍କ ବାପାଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରାୟୋରିଟ ଲିଷ୍ଟରେ ଏକ ନମ୍ବରରେ ନାମ ରଖି ଆଉ ଗୋଟିଏ ସରକାରୀ ଗୃହ ହାତେଇବାକୁ ମସୁଧା ଚଳାଇଛନ୍ତି । ଏଥିସହ ୨୦୧୯-୨୦ ଆର୍ଥିକ ବର୍ଷରେ ତାଙ୍କ ନିଜ ନାମରେ ସିନ୍ଦୋଳ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହାତେଇବାକୁ ମସୁଧା କରୁଛନ୍ତି । କର୍ମ·ରୀଙ୍କ ଏ ସଂକ୍ରାନୀୟ ସମସ୍ତ ସରକାରୀ ପ୍ରମାଣ ପତ୍ର ବିଡିଓଙ୍କ ଠାରେ ଦାଖଲ କରିବା ସହିତ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି ସୋମବାର ବିଡିଓଙ୍କ ଠାରେ ଅଭିଯୋଗ କରିଛନ୍ତି । ସଂପୃକ୍ତ କର୍ମ·ରୀ ଜଣକ ଗୋଟିଏ ବିଭାଗର ସହକାରୀ କର୍ମ·ରୀଭାବେ କାର୍ଯ୍ୟ କରୁଥିବା ବେଳେ ବିଭିନ୍ନ ସମୟରେ ଆବାସ ଯୋଜନା ଓ ଖାଉଟି କାର୍ଡ ସମ୍ପର୍କରେ କ୍ଷେତ୍ରୀୟ ତଦନ୍ତ କରୁଥିବା ଏହି ଗ୍ରାମବାସୀ ଅଭିଯୋଗ କରିବା ସହିତ ତୁରନ୍ତ ତାଙ୍କ ବିରୋଧରେ ବିହିତ ପଦକ୍ଷେପ ନେବାଲାଗି ଦାବୀ କରିଛନ୍ତି । ତେବେ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ପୂନଶ୍ଚ ବୁଧବାର ସରପଞ୍ଚ କିର୍ତ୍ତନ ରାଉତଙ୍କ ସମେତ ଭୁବନା ମୋହନ ମହାରଣା, ରାଧାରାଣୀ ବେହେରା, ରାମନାରାୟଣ ଦାସ, ଭାଗିରଥି ମହାଳିକ, ଦେବେନ୍ଦ୍ର ବେହେରା, ରତିକାନ୍ତ ପଣ୍ଡା, ପଦ୍ମଲୋଚନ ପତି, ସଞ୍ଜୟ ବାରିକ, ସୁରେଶ ନାୟକ, ହୃଷିକେଶ ବେହେରା, ପ୍ରକାଶ ବାରିକ, ପ୍ରଭାତ ମହାଳିକ ଓ ବିଭାସ ବିଶ୍ୱାଳ ପ୍ରମୁଖ ବିଡିଓଙ୍କୁ ଭେଟି ସଂପୃକ୍ତ କର୍ମ·ରୀଙ୍କୁ କଣ ପାଇଁ ଘଣ୍ଟ ଘୋଡାଯାଉଛି ବୋଲି ପ୍ରଶ୍ନ କରିଥିଲେ । ତେବେ ଦୁଇ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଜରିଆରେ ସଂପୃକ୍ତ କର୍ମ·ରୀଙ୍କ ଭୋଟର ଲିଷ୍ଟ ଯାଞ୍ଚ କରାଯିବ ଏବଂ ସରକାରୀ ସୁବିଧା ହାତେଇଥିବା ସମ୍ପର୍କରେ ସବିଶେଷ ତଦନ୍ତ କରାଯିବା ଲାଗି ନିର୍ଦ୍ଦେଶ ହୋଇଛି । ରିପୋର୍ଟ ମୁତାବକ କର୍ମ·ରୀଙ୍କୁ କୈଫତ୍ ତଲବ କରାଯିବା ସହିତ ଆବଶ୍ୟକ ମୁତାବକ ପଦକ୍ଷେପ ନିଆଯିବ ବୋଲି ବିଡିଓ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

Report- R Nayak

Related Posts

About The Author

Add Comment