ବ୍ଲକରେ ଚାଲିଛି ମହା ଦୁର୍ନୀତି,ବିରୋଧ କଲେ ୨୧ ସମିତି ମେମ୍ବର

Spread the love

ଜମନକିରା,୧୦/୦୬/୨୩( ସନ୍ଧାନ ନିଉଜ /ଜିତେନ୍ଦ୍ର ମୁଦୁଲି):ସମ୍ବଲପୁର ଜିଲ୍ଲା ଜମନକିରା ଅଞ୍ଚଳ ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ,ହେଲେ ଏଠି ଉନ୍ନୟନ କାର୍ଯ୍ୟ ବଦଳରେ ଚାଲିଛି ମହା ଦୁର୍ନୀତି,ପ୍ରକାଶ ଥାଉ କି ଆଜି ବ୍ଲକ ସଭାଗୃହ ରେ ସମିତି ଅଧ୍ୟକ୍ଷା ଅଶ୍ରିତା ଭୋଇ ଙ୍କ ସଭାପତିତ୍ବ ରେ ଏକ ବୈଠକ ଅନୁଷ୍ଟିତ ହୋଇଥିଲା,ଏହି ବୈଠକ ରେ କୃଷି ଓ ଉଦ୍ୟାନ କୃଷିବିଭାଗ, ଉଠା ଜଳ ସେଚନ, କ୍ଷୁଦ୍ର ଜଳସେଚନ,ମୃତ୍ତିକା ସଂରକ୍ଷଣ, ମତ୍ସ୍ୟ ପାଳନ, ଶିଶୁ ବିକାଶ,ବିଦ୍ୟୁତ୍, ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା କୁ ନେଇ ଆଲୋଚନା ହୋଇଥିଲା,ଆଜି ଏଇ ବୈଠକ ରେ ସମସ୍ତ ପଂଚାୟତ ର ସରପଞ୍ଚ,ସମିତି ଜୀବିକା ମିଶନ ଉପରେ ଆଲୋଚନା କରି ବିପିଏମ ଶ୍ରୀ କରିମ୍ ଙ୍କ ଦୁର୍ନୀତି ଖୋର୍ କାର୍ଯ୍ୟ କୁ ବିରୋଧ କରି ତାଙ୍କୁ ଅନ୍ୟତ୍ର ବଦଳି ପାଇଁ ପି.ଡି ଙ୍କୁ ଲିଖିତ ଜଣାଇଛନ୍ତି,ଅନ୍ୟ ପଟେ ଗ୍ରାମାଞ୍ଚଳ ରେ ଲଗାଯାଇଥିବା ଷ୍ଟ୍ରିଟ ଲାଇଟ୍ ର ଖର୍ଚ୍ଚ କୁ ବିରୋଧ କରି ବିଡ଼ିଓ ପ୍ରସନ୍ନ କୁମାର ପଟେଲ ଙ୍କ ଉପରେ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି, ପ୍ରକାଶ ଥାଉ କି ଜମନକିରା ଅଞ୍ଚଳରେ ସର୍ବମୋଟ ଦୁଇଶହ ଦଶ ଗୋଟି ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇଛି ଯାହାର ମୂଲ୍ୟ ଅତିବେଶୀରେ ଦଶଲକ୍ଷ ଟଙ୍କା ପର୍ଯ୍ୟନ୍ତ ହେବ କିନ୍ତୁ ବିଡ଼ିଓ ମହାଶୟ ୪୪ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ପ୍ରକାଶ କରିଛନ୍ତି ତେଣୁ ଏହାର ସଠିକ୍ ତଦନ୍ତ ହେଲେ ପ୍ରକୃତ ରହସ୍ୟ ପଦାକୁ ଆସିବ ବୋଲି ସମସ୍ତ ସମିତି ଓ ସରପଞ୍ଚ ଦାବି କରିଛନ୍ତି,ବର୍ତ୍ତମାନ ଖବର ପ୍ରସାରଣ ପରେ ଷ୍ଟ୍ରିଟ୍ ଲାଇଟ୍ ଘୋଟାଲା ର ପରଦା ଫାସ ହେଉଛି ନା ନାହିଁ ତାହା ଦେଖିବାକୁ ବାକି ରହିଲା ଏଇ ବୈଠକ ରେ କୁଚିଣ୍ଡା ବିଧାୟକ ଶ୍ରୀ କିଶୋର ନାଏକ, ସାଂସଦ ପ୍ରତିନିଧି ସୁନିଲ ମୁଦୁଲି,ବ୍ଲକ ଉପାଧ୍ୟକ୍ଷ ରୋହିତ କୁମାର ଭୋଇ ଉପସ୍ଥିତ ଥିଲେ

Related Posts

About The Author

Add Comment