ବ୍ରାହ୍ମଣୀ ସେତୁରେ ଦୃଘଟଣା ୧୦ ଘଣ୍ଟା ଧରି ଚଳା ଚଳ ଠପ :ବହୁ ସମୟ ଧରି ନାହିଁ ନଥିବା ଅସୁବିଧାରେ ଅଞ୍ଚଳବାସୀ

Spread the love

ଜେନାପୁର, ୦୯୦୯ (ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ) ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଦୁବୁରୀ ୫୩ ନମ୍ବର ଜାତୀୟ ରାଜପଥ କବାଟବନ୍ଧ ବ୍ରାହ୍ମଣୀ ସେତୁରେ  ଆଜି ଏକ ସଡ଼କ ଦୃଘଟଣା ଘଟିଥିବା ଜଣାପଡିଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ରାତ୍ରି ପ୍ରାୟ ୧୧ ଘଟିକା ସମୟରେ ଏକ ୧୪ ଚକିଆ ଟ୍ରକ ଚଣ୍ଡିଖୋଲ ଅଭିମୁଖେ ଯାଉଥିଲା ଏତିକି ବେଳେ ବିପରୀତ ଦିଗରୁ ଆସୁଥିବା ଏକ ହାଇୱା ଭାରଶ୍ୟାମ ହରାଇ ଟ୍ରକଟିର ତେଲ ଟାଙ୍କିଟିକୁ ଶକ୍ତ ଧକ୍କା ଦେଇଥିଲା ,ଏଥିରେ କେହି ମୃତ୍ୟହାତ ହୋଇନଥିବା ଜଣାପଡିଛି । ଏପରି ସ୍ଥିତିରେ ପ୍ରାୟ ୧୦ ଘଣ୍ଟା ଧରି ଯାନ ବାହାନ ଚଳାଚଳ ଠପ ହେଇଯାଇଥିବା ହେତୁ ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଥିଲା ।ଖବର ପାଇ ଜେନାପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୃଘଟଣା ଗାଡ଼ି ଦୁଇ ଟିକୁ ମେସିନୀ ସାହାଯ୍ୟରେ ଗୋଟିଏ ପାଖରେ ରଖି କେବଳ ଗୋଟିଏ ପାଖରେ ଯାତାୟତ କରିଥିଲେ ମଧ୍ୟ ରାସ୍ତା ଜାମ୍ ଭାଙ୍ଗିନଥିଲା ।ସୂଚନା ଥାଉକି  ଅଞ୍ଚଳବାସୀ ଜୀବନ ରେଖା ପଲଟିଥିବା ସେତୁ ଉପରେ ନିର୍ଭର କରୁଥିବା ବେଳେ ପ୍ରାୟ ଗୋଟିଏ ମାସ ଭିତରେ ୫ଟି ସଡ଼କ ଦୁର୍ଘଟଣା ଘଟିଲାଣି।ଏତିକି ବେଳେ ଶୀଘ୍ର ପୁରୁଣା ସେତୁର ମରାମତି ଓ ନୂତନ ସେତୁ ନିର୍ମାଣ କୁ ନେଇ ପୂର୍ବରୁ ବହୁବାର ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆବାହକ ଶ୍ରୀ ସରୋଜ କାନ୍ତ ବେହେରା ବହୁ ବାର ଜିଲ୍ଲା ପ୍ରଶାସନିକ ଅଧିକାରୀ ତଥା ବହୁ ଭିନ୍ନ ଭିନ୍ନ ଗଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ମଧ୍ୟ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗୁନାହିଁ ଫଳରେ ଅଞ୍ଚଳ ବାସୀ ନାହିଁ ନଥିବା ସମସ୍ୟାର ସମୁଖୀନ ହେଉଛନ୍ତି । ଜରାଜିନ ଓ ମରଣ ଯନ୍ତା ପଲଟିଥିବା ଏହି ସେତୁ ଉପରେ ମୁଣ୍ଡ ଉପରେ ମୁଣ୍ଡ ଗଡିଚାଲୁଥିବା ବେଳେ ପ୍ରଶାସନ ନିରବରେ ଦ୍ରଷ୍ଟା ସାଜିବସିଛି ।ଏଥି ପ୍ରତି ପ୍ରଶାସନ ଓ ଉଚ୍ଚ କତ୍ତୃପକ୍ଷ ଦୁଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।ନଚେତ ଆଗାମୀ ଦିନରେ ଏକ ବଡ଼ ଧରଣର ଜନ ଆନ୍ଦୋଳନ ହେବ ବୋଲି ସଚେତନ ନାଗରିକ ମଞ୍ଚ ଚେତାବନୀ ଦେଇଛି ।

Related Posts

About The Author

Add Comment