ଯାଜପୁର ସଦର, ୨୭ା୦୨: ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କର ଜନହିତକର କାର୍ଯ୍ୟ ଆଗେଇ ଚାଲିଥିବା ବେଳେ, ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଳକୁଣ୍ଡ ପାଂୟତରର ମେଣ୍ଢ ନିକଟରେ ବ୍ରାହ୍ମଣୀ ନଦୀ ଉପରେ ସେତୁ ନିର୍ମାଣ କରାଯିବା ପାଇଁ ମାନନୀୟା ବିଧାୟୀକା ଶ୍ରୀମତୀ ସୁନନ୍ଦା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ରାହ୍ମଣୀ ନଦୀ ଉପରେ ନିର୍ମାଣ କରାଯିବା ଲାଗି ୧୫କୋଟି ଟଙ୍କା ବ୍ୟୟ ଅଟକଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିଜୁ ସେତୁ ନିର୍ମାଣ କରାଯିବା ପାଇଁ ଶୁଭ ଦେବା ସହିତ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଗୋଳକୁଣ୍ଡ ପଂଚାୟତର ବିଜେଡ଼ି ସଭାପତି ଅଜନ କୁମାର ଜେନାଙ୍କ ସଭାପତିତ୍ୱରେ ବିଜୁ ସେତୁର ଶିଳାନ୍ୟାସ କରାଯାଇଥିଲା । ପଣ୍ଡିତ ଶଚିତାନନ୍ଦ ମିଶ୍ର ଗଣପତିଙ୍କ ପୂଜା କରିବା ସହିତ ବିଧାୟୀକାଙ୍କୁ ପୁଷ୍ପ ପ୍ରଦାନ କରିଥିଲେ । ଶ୍ରୀମତୀ ବିଧାୟୀକା ସୁନନ୍ଦା ଦାସ ଗଣପତିଙ୍କୁ ପଷ୍ପ ପ୍ରଦାନ କରିବା ସହିତ ବିଜୁ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଅବସରରେ ବରୀ ବ୍ଲକ ବିଜେଡ଼ି ସଭାପତି କେଦାରନାଥ ସାମଲ, ବରୀ ବ୍ଲକ ଉପାଦକ୍ଷା ଅର୍ଚ୍ଚନା ମଲିକ, ସ୍ୱାଇଁଖଣ୍ଡ ସରପଂଚ ଶଙ୍କରର୍ଷଣ ସ୍ୱାଇଁ, ପୂର୍ବତନ ସରପଂଚ ବିଜୟ ନାୟକ, ସମାଜସେବୀ ଅରବିନ୍ଦ ମହାନ୍ତି, ବାଲିଆ ବିଜେଡ଼ି ସଭାପତି ଅଭିନ ଜେନା, ଯୁବନେତା ରତିରଂଜନ ଜେନା ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ସାହୁ, ବରିଷ୍ଠ ଶିକ୍ଷାବିତ ରତିକାନ୍ତ ଜେନା, ବେଣୁଧର ପତି, ଝାଲପଡ଼ା ପଂଚାୟତର ସମିତି ସଭ୍ୟ ନିର୍ମଳ ସାମଲ ଏବଂ ବନ୍ଧଡିହ ସରପଂଚ ବିକ୍ରମ ବେହେରା, ବିଜେଡ଼ି ସଭାପତି ଚିତ୍ତରଂଜନ ମହାନ୍ତି ଯୋଗଦାନ କରିଥିଲେ । ସେହିପରି ବରୀ ନିର୍ବାଚନ ମଣ୍ଡଳୀର ସ୍ୱାଇଁଖଣ୍ଡ ପଂଚାୟତର ଗୋଳକୁଣ୍ଡ ପାଂୟତର ବିଜୁ ସେତୁ ନିର୍ମାଣ କାରଯିବା ପାଇଁ ୨୩କୋଟି ଟଙ୍କା ନିର୍ମାଣ କରାଯିବାକୁ ଥିବା ରାସ୍ତା ବିଜୁ ସେତୁର ଭିତ୍ତିପ୍ରସ୍ତର ବିଧାୟୀକା ସୁନନ୍ଦା ଦାସ କରିଥିଲେ । ସେହିପରି ଶ୍ରୀମତୀ ଦାସ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୮କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯିବାକୁ ଥିବା ପରମାନନ୍ଦପୁର ମେଣ୍ଢ କୁଶବଟ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଶୁବିନେଶ୍ୱର ଉଚ୍ଚ ବିଦ୍ୟାଳୟ ନିକଟରେ ସ୍ଥାପନ କରାଯାଇଚି । ବିଜୁ ସେତୁ ନିର୍ମାଣ କରାଗଲେ ଏଅଞ୍ଚଳର ଜନସାଧାରଣ ଗମନା ଗମନ କରାଯିବା ସହିତ ଇସାଣପୁର, ଧାରପୁର, ବାଲିଆ, ସ୍ୱାଇଁଖଣ୍ଡ, ଗୋଳକୁଣ୍ଡ, ରୁଦ୍ରପୁର, ଝାଲପଡ଼ା, ବନ୍ଧଡିହ ୧୦ଟି ପଂଚାୟତର ଅଞ୍ଚଳବାସୀ ଉପକୃତ ହୋଇପାରିବେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏଅଞ୍ଚଳବାସୀ କୁତଜ୍ଞତା ଜଣାଇବା ସହିତ ବରୀ ନିର୍ବାଚନ ମଣ୍ଡଳୀର ବିଧାୟୀକା ସୁନନ୍ଦା ଦାସଙ୍କୁ ଧନ୍ୟବାଦ ଦେବା ସହିତ ଦିର୍ଘ ଦିନର ଦାବି ପୁରଣ ହୋଇଚି ।
ବ୍ରାହ୍ମଣୀ ନଦୀ ଉପରେ ମେଣ୍ଢ ଠାରେ ସେତୁ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
|
February 29, 2024 |



