ଯାଜପୁର ସଦର, ୦୭ା୧୧: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ବ୍ରହ୍ମବରଦା ପଂଚାୟତ ହାଜିରମିଆଁ ହାଇସ୍କୁଲ ପରିଶରରେ ଏକ ବିଜ୍ଞାନ ମେଳା ଅନୁଷ୍ଟିତ କରାଯାଇଥିବା ବେଳେ, ବିଜ୍ଞାନ ଯୁଗର ବିଜ୍ଞାନ ପ୍ରତି ଆକର୍ଷଣ ବଢ଼ୁଥିବା ବେଳେ, ଏହି ବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆକର୍ଷିତ ହେଉଥିବା ପ୍ରଥମ ପାହାଚରେ ଜଣେ ଛାତ୍ର ଛାତ୍ରୀ ଚଢ଼ୁଥିବା ବେଳେ, ଜଣେ ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ ହେବାପାଇଁ ବହୁ ଆଶା କରିଥାଏ, ଯାହାକି ବ୍ରହ୍ମବରଦା ହାଜିରମିଆଁ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ଓଡ଼ିଶା ବିଜ୍ଞାନ ଏବଂ ବୈଷୟିକ ବିଭାଗ ଅନୁଶାସନ ସଚିବ ପ୍ରଦିପ ରାଉତ ତତ୍ୱାବଧାନରେ ଓଡ଼ିଶା ବଜ୍ଞାନ ଏକାଡେମି ଆନୁକୁଲ୍ୟରେ ବିଜ୍ଞାନ ମେଳା କରାଯାଇଥିଲା । ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋରଂଜନ ବିଶ୍ୱାଳଙ୍କ ସଭାପତିତ୍ୱରେ କରାଯାଇଥିବା ବେଳେ, ଏହି କାଯ୍ୟକ୍ରମରେ ଓଡ଼ିଶା ବିଜ୍ଞାନ ଏକାଡେମୀର ବିଭୁତି ଭୂଷଣ ମିଶ୍ର ସମ୍ପାଦକ ଆଶିଷ ମହାନ୍ତି ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଏହାକୁ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଓଡ଼ିଶା ବିଜ୍ଞାନ ଏକାଡେମୀର ସଭାପତି ଶ୍ରୀ ମିଶ୍ର ବିଭିନ୍ନ ପ୍ରକାର ବୈଜ୍ଞାନିକ ପ୍ରଶ୍ନ ଓ ଉତ୍ତର ମାଧ୍ୟମରେ ଛାତ୍ର ଛାତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲେ । ଆକର୍ଷଣ ବିକର୍ଶିତ ମାଧ୍ୟାକର୍ଷଣ ପୃଥିବୀର ମହାନ ବୈଜ୍ଞାନିକ ନିଉଟନ, ଆର୍କମେଡିକସନ ଆଲୋକପାତ କରିଥିଲେ । ବିଜ୍ଞାନ ଏକାଡେମୀର ସମ୍ପାଦକ ଶ୍ରୀ ମହାନ୍ତି କମ୍ପ୍ୟୁଟର ସ୍କ୍ରିନ ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କ ନିକଟରେ ଉପସ୍ଥାପନ କରିଥିଲେ । ଅନ୍ୟତମ ଅତିଥି ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ମାଧବୀଲତା ରାଉତ ଯୋଗଦାନ କରିଥିଲେ । ବିଦ୍ୟାଳୟର ସିଆରସି ଶ୍ରିବତ୍ସ ସାହୁ, ସଭାପତି ଶରତ ପାଣ୍ଡେ, ପ୍ରଦିପ ଦାସ, ଅତୁଲ୍ୟ ରାଉତ, ରଶ୍ମୀରଂଜନ ରାଉତଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ବିଜ୍ଞାନ ମେଳାରେ ଯୋଗଦାନ ଦେଇଥିଲେ ।
ବ୍ରହ୍ମବରଦା ହାଜିରମିଆଁ ବିଦ୍ୟାଳୟରେ ବିଜ୍ଞାନ ମେଳା ଅନୁଷ୍ଟିତ
|
November 9, 2023 |



