ବ୍ରହ୍ମବରଦା ମହାବିଦ୍ୟାଳୟରୁ ଗଛକାଟିବାକୁ ନେଇ ବିବାଦ

Spread the love

ଯାଜପୁର ସଦର, ୨୪ା୦୩: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ମହାବିଦ୍ୟାଳୟ ପରିଶରରେ ରହିଥିବା ବିଭିନ୍ନ ପ୍ରକାରର ଗଛକୁ ସରକାରୀ ନିୟମକୁ ଉଲ୍ଲଘଂନ କରି ଠିକାଦାର ଗଛକାଟି ଦେବାରୁ ଏହା ଉତ୍ତେଜନା ଦେଖାଦେଇଚି । ଘଟଣାରୁ ପ୍ରକାଶ ଯେ, ବ୍ରହ୍ମବରଦା +୩ ମହାବିଦ୍ୟାଳୟର ପରିଶରରୁ ବେଆଇନ ଭାବେ ଗଛକଟା ଘଟଣାକୁ ନେଇ ବିବାଦ ଦେଖାଦେଇଚି । ଫରେସ୍ଟରଙ୍କ ବିନା ଅନୁମତିରେ ଗଛକାଟିବାକୁ ଯାଇଥିବା ବେଳେ, ଏହାକୁ ଗ୍ରାମବାସୀ ବିରୋଧ କରିଥିଲେ । କୌଣସି ସୁତ୍ରରୁ ଖବର ପାଇ ଚଣ୍ଡଖୋଲ ବିନବିଭାଗ ମନୋଜ ନାୟକଙ୍କ ତତ୍ୱାବଧାନରେ ସ୍ଲୋର୍ଡପାଟି ପହଁଞ୍ôଚ ଗଛକଟାକୁ ବନ୍ଦ କରି ବିଭାଗିୟ ଅଧିକାରୀଙ୍କ ବିନା ଅନୁମତୀ ଆଣିବାକୁ କହିଥିବା ବେଳେ, ଏଠାରେ ସୂଚନା ଯୋଗ୍ୟ ଯେ, ମହାବିଦ୍ୟାଳୟ ପରିଶରରେ ନୂତନ ଗୃହ ନିର୍ମାଣ କରାଯିବା ପାଇଁ ଏସ୍ପିଙ୍କ ପାଣ୍ଠିରୁ ୧୦ଲକ୍ଷ ଟଙ୍କା ମଞ୍ଜୁର ଯାଇଥିବା ଜଣାଯାଇଚି । ନୂତନ ଗୃହ ନିର୍ମାଣ କରାଯିବା ପାଇଁ ବିଦ୍ୟାଳୟ ପରିଶରରେ ରହିଥିବା ବିଭିନ୍ନ ଛୋଟ ବଡ଼ ଗଛକୁ କାଟି ଦେବା ସହିତ ଏନେଇ ଉତ୍ତେଜନା ଦେଖାଦେଇଥିଲା । ଏହି ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହଉଥିବା ବେଳେ, ମହାବିଦ୍ୟାଲ ପରିଶରରେ ରହିଥିବା ଆକାଶୀ, ନଡ଼ିଆ, ଝାଉଁ, କୃଷ୍ଣଚୁଡ଼ା ବିଭିନ୍ନ ବୃକ୍ଷ ୧୦ରୁ ଉର୍ଦ୍ଧ୍ୱ ଦାମୀ ଗଛ ବିକ୍ରି କରିଦେଇଥିବା ଜଣାଯାଇଚି । ଏବଂ ଆଉ ଅନ୍ୟ ଗଛକୁ କାଟିବା ପାଇଁ ଚେଷ୍ଟା କରୁଥିବା ବେଳେ, ଏନେଇ ବ୍ରହ୍ମବରଦା +୨ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଦର୍ଶନ ପୃଷ୍ଟିକୁ ପଚାରିବାରୁ ସେ ଜାଣିନାହାଁନ୍ତି ବୋଲି ସୂଚନା ଦେଇଛନ୍ତି । +୩ ଅଧ୍ୟକ୍ଷ ମହେଶ୍ୱର ପାଢ଼ୀ ଏଘଟଣାକୁ ନେଇ ଗଣମାଧ୍ୟମ ପ୍ରତିନିଧି ପଚାରିବାରୁ ଗଛକଟା ବିଷୟରେ ମୁଁ ଜାଣିନଥିବା ସୂଚନା ଦେଇଛନ୍ତି ।

Related Posts

About The Author

Add Comment