ବ୍ରହ୍ମବରଦା ମହାବିଦ୍ୟାଳୟ ଅବସରପ୍ରାପ୍ତ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ

Spread the love

ଯାଜପୁର ସଦର ୦୧ା୦୯(ସନ୍ଧାନ ନ୍ୟୁଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବ୍ରହ୍ମବରଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅର୍ଥନୀତି ବିଭାଗର ଅଧ୍ୟାପକ ପ୍ରଶାନ୍ତ ସାହୁଙ୍କ ଅବସର କାଳିନ ସଭା ଅନୁଷ୍ଟିତ କରାଯାଇଥିଲା । ଏହି ଅବସରରେ ଅତିଥିମାନେ ଯୋଗଦାନ କରି ପ୍ରଦ୍ୱିପ ପ୍ରଜ୍ଜ୍ୱଳନ କରି ଏହାକୁ ଉଦ୍ଘାଟନ କରିଥିଲେ । ବ୍ରହ୍ମବରଦା +୨ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଦର୍ଶନ ପୃଷ୍ଟିଙ୍କ ସଭାପତିତ୍ୱରେ ଅନୁଷ୍ଟିତ ହୋଇଥିଲା । ୨୦୧୮ ମସିହାରେ ଶ୍ରୀଯୁକ୍ତ ସାହୁ ବ୍ରହ୍ମବରଦା ମହାବିଦ୍ୟାଳୟରେ ଅର୍ଥନିତି ବିଭାଗରେ ଅଧ୍ୟାପକ ଭାବେ ଚାକିରି କରି ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ମାନଙ୍କର ପ୍ରିୟ ଭାଜନ ହୋଇ ପାରିଥିଲେ । ଶ୍ରୀଯୁକ୍ତ ସାହୁ ଏକାଧାରରେ ଜଣେ ସମାଜସେବୀ, ସୁସାହିତ୍ୟିକ, ଲେଖକ ଭାବେ କାର୍ଯ୍ୟକରି ଉଚ୍ଚ ପ୍ରଶଂସାର ପାତ୍ର ହୋଇପାରିଥିଲେ । ଯାହାକି ଅବସର କାଳିନ ସଭାବରେ ଶ୍ରୀ ସାହୁଙ୍କ କାର୍ଯ୍ୟ ଦକ୍ଷତାକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ଭାରେ ନିମାଇଁ ଦାସ ଯୋଗଦେଇ ଶ୍ରୀଯୁକ୍ତ ସାହୁଙ୍କ କର୍ମକ୍ଷେତ୍ର ଉପରେ ତାଙ୍କ ବକ୍ତବ୍ୟ ରଖିଥିଲେ । ସମାଜ ସେବୀ ପ୍ରଦିପ ଦାସ ଯୋଗଦେଇ ଶ୍ରୀଯୁକ୍ତ ସାହୁଙ୍କର ଅଧ୍ୟାପକ ଭାବରେ କାର୍ଯ୍ୟ କରିଥିବା ସମ୍ପର୍କରେ ସୂଚନା ଦେଇଥିଲେ । ଯାହାକି ଏହି କନିଷ୍ଟ ବିଦ୍ୟଳୟରେ ଅର୍ଥନିତି ବିଭାଗରେ କାର୍ଯ୍ୟକରି ଛାତ୍ର ଛାତ୍ରୀ ମାନଙ୍କୁ ଗଢ଼ି ତୋଳିବାରେ ପ୍ରମୁଖ ଭୂମିକା ନେଇଥିଲେ । ବ୍ରହ୍ମବରଦା ହାଜିରମିଆ ହାଇସ୍କୁଲର ପୂର୍ବତନ ଶିକ୍ଷକ ଆଲ୍ଲାଉଦ୍ଦିନ ଖାଁ ଯୋଗଦେଇଥିବା ବେଳେ, ବ୍ରହ୍ମରବଦା +୩ ମହାବିଦ୍ୟାଳୟର ଅଧ୍ୟକ୍ଷ ମହେଶ୍ୱର ପାଢ଼ୀ ଯୋଗଦେଇ ଶ୍ରୀଯୁକ୍ତ ସାହୁଙ୍କ ବିଷୟରେ ବକ୍ତବ୍ୟ ରଖିଥିଲେ । ଏହ ସମ୍ବର୍ଦ୍ଧନା ସଭାରେ ଅବସରପ୍ରାପ୍ତ ଅଧ୍ୟକ୍ଷ ବିରଞ୍ôଚନାରାୟଣ ଦାଶ ଯୋଗଦେଇଥିବା ବେଳେ, ପୂର୍ବତନ ଅଧ୍ୟାପକ ନୃସିଂହଚରଣ ନାୟକ ଯୋଗଦେଇଥିଲେ । ମଞ୍ଚାସିନ ଅତିଥି ଭାବରେ ଅବସରପ୍ରାପ୍ତ ଅଧ୍ୟାପକ ଅବଦୁଲରୋପ ଖାଁ ଯୋଗଦାନ କରି ଶ୍ରୀଯୁକ୍ତ ସାହୁଙ୍କ ଅଧ୍ୟାପକ ଜୀବନି ଉପରେ ଆଲୋକପାତ କରିଥିଲେ । ଏହି ବିଦ୍ୟାଳୟର ଅଧ୍ୟାପିକା ବନଲାତା ଲେଙ୍କା ମାନପତ୍ର ପାଠ କରିଥିବା ବେଳେ, ଉଲ୍ଲାସ ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଯୋଗଦେଇଥିବା ବେଳେ, ବିଦ୍ୟାଳୟର କର୍ମଚାରୀ ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଅତିଥି ମାନେ ଅବସରପ୍ରାପ୍ତ ଅଧ୍ୟାପକ ପ୍ରଶାନ୍ତ ସାହୁଙ୍କୁ ଉପଢ଼ୌକନ ମାନପତ୍ର ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅଧ୍ୟାପକ ରାଜକିଶୋର ପଣ୍ଡା ଧନ୍ୟବାଦ ଦେଇଥିବା ବେଳେ, ଏହି ବିଦ୍ୟାଳୟର କର୍ମକର୍ତ୍ତା ମାନଙ୍କ ଦାରା ଅବସର କାଳିନ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ ହୋଇଥିଲା । ବିରିଷ୍ଠ ନାଗରିକ ମାନେ ଯୋଗଦାନ କରିଥିଲେ ।

Related Posts

About The Author

Add Comment