ବ୍ରହ୍ମବରଦା ଫାଣ୍ଡିକୁ ଥାନାରେ ପରିଣତ କରାଯିବା ପାଇଁ ସାଧାରଣରେ ଦାବି

Spread the love

ଯାଜପୁର ସଦର,୦୩ା୧୨ (ସନ୍ଧାନ ନିୟୁଜ) ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଫାଣ୍ଡିକୁ ଥାନାର ମାନ୍ୟତା ଦେବାଲାଗି ରାଜ୍ୟ ସରକାରଙ୍କ ନିୟମ ଥିଲେ ସୁଦ୍ଧା ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବ୍ରହ୍ମରଦା ଫାଣ୍ଡିକୁ ଏହି ମାନ୍ୟତା ମିଳିବା ପାଇଁ ସାଧାରଣରେ ଦାବି କରାଯାଉଚି । ଏହି ଫାଣ୍ଡିକୁ ସରକାରଙ୍କ ପକ୍ଷରୁ ନାଁ ଅଛି ଗାଡ଼ି ନାଁ ଅଛି ଷ୍ଟାଫ୍ ରହିବାକୁ କ୍ୱାଟର ନାଁ ଅଛି ଫାଣ୍ଡି ବାଉଣ୍ଡାରି । ଏହି ଫାଣ୍ଡିଟି ଦିର୍ଘବର୍ଷ ହେବ ସ୍ଥାପନ ହୋଇଥିବା ବେଳେ, ସରକାରଙ୍କର ଏହି ଫାଣ୍ଡି ପ୍ରତି ଦୃଷ୍ଟି ନଥିବା ଦେଖିବାକୁ ମିଳିଚି । ଏହି ଫାଣ୍ଡିରେ କାର୍ଯ୍ୟରତଥିବା ଜଣେ ସବଇନିସ୍ପେକ୍ଟର ଚାରି ଜଣ କନେଷ୍ଟବଳରେ ଏହି ଫାଣ୍ଡି କାର୍ଯ୍ୟ କରାଯାଉଚି । ଘଟଣା ସ୍ଥଳକୁ ଯିବାଲାଗି ଗାଡ଼ିଟିଏ ନଥିବାରୁ ଫାଣ୍ଡି ଅଧିକାରୀ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ଫାଣ୍ଡି ଉପରେ ଆଖପାଖ ୧୦ଗୋଟି ପଂଚାୟତର ଲୋକମାନେ ନିର୍ଭର କରୁଥିବା ବେଳେ, ଏହି ଫାଣ୍ଡିରେ ଟେଲିଫୋନ୍ଟିଏ ନଥିବାରୁ କୌଣସି ଯାଗାର ଗଣ୍ଡଗୋଳ ହେଲେ ଯୋଗାଯୋଗ ପାଇଁ ବହୁ ଅସୁବିଧା ହେଉଅଛି ଏବଂ ଏହି ଫାଣ୍ଡିରେ ଆବଶ୍ୟକ ଠାରୁ କମ୍ କର୍ମଚାରୀ ଥିବାରୁ ଫାଣ୍ଡିକାର୍ଯ୍ୟରେ ବହୁ ଅସୁବିଧା ହେଉଅଛି । ସରକାରଙ୍କ ପକ୍ଷରୁ ଏହି ଫାଣ୍ଡିକୁ ମିଳିଥିବା ବାଇକ୍ଟି ଅଚଳ ହୋଇ ପଡ଼ିଥିବାରୁ ଘଟଣା ସ୍ଥଳକୁ ଯିବା ପାଇଁ ବହୁ ଅସୁବିଧା ହେଉଅଛି । ବାରମ୍ବାର ଜିଲ୍ଲା ଏସ୍.ପିଙ୍କୁ ଏବାବଦରେ ଗଣମାଧ୍ୟମଜରିଆରେ ଦୃଷ୍ଟି ଗୋଚର କାରାଗଲେ ମଧ୍ୟ ଏହି ଫାଣ୍ଡିଟି ଅବହେଳିତ ଅବସ୍ଥାରେ ପଡ଼ିରହିଚି । ଏହି ଫାଣ୍ଡିକୁ ଥାନାରେ ପରିଣତ କରାଯିବା ଲାଗି ସାଧାରଣରେ ଦାବି କରାଯାଉଚି ।

Related Posts

About The Author

Add Comment