ବ୍ରହ୍ମବରଦା ପ୍ରେସକ୍ଲବ ଉଦ୍ଘାଟନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଟିତ

Spread the love

ଯାଜପୁର ସଦର, ୩୦ା୦୮(ସନ୍ଧାନ ନ୍ୟୁଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ପଂଚାୟତରେ ନୂତନ କରି ଗଠନ କରାଯାଇଥିବା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ବ୍ରହ୍ମବରଦା ପ୍ରେସ୍‌କ୍ଲବ ଗଠନ କରାଯାଇଚି । ଏହି ଅବସରରେ ପ୍ରସକ୍ଲବର ସଭାପତି ବାପୁଜି ଚରଣ ଜେନାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଟିତ କରାଯାଇଥିଲା । ବିଭିନ୍ନ ଗଣମାଧ୍ୟମ ଇଲେକ୍ଟ୍ରିମେଡିଆ ଏବଂ ପ୍ରେସମିଡିଆର ପ୍ରତିନିଧି ମାନେ ଯୋଗଦେଇଥିବା ବେଳେ, ପ୍ରେସକ୍ଲବର ସଂମ୍ପାଦକ ଜଜାତୀ କେଶରୀ ବେହେରାଙ୍କୁ ମନୋନୀତ କରାଯାଇଥିବା ବେଳେ, କୋଷାଦକ୍ଷ ସ୍ମୃତିରଂନ ରାଉତଙ୍କୁ ମନୋନିତ କରାଯାଇଥିଲା । ଏହି ଅବସରରେ ପ୍ରସ୍ତିତି ବୈଠକରେ ବରୀ ନିର୍ବାଚନ ମଣ୍ଡଳୀର ବିଧାୟୀକା ସୁନନ୍ଦା ଦାସ ଯୋଗ ଦେଇଥିବା ବେଳେ, ବରୀ ନିର୍ବାଚନ ମଣ୍ଡଳୀର ସାରଥି ଦେବେନ୍ଦ୍ର ଦାସ ଯୋଗଦାନ କରିଥିଲେ । ଆସନ୍ତା ୩ ତାରିଖ ଦିନ ବ୍ରହ୍ମବରଦା ପ୍ରେସକ୍ଲବର ଉଦ୍ଘାଟନି ଉତ୍ସବରେ ବରୀ ନିର୍ବାଚନ ମଣ୍ଡଳୀର ସୁନାମଧନ୍ୟ ବିଦାୟୀକା ସୁନନ୍ଦା ଦାସ ଯୋଗ ଦେବାକୁ ସ୍ୱିକୃତି ପ୍ରଦାନ କରିଛନ୍ତି । ପ୍ରେସକ୍ଲବର ସଦସ୍ୟ ମାନଙ୍କୁ ନେଇ ବିଭିନ୍ନ କାର୍ଯ୍ୟ କରାଯିବା ଲାଗି ଦିନ ଧାର୍ଯ୍ୟ କରାଯାଇିଚ । ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ବୃକ୍ଷ ରୋପଣ କରାଯିବା ସହିତ ଗୋମାତାଙ୍କୁ ପୂଜା କରାଯିବା ଲାଗି ପ୍ରେସକ୍ଲବର ସଦସ୍ୟମାନେ କାର୍ଯ୍ୟକ୍ରମ କରାଯିବା ପାଇଁ ସ୍ଥିର କରାଯାଇଚି ।

Related Posts

About The Author

Add Comment