ଯାଜପୁର ସଦର,ସନ୍ଧାନ ନ୍ୟୁଜ ୦୨ା୧୦: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ପଂଚାୟତ ହାଜିରମିଆଁ ହାଇସ୍କୁଲ ପରିଶରରେ ସ୍ୱଚ୍ଛତା ଏବଂ ସଚେତନତା ଉପରେ ଏକ କାର୍ଯ୍ୟକ୍ରମ ଅନୁଷ୍ଟିତ କାରାଯାଇଥିଲା । ବ୍ରହ୍ମବରଦା ହାଜିରମିଆଁ ହାଇସ୍କୁଲର ପ୍ରଧାନ ଶିକ୍ଷକ ମନୋରଂଜନ ବିଶ୍ୱାଳଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଡେଙ୍ଗୁ, ମେଲେରିଆ, ସ୍କ୍ରବ ଟାଇଫସ ସମ୍ପର୍କରେ ସଚେତନ ହେବାଲାଗି ବ୍ରହ୍ମବରଦା କୋଠିଡିହ ମେଡିକାଲର ଡାକ୍ତର ମୁଖ୍ୟଅତିଥି ଭାବେ ଯୋଗଦେଇ ରୋଗ ସମ୍ପର୍କରେ ସଚେତନ ହେବାପାଇଁ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବ୍ରହ୍ମବରଦା ପଂଚାୟତର ସରପଂଚ ସମ୍ମାନ୍ୟୀ ଅତିଥି ମମତା ଶୁଭଦର୍ଶିନୀ ଦେଓ ଯୋଗଦେଇ ଗାନ୍ଧିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଅତିଥି ମାନେ ଏହି ସଚେତନତା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥରଲେ । ବ୍ରହ୍ମବରଦା ପ୍ରେସକ୍ଲବର ସଭାପତି ବାପୁଜୀ ଚରଣ ଜେନାଙ୍କ ମିଳିତ ଉଦ୍ୟମରେ ବିଦ୍ୟଳୟ ପରିଶରକୁ ସଫେଇ କରାଯାଇଥିଲା । ବ୍ରହ୍ମବରଦା ପ୍ରେସ୍କ୍ଲବର ସଭାପତି ବାପୁଜୀ ଚରଣ ଜେନା ତାଙ୍କ ବକ୍ତବ୍ୟରେ କହିଲେ କି ସାରା ଓଡ଼ିଶାରେ କାହିଁକି ସାରା ଭାରତ ବର୍ଷରେ ବିଭିନ୍ନ କାର୍ଯ୍ୟକ୍ରମ ପ୍ରେସକ୍ଲବ ପକ୍ଷରୁ ହାତକୁ ନିଆଯାଇ କରାଯିବ ବୋଲି ସଭାପତି କହିଥିଲେ । ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ବ୍ରହ୍ମବରଦା ଥାନା ଆଇଆଇସି ଶରତ କୁମାର ନାୟକ ଯୋଗଦେଇ ଗାନ୍ଧୀ ଏବଂ ଶାସ୍ତ୍ରୀଙ୍କ ସମ୍ପର୍କରେ ଆଲୋଚନା କରିବା ସହିତ ଏହି କାର୍ଯ୍ୟକ୍ରମ କରାଯାଇଥିବାରୁ ଆଇଆଇସି ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ ମଞ୍ଚସିନ ଅତିଥି ମାନେ ଯୋଗଦେଇଥିବା ବେଳେ, ବ୍ରହ୍ମବରଦ ସମିତିସଭ୍ୟା ରୁକସାନ ।ପରୱିନ ଯୋଗଦେଇଥିଲେ । ବ୍ରହ୍ମବରଦା ହାଜିରମଆଁ ହାଇସ୍କୁଲର ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇଥିବା ବେଳେ, ସାମ୍ବାଦିକ ଶଙ୍କର ସେଠୀ ଧନ୍ୟବାଦ ଦେଇଥିଲେ ।
ବ୍ରହ୍ମବରଦା ପ୍ରେସକ୍ଲବ ଆନୁକୁଲ୍ୟରେ ସ୍ୱଚ୍ଛତା ସଚେତନା କାର୍ଯ୍ୟକ୍ରମ ଅନୁଷ୍ଟିତ
|
October 2, 2023 |
