ବ୍ରହ୍ମବରଦା ପ୍ରେସକ୍ଲବର ୨୦ତମ ବାର୍ଷିକ ଉତ୍ସବ ଅନୁଷ୍ଟିତ

Spread the love

ଯାଜପୁର ସଦର, ୧୫ା୦୨: ଯାଜପୁର ଜିଲ୍ଲା ଧର୍ମଶାଳା ପ୍ରେସ କ୍ଲବର ୨୦ ତମ ବାର୍ଷିକ ଉତ୍ସବ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ କରାଯାଇଥିଲା । ଏହି ଅବସରରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କଳ୍ପତରୁ ଦାସ ଷ୍ଟାଡିୟମ ପରିଶରରେ ଧର୍ମଶାଳା ପ୍ରେସ କ୍ଲବର ୨୦ତମ ବାର୍ଷିକ ଉତ୍ସବକୁ ଗଣମାଧ୍ୟର ଉପଦେଷ୍ଟା ଲୋକ ସମ୍ପର୍କ ବିଭାଗର ରାଜ୍ୟ ସଭା ସାଂସଦ ଶ୍ରୀଯୁକ୍ତ ମାନସ ରଂଜନ ମଙ୍ଗରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦ୍ୱିପ ପ୍ରଜ୍ଜ୍ୱଳନ କରି ୨୦ ତମ ବାର୍ଷିକ ଉତ୍ସବକୁ ଉଦ୍ଘାଟନ କରିଥିଲେ । ଧର୍ମଶାଳାର କର୍ମବୀର ସାମ୍ବାଦିକ ମାନଙ୍କ ବନ୍ଧୁ ପ୍ରଣବ ବଳବନ୍ତରାୟ ବିଧାୟକ ଧର୍ମଶାଳାର ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ । ଗୋକର୍ଣ୍ଣିକା ସାହିତ୍ୟ ସଂସଦ ସମ୍ପାଦକ ପ୍ରେସ କ୍ଲବର ସଭାପତି ବିରଷ୍ଠ ସାମ୍ବାଦିକ ରମାକାନ୍ତ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଟିତ ହୋଇଥିଲା । ହାଇକୋର୍ଟର ସରକାରୀ ଓକିଲ ବିଭୁପ୍ରସାଦ ତ୍ରୀପାଠୀ ଯୋଗଦାନ କରିଥିଲେ । ଧର୍ମଶାଳା ପ୍ରେସକ୍ଲବର ସାଧାରଣ ସମ୍ପାଦକ ଅବନେଶ୍ୱର ଶତପଥି ଯୋଗଦେଇଥିବା ବେଳେ, ଧର୍ମଶାଳାର ବିଧାୟକ ପ୍ରଣବ ବଳବନ୍ତରାୟ ତାଙ୍କ ବକ୍ତବ୍ୟରେ କହିଲେ ସାମ୍ବାଦିକ ମାନଙ୍କ ଏକତା ରଖିବା ସହିତ ସତ୍ୟ ସମ୍ବାଦ ଲେଖିବା ପାଇଁ ସାମ୍ବାଦକି ମାନଙ୍କୁ ପରାମର୍ଶ ଦେଇଥିଲେ । ମିଡିଆ ସେଲର ଉପଦେଷ୍ଟା ସୂଚନା ଲୋକ ସମ୍ପର୍କ ବିଭାଗର ପରାମର୍ଶଦାତା ଯୋଗଦେଇଥି ସାମ୍ବାଦିକ ମାନଙ୍କ ସମସ୍ୟା ଉପରେ ଆଲୋଚନା କରିବା ସହିତ ସାମ୍ବାଦିକ ମାନଙ୍କ ପେନସନ ଏବଂ ବୀମା ଉପରେ ଗୁରୁତ୍ୱ ଦେବେ ବୋଲି ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ । ସାମ୍ବାଦିକ ମାନେ ଲକ୍ଷ୍ମଣରେଖା ମଧ୍ୟରେ କାର୍ଯ୍ୟ କରିବା ପାଇଁ ଶ୍ରୀ ମଙ୍ଗରାଜ ସାମ୍ବାଦିକ ମାନଙ୍କୁ ସତର୍କ କରାଇ ଦେଇଥିଲେ । ପ୍ରେସକ୍ଲବର ଅନ୍ୟ ସଦସ୍ୟ ଅଧିଳେଶ ସ୍ୱାଇଁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ, ବରିଷ୍ଠ ଆଇନିଜିବୀ ଓଡ଼ିଶା ଉଚ୍ଚନ୍ୟାୟଳୟର ଶ୍ରୀଯୁକ୍ତ ବିଭୁ ପ୍ରସାଦ ତ୍ରୀପାଠୀ ମୁଖ୍ୟ ବକ୍ତାଭାବେ ଯୋଗଦାନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ମଙ୍ଗରାଜ ସମ୍ମାନୀୟ ଅତିଥି ଶ୍ରୀ ବଳବନ୍ତରାୟ ବାର୍ଷିକ ମୁଖପତ୍ର ପ୍ରହରୀ ଏବଂ ସାପ୍ତାହିକ ଆହ୍ୱାନକୁ ଉନ୍ମୋଚନ କରିଥିଲେ । ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମାଜର ରସୁଲପୁର ପ୍ରତିନିଧି କୈଳାସ ଚନ୍ଦ୍ର ରାଉତଙ୍କୁ ନରହରୀ ମହାନ୍ତୀ ସ୍ମୃତି ସମ୍ମାନରେ ଶ୍ରୀ ରାଉତଙ୍କୁ ମୁଖ୍ୟ ଅତିôତ ସମ୍ମାନୀତ କରିଥିଲେ । ସେହିପରି ବରିଷ୍ଠ ଡାକ୍ତର ବିଜୟ ଶତପଥିଙ୍କ ଧର୍ମପତ୍ନୀ ମାଧୁରୀ ଅତପଥିଙ୍କୁ ଆଦର୍ଶ ମହିଳା ସମ୍ମାନରେ ସମ୍ମାନୀତ କରିଥିଲେ । ଯୁବ ପ୍ରତିଭା ସରୋଜକାନ୍ତ ବେହେରାଙ୍କୁ ମୁଖ୍ୟ ଅତିଥି ଉପଢ଼ୌକନ ମାନପତ୍ର ଦେଇ ସମ୍ବର୍ଦ୍ଦିତ କରିଥିଲେ । ଶୁଶ୍ରୀଦିବ୍ୟ ଦାସଙ୍କୁ କନ୍ୟାରତ୍ନ ସମ୍ମାନରେ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିବା ବେଳେ, ଉପଦେଷ୍ଠା ମଣ୍ଡଳୀର ବିରଷ୍ଠ ସାମ୍ବାଦିକ ବଟକୃଷ୍ଣ ପରିଡ଼ା ତାଙ୍କ ବକ୍ତବ୍ୟ ରଖିଥିବା ବେଳେ, ସାମ୍ବାଦିକ ଇନ୍ଦ୍ରମଣୀ ନାୟକ ତାଙ୍କ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକାରି ସଭାପତି ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ଶତପଥି ପ୍ରେସକ୍ଲବର ସାଧାରଣ ସମ୍ପାଦକ ଅବନେଶ୍ୱର ଶତପଥି ଯୋଗଦେଇଥିଲେ । ମଞ୍ଚାସୀନ ଅତିଥି ମାନଙ୍କୁ ପ୍ରେସକ୍ଲବ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ମଞ୍ଚାସୀନ ଅତିଥି ମାନଙ୍କୁ ପ୍ରେସ କ୍ଲବ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହ ବାର୍ଷିକ ଉତ୍ସବରେ ଜିଲ୍ଲାର ବହୁ ସାମ୍ବାଦିକ ଯୋଗଦେଇଥିବା ବେଳେ, ବରିଷ୍ଠ ସାହିତିକ ସମାଜ ସେବୀ ନାଗରିକ ମାନେ ଏହି ଉତ୍ସବରେ ଯୋଗ ଦେଇଥିଲେ । କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

About The Author

Add Comment