ଯାଜପୁର ସଦର, ୦୭ା୦୨: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ପ୍ରେସକ୍ଲବ ଆନୁକୁଲ୍ୟରେ ବ୍ରହ୍ମବରଦା ପ୍ରେସକ୍ଲବର ସଭାପତି ବାପୁଜୀ ଚରଣ ଜେନାଙ୍କ ତତ୍ୱାବଧାନରେ ସମ୍ପାଦକ ଯଯାତି କେଶରୀ ବେହେରା, ଉପସଭାପତି ନିରାକାର ବେହେରା ପ୍ରେସକ୍ଲବର ସଦସ୍ୟ ମାନେ ନୂତନ ଥାନ ଅଧିକାରୀ ଅନିରୁଦ୍ଧ ନାୟକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ବ୍ରହ୍ମବରଦା ଥାନାରେ ଗତ ଶନିବାର ଦିନ ଯୋଗଦେଇଥିବା ସଦରଥାନା ଆଇଆଇସି ଅନିରୁଦ୍ଧ ନାୟକ ବ୍ରହ୍ମବରଦା ଥାନାରେ ଆଇଆଇସି ଭାବେ ଯୋଗଦେଇ ଥିବା ବେଳେ, ବିଭିନ୍ନ ସଂଗଠନ ପକ୍ଷରୁ ନୂତନ ଆଇଆଇସିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ନୂତନ ଆଇଆଇସି ଅନିରୁଦ୍ଧ ନାୟକ କାର୍ଯ୍ୟରେ ଯୋଗ ଦେଇ ବ୍ରହ୍ମବରଦା ଅଂଚଳରେ ବ୍ରହ୍ମବରଦା ଥାନାର ଲୋକ ମାନଙ୍କୁ କିପରେି ସେବା ଯୋଗାଇ ଦେବେ ତାହା ଦେଖିବାକୁ ବାକୁ ରିହିଲା ।
ବ୍ରହ୍ମବରଦା ପ୍ରେସକ୍ଲବର ସଦସ୍ୟା ମାନେ ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କଲେ
|
February 11, 2024 |



