ଯାଜପୁର ସଦର, ୦୭ା୦୨: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ପଂଚାୟତ ଠାରୁ ବନ୍ଧଡିହ ହାଟ ଠାରୁ ଆରଡି ରାସ୍ତାଟି ମରଣ ଯନ୍ତା ପାଲଟିଥିବା ଦେଖିବାକୁ ମିଳିଚି । ଏହି ରାସ୍ତା ଉପରେ ହଜାର ହଜାର ଜନସାଧାରଣ ନିର୍ଭର କରୁଥିବା ବେଳେ, ଏହି ବନ୍ଧଡିହ ହାଟଠାରୁ ୫ଟି ବସ କଟକ ଅଭିମୁଖେ ଯାତ୍ରୀ ମାନଙ୍କୁ ନେଇ ଯାଉଥିବା ବେଳେ, ନହନଙ୍ଗରା ରାସ୍ତାର ଅବସ୍ତା କହିଲେ ନସରେ । ବରୀ ନିର୍ବାଚନ ମଣ୍ଡଳୀର ସୁନାମଧନ୍ୟ ବିଧାୟୀକା ମା ରମାଦେବୀ ସୁନନ୍ଦା ଦାସଙ୍କ ଏହି ରାସ୍ତା ଉପରେ କିପରି ନଜର ପଡ଼ୁନାହିଁ ତାହା ବଡ଼ ଆଚମ୍ବିତ କରିଚି । ଏହି ରାସ୍ତା ବରୀ ଯିବାପାଇଁ ଟେଣ୍ଡର କରାଯାଇଥିବା ବେଳେ, ତାହା ଏହି ରାସ୍ତା ନାହିଁ ନାହିଁରେ ଚାଲିଚି । ଏହି ରାସ୍ତାକୁ ତୁରନ୍ତ ନିର୍ମାଣ କରିବା ପାଇଁ ବନ୍ଧଡିହ ପଂଚାୟତର ସରପଂଚ ବିକ୍ରମ ବେହେରା ଏବଂ ବିଜେ ସଭାପତି ଚିତ୍ତରଂଜନ ମହାନ୍ତି ଏବଂ ବନ୍ଧଡିହର ଜନସାଧାରଣ ରାସ୍ତାର ନିର୍ମାଣ କରାଯିବା ପାଇଁ ବିଧାୟୀକଙ୍କ ନିକଟରେ ଦାବି କରିଛନ୍ତି । ଯାଜପୁର ଜିଲ୍ଲାପାଳ ସାଂସଦ ଶ୍ରୀମତୀ ଶ୍ରମିଷ୍ଠା ସେଠୀ ଦୃଷ୍ଟି ଦେବା ସହି ଏହି ରାସ୍ତା କାମ କରିବା ପାଇଁ ଜନସାଧାରଣରେ ଦାବି କରାଯାଉଚି ।
ବ୍ରହ୍ମବରଦା ପହି ଛକଠାରୁ ରାସ୍ତା ପାଲଟିଚି ମରଣଯନ୍ତା
|
February 11, 2024 |
