ବ୍ରହ୍ମବରଦା ପଂଚାୟତରେ ଜମୀ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରାଗଲା

Spread the love

ଯାଜପୁର ସଦର, ୦୮ା୦୬: ଯାଜପୁର ଜିଲ୍ଲାରେ ରସୁଲପୁର ବ୍ଲକ ବ୍ରହ୍ମବରଦା ପଂଚାୟତର ଜମି ହୀତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରାଯାଇଥିବା ବେଳେ, ୧୧ଶହ ୯ଜଣ ଜମି ହିତାଧିକାରୀଙ୍କ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଟିତ କରାଯାଇଥିଲା । ଏହି ଅବସରରେ ବରୀ ନିର୍ବାଚନ ମଣ୍ଡଳୀର ବିଧାୟୀକା ସୁନନ୍ଦା ଦାସ ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ଏହି ପଟା ବଣ୍ଟନ କାର୍ଯ୍ୟକ୍ରମରେ କେଦାର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଟିତ ହୋଇଥିଲା । ୩୬ନଂ ଜିଲ୍ଲାପରିଷଦ ସଭ୍ୟା ଭାରତୀ ବିଶ୍ୱାଳ ଯୋଗଦେଇଥିବା ବେଳେ, ବ୍ରହ୍ମବରଦା ପଂଚାୟତର ସରପଂଚ ମମତା ଶୁଭଦର୍ଶିନୀ ଦେଓ ଯୋଗଦାନ କରି ସମିତି ସଭ୍ୟା ସେକ ପରୱିନ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ଯୋଗଦାନ କରି ହିତାଧିକାରୀ ୧୧ ଜଣଙ୍କୁ ମାନ୍ୟବର ମନ୍ତ୍ରୀ ପଟ୍ଟା ବଣ୍ଟନ କରିଥିଲେ । ଏହି ଅବସରରେ ରସୁଲପୁର ତହସିଲଦାର ରଂଜନ ସାହୁ ଯୋଗଦେଇଥିବା ବେଳେ, ଏଡିଏମ ଦିବ୍ୟଲୋଚନ ମହାନ୍ତୀ ସମ୍ମାନୀୟ ଅତିଥି ଭାବେ ଯୋଗଦାନ କରିଥିଲେ । ମୋଟ ୧୧ଶହ ୯ ଜଣଙ୍କୁ ୫ଗୋଟି ବୁଥ କରାଯାଇ ପଟ୍ଟା ବଣ୍ଟନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ମଞ୍ଚସୀନ ଅତିଥି ମାନଙ୍କୁ ଉପଢ଼ୌକନ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ୧୧ଶହ ୯ଜଣଙ୍କ ମଧ୍ୟରୁ ମାନ୍ୟବର ଶକ୍ତିମନ୍ତ୍ରୀ ଶ୍ରୀ ପ୍ରତାପ ଦେବ, ଅବକାଶ ରାଉତ, ଅକ୍ଷୟ ସେଠୀ, ଅକ୍ଷୟ କୁମାର ଓଝା, ଅତିକ ଖାଁ, ଅନୱାର ଖାଁ, ଅନ୍ନପୁର୍ଣ୍ଣା ନାୟକ, ଅପସରି ବିବି, ଅବଦୁଲ ଦୟାନ ଖାଁ, ଅବଦୁଲ ରସିଦ ଖାଁ, ହାଡ଼ିବନ୍ଧୁ ମଲିକ,ଅନନ୍ତ ଚରଣ ବେହେରା, ବ୍ରହ୍ମବରଦା ମହାବିଦ୍ୟାଳୟ ପରିଶରରେ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମକୁ ମାନ୍ୟବର ଶକ୍ତିମନ୍ତ୍ରୀ ଉଦ୍ଘାଟନ କରିଥିବା ବେଳେ, ଏଠାରେ ସୂଚନା ଯୋଗ୍ୟ ଯେ, ବ୍ରହ୍ମବରଦା ପଂଚାୟତ ଦିର୍ଘଦିନ ହେଲା ଜମି ମାଲିକ ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଥିଲେ । ଏନେଇ ବିଧାୟୀକାଙ୍କ ଦୃଷ୍ଟି ଗୋଚର କରାଯାଇଥିବାରୁ ମାନନୀୟ ବିଧାୟୀକା ସୁନନ୍ଦା ଦାସ ଦୃଢ଼ ପଦକ୍ଷେପ ନେଇଥିଲେ । ବିଧାୟୀକାଙ୍କ ତତ୍ୱାବଧାନରେ ବ୍ରହ୍ମବରଦା ପଂଚାୟତର ଜମି ହିତାଧିକାରୀ ମାନେ ପଟା ପାଇବା ଲାଗି ପ୍ରଶାସନ ପକ୍ଷରୁ ବନ୍ଦୋବସ୍ତ କରାଯାଇଥିଲା ।

Related Posts

About The Author

Add Comment