ବ୍ରହ୍ମବରଦା ଠାରେ ବିଶ୍ୱସ୍ତରୀୟ ଅଲ୍ମି ଇଜ୍ତମା ଅନୁଷ୍ଟିତ ହେବାକୁ ଯାଉଚି

Spread the love

ଯାଜପୁର, ୧୨/୨/୨୦ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବ୍ରହ୍ମବରାଦ ପଞ୍ଚାୟତରେ ବିଶ୍ୱସ୍ତରୀୟ ଅଲ୍ମି ଇଜ୍ତମା ଅନୁଷ୍ଟିତ ହେବାକୁ ଯାଉଥିବା ୨୯ ତାରିଖରେ ବିଶ୍ୱସ୍ତରୀୟ ଇଜ୍ତମା ତିନିଦିନ ଧାରି ହେବାକୁ ଯାଉଥିବା ବେଳେ, ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଜୋର ଧରିଛି । ଯାହାକି ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଆଗମନ ଆଖି ଆଗରେ ରଖି ଯାଜପୁର ଜିଲ୍ଲାରେ ବ୍ରହ୍ମବରଦା ଠାରେ ଦ୍ୱିତୀୟ ଇଜ୍ତମା ଅନୁଷ୍ଟିତ ହେଉଥିବାରୁ ତିନି ଦିନ ଧରି କାର୍ଯ୍ୟକ୍ରମ ଅନୁଷ୍ଟିତ କରାଯିବ ବୋଲି କମିଟିର ସଭାପତି ଅମିର୍ ଜାବିର ଅଲ୍ଲୀ ଆଞ୍ଚଳିକ ଇଜ୍ତମା କମିଟିର ସଭ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ବିଶ୍ୱ ସ୍ତରୀୟ ମୁସଲିମ ସମ୍ମିଳନୀ ହେବାକୁ ଯାଉଥିବା ବେଳେ, ବ୍ରହ୍ମବରଦାରେ ଦ୍ୱିତୀୟ ତମ ୨୫ ବର୍ଷରେ ପୁଣି ବିଶ୍ୱସ୍ତରୀୟ ଅଲ୍ମି ଅନୁଷ୍ଟିତ ହେବାକୁ ଯାଉଚି । ଦିଲ୍ଲୀ ସ୍ଥିତ ସର୍ବ ବୃହତ ମୁସଲିମ ସଂଗଠନ ମୁଖ୍ୟ ନିଜାମୁଦ୍ଦିନ୍ ଏହି ଇଜ୍ତମାରେ ଯୋଗ ଦେଉଥିବାରୁ ଏହାର ନାମ କରଣ କରାଯାଇଚି ଆଲ୍ମି ଇଜ୍ତମା ବୋଲି ବରୀ ନିର୍ବାଚନ ମଣ୍ଡଳୀର ବିଧାୟିକା ସୁନନ୍ଦା ଦାସଙ୍କ ତତ୍ୱାବଧାନରେ ଏହା ସଫଳ କରାଯିବା ପାଇଁ ବିଧାୟିକା ଦାୟିତ୍ୱ ନେଇଥିବା ବେଳେ, ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀମତୀ ବିଧାୟିକା ସୁନନ୍ଦା ଦାସ ତିକ୍ଷ୍ଣ ନଜର ରଖିଛନ୍ତି । ବରୀର ଯୁବ ନେତା ଦେବେନ୍ଦ୍ର ଦାସ ଇଜ୍ତମାକୁ ସରସ ସୁନ୍ଦର କରାଯିବା ପାଇଁ ଦାୟିତ୍ୱ ନେଇଥିବା ବେଳେ, ଯାଜପୁର ଜିଲ୍ଲାର ପୂର୍ବତନ ଶକ୍ତି ମନ୍ତ୍ରୀ ଯାଜପୁର ବିଧାୟକ ପ୍ରଣବ ପ୍ରକାସ ଦାସ ସଫଳ କରାଇବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ସାହାଯ୍ୟ ସହଯୋଗ କରାଯିବା ସହିତ ଧର୍ମଶାଳାର ବିଧାୟକ ପ୍ରଣବ ବଳବନ୍ତରାୟ ତିକ୍ଷ୍ଣ ନଜର ରଖିଛନ୍ତି । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଆଖିଆଗରେ ରଖାଯାଇ ପାନୀୟ ଜଳ ପାଇଁ ତିନୋଟି ଗଭିର ନଳକୂପ ଖନନ କରାଯାଇଥିବା ବେଳେ, ୫୦ ଟି ଅଗଭିର ନଳକୂପ ପାନୀୟ ଜଳ ନିର୍ବାହି ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘଣ୍ଟାକୁ ୨ ହଜାର ଲିଟର ପାନୀୟ ଜଳ ଯୋଗାଇବାପାଇଁ ନିଦେ୍ର୍ଦଷ ଦିଆଯାଇଚି । ଇଜ୍ତମା ପଡ଼ିଆରେ ବିଦ୍ୱୁତ୍ ଯୋଗାଣ କରାଯିବା ପାଇଁ ୨୫୦ କେଭିର ଏକ ସ୍ୱତନ୍ତ୍ର ଟ୍ରାନ୍ସଫରମର ବସାଯାଇଛି । ବିଦ୍ୱୁତ କାଟ୍ କରାଗଲେ ସମସ୍ତ ଆଲୋକ ବ୍ୟବସ୍ଥା କରାଯାଇଚି । ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ପାଇଁ ୧୫୦ ଟି ହୋଟେଲ୍ ୨୦୦ଟି ଜଳଖିଆ ଷ୍ଟଲ ଇଜ୍ତମାର ଖୋଲାଯିବ । ରାତ୍ରୀ ଯାପନ କରାଯିବା ଲାଗି ଶ୍ରଦ୍ଧାଳୁ ମାନଙ୍କ ଶୌଚ ପାଇଁ ୩ ହଜାର ପାଇଖାନା ନିର୍ମାଣ କରାଯାଇଚି । ଇଜ୍ତମା ପଡ଼ିଆକୁ ଶ୍ରଦ୍ଧାଳୁ ଭକ୍ତ ମାନେ ଯିବା ଲାଗି ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଚି । ଗାଡ଼ି ରଖାଯିବା ପାଇଁ ଜାଗା ନିରୁପଣ କରାଯାଇଚି । ଶାନ୍ତି ଶୃଙ୍ଖଳା ରକ୍ଷା କରାଯିବା ପାଇଁ ଯାଜପୁର ଜିଲ୍ଲା ଏସ୍.ପି. ଙ୍କ ତତ୍ୱାବଧାନରେ ଆଇନି ଶୃଙ୍ଖଳା ରଖାଯିବା ଲାଗି ପୋଲିସ୍ ନଜର ରଖିଚି । ପରିଚାଳନା କମିଟିର ପକ୍ଷରୁ ୪ଶହରୁ ଉର୍ଦ୍ଧ ଯୁବକ ନିଯୁକ୍ତି କରାଯାଇଚି । ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ଅଞ୍ଚଳର ମୁରବି ମାନଙ୍କୁ ନେଇ କମିଟି ଗଠନ କରାଯାଇଚି । ବ୍ରହ୍ମବରଦା ଏବଂ ମହେଶ୍ୱରପୁର ପଞ୍ଚାୟତର ସଂଖ୍ୟାଲଘୁ ସମ୍ପ୍ରଦାୟର ସଂଗଠନ ଏବଂ ସ୍ୱେଚ୍ଛାସେବୀ ତଦନ୍ତ କରୁଛନ୍ତି । ୧୬ ନଂ ଜାତୀୟ ରାଜପଥ ପାଶ୍ୱର୍ରେ ପ୍ରଚାର ହୋଡ଼ିଂ ଲାଗିଥିବା ଦେଖିବାକୁ ମିଳିଚି । ଇଜ୍ତମା ପଡ଼ିଆର ସମୀକ୍ଷା କରିବା ଲାଗି ଅଲ୍ ଓଡ଼ିଶା ସଙ୍ଗଠନ ପକ୍ଷରୁ ଇଜ୍ତମା କମିଟିର ସଭାପତି ଅମିର ମହମ୍ମଦ ମୋକିମ୍ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବ୍ରହ୍ମରଦା ପଞ୍ଚାୟତର ସରପଞ୍ଚ ବିଜୟ କୁମାର ଦାସ, ଯାଜପୁର ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ପ୍ରଦିପ ଦାସ, ମହେଶ୍ୱରପୁର ସରପଞ୍ଚ, ସମିତି ସଭ୍ୟମାନେ ଇଜ୍ତମା ୨୫ ବର୍ଷପରେ ଏଠାରେ ବିଶ୍ୱସ୍ତରୀୟ ସମ୍ମୀଳନୀ କରାଯାଉଥିବାରୁ ବରୀ ବିଧାୟିକା ସୁନନ୍ଦା ଦାସ, ଯାଜପୁର ବିଧାୟକ ପ୍ରଣବ ପ୍ରକାସ ଦାସ, ଧର୍ମଶାଳା ବିଧାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Related Posts

About The Author

Add Comment