ବ୍ରହ୍ମବରଦା ଏଟିଏମରୁ ଟଙ୍କା ଲୁଟି ନେଲେ ଅଜଣା ବ୍ୟକ୍ତି

Spread the love

ଯାଜପୁର ସଦର, ୨୫/୦୧/୨୦୧୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ଏଟିଏମରୁ ଏଟିଏମ କାର୍ଡ଼କୁ ବଦଳାଇ ଜଣେ ଅଜଣା ବ୍ୟକ୍ତି ୮୧ହଜାର ୫ଶହ ଟଙ୍କା ଲୁଟି ନେଇଥିବା ବ୍ରହ୍ମବରଦା ଫାଣ୍ଡିରେ ଅଭିଯୋଗ କରାଯାଇଚି । ଘଟଣାରୁ ପ୍ରକାଶ ଯେ, ବ୍ରହ୍ମବରଦା ଗ୍ରାମର ରମେଶ ଚନ୍ଦ୍ର ଦାସ ଟଲି ଚଳାଇ ପରିବାର ପ୍ରତିପୋଶଣ କରୁଥିବା ବେଳେ, କିଛିଟଙ୍କା ତାଙ୍କ ନିଜ ଏକାଉଣ୍ଟରେ ସଞ୍ଚୟ କରି ରଖିଥିଲେ । ଟଙ୍କା ଆଣିବାକୁ ବ୍ରହ୍ମବରଦା ହାଟ ନିକଟସ୍ଥ ଏଟିଏମକୁ ଯାଇଥିବା ବେଳେ, ଏଟିଏମରୁ ଟଙ୍କା ଉଠାଇ ଜାଣିନଥିବାରୁ ପଖାରେ ଛିଡ଼ା ହୋଇଥିବା ଏହି ଅଜଣା ଯୁବକକୁ ଟଙ୍କା ଉଠାଇ ପାଇଁ ନିଜର ଏଟିଏମ କାର୍ଡ଼ ଦେଇଥିଲେ । ତାଙ୍କର ସିକ୍ରେଟ ନଂ ଏହି ଯୁବକୁ କହିଥିବା ବେଳେ, ଏହି ଠକ ଯୁବକ ଏଟିଏମ କାର୍ଡ଼ ନେଇ ନକଲି ଏଟିଏମ କାର୍ଡ଼ ରମେଶକୁ ଦେଇଥିଲେ । ଟଙ୍କା ଏଟିଏମରୁ ଉଠୁନଥିବା କହି ଯୁବକ ସେଠାରୁ ଚମ୍ପଟ ମାରିଥିଲେ । ରମେଶ ଘରେ ପହଁଞ୍ôଚବା ପରେ ତାଙ୍କ ମୋବାଇଲକୁ ଟଙ୍କା ଉଠିଥିବାର ମେସେଜ ଆସିଥିଲା । ଟଙ୍କା ଉଠିଥିବା ସ୍ଥାନ ଗୁଡ଼ିକ ହରିପୁର, କବିରପୁର, କୁଆଖିଆ, ନେଉଳପୁର ଏହି ସ୍ଥାନ ମାନଙ୍କରୁ ୮୧ ହଜାର ୫ଶହ ଟଙ୍କା ଠକ ଯୁବକ ଉଠାଇ ନେଇଥିବା ସୂଚନା ମିଳିଚି । ରମେଶ ବ୍ୟାଙ୍କୁ ଯାଇ ଏଟିଏମ କାର୍ଡ଼ ବ୍ଲକ କରିବା ସହିତ ନିଜ ପାସବୁକକୁ ଯାଞ୍ଚ କରିଥିଲେ । ପାସବୁକ ଯାଞ୍ଚ କରିବାପରେ ଟଙ୍କା ଉଠାଯାଇଥିବା ଜଣାପଡ଼ିଥିଲା । ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ଏସ୍ ଦାଶରଥି ପାତ୍ର ତଦନ୍ତ କରୁଛନ୍ତି ।

Related Posts

About The Author

Add Comment