ବ୍ରହ୍ମବରଦାର ବୋଇତ ବନ୍ଧାଣ ଉତ୍ସବ ଉଦ୍‌ଜାପନି ଦିବସ

Spread the love

ଯାଜପୁର ସଦର,୦୩ା୧୨: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମରବଦା ପଂଚାୟତ ଡିହସାହି ଗ୍ରାମ ଉତ୍କଳ ଗୌରବ ସେବା ସଂସଦ ୨୪ତମ ବାର୍ଷିକ ଉତ୍ସବ ଏବଂ ବୋଇତ ବନ୍ଧାଣ ଉତ୍ସବ ଅନୁଷ୍ଟିତ କରାଯାଇଥିଲା । ଏହି ଉତ୍ସବରେ ଯୁବନେତା ଅଶୁଂମାନ ମେମୋରିଆଲ ଟ୍ରଷ୍ଟର ସଂମ୍ପାଦକ ହିମାଂଶୁ ଶେଖର ସାହୁ ଯୋଗଦେଇଥିବା ବେଳେ, ସଂସଦର ସାଂସ୍କୃତିକ କାର୍ଯ୍ୟକ୍ରମରେ ସଭାପତି ଜିତେନ୍ଦ୍ର ପ୍ରସାଦ ସାହୁଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ସଂସଦର ସମ୍ପାଦକ ନିରାକାର ବେହେରା ଉପସଭାପତି ନିତ୍ୟାନନ୍ଦ ରାଉତ କୋଷାଦକ୍ଷ ପ୍ରଭାତ ଘଡ଼ାଇ, ମହେଶ ବେହେରା, ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ମାନପତ୍ର ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଓଡ଼ିଆ ଅଭିନେତ୍ରୀ ପ୍ରୟା ଚୌଧୁରୀ ଏବଂ ଭୂବନେଶ୍ୱରରୁ ଆସିଥିବା ସୁରତାଳର କଣ୍ଠଶିଳ୍ଫୀ ଲୋପାମୁଦ୍ରା ଦାସ, ଲିପସା ମହାପାତ୍ର, ଗୋପାଳ ଓଡ଼ିଆ ଚଳଚିତ୍ରର ଦଶମ ଶ୍ରେଣୀର ସମସ୍ତ ଅଭିନେତା ଅଭିନେତ୍ରୀ ଯୋଗଦେଇଥିଲେ । ସାଇ ଟେଣ୍ଡ ହାଉସର ମାଲିକ ସତ୍ୟାନନ୍ଦ ମିଶ୍ର, ଶିଳ୍ପୀ ମଧୁସୁଦନ ସାହୁ, ସଂସଦର କର୍ମକର୍ତ୍ତା ସମ୍ବର୍ଦ୍ଦିତ କରିଥିଲେ । ବିଭିନ୍ନ କଳାକାର ମାନଙ୍କ କଣ୍ଟରୁ ସଙ୍ଗୀତ ପରିବେଶଣ କରାଯାଇଥିବା ବେଳେ, ଦର୍ଶକ ମାନଙ୍କ ମନକୁ ବାନ୍ଧି ରଖିଥିଲେ । ହଜାର ହଜାର ଦର୍ଶକଙ୍କ ସମାଗମକୁ ଆଖିଆଗରେ ରଖି ସଂସଦର କର୍ମକର୍ତ୍ତା ମାନେ ସାହାଯ୍ୟ ସହଯୋଗ କରିଥିଲେ ।

Related Posts

About The Author

Add Comment