ବ୍ରହ୍ମବରଦାରେ ୨୪ତମ ବୋଇତ ବନ୍ଧାଣ ଉତ୍ସବ ଅନୁଷ୍ଟିତ

Spread the love

ଯାଜପୁର ସଦର,୨୩ା୧୧: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ପଂଚାୟତ ଡିହ ସାହି ମେଲଣ ପଡ଼ିଆ ପରିଶରରେ ୨୪ ତମ ବୋଇତ ବନ୍ଧାଣ ଉତ୍ସବ ଅନୁଷ୍ଟିତ କରାଯାଇଥିଲା । ଏହି ଅବସରରେ ବରୀ ନିର୍ବାଚନ ମଣ୍ଡଳୀର ସୁନାମଧନ୍ୟ ବିଧାୟିକା ମା ରମାଦେବୀ ସୁନନ୍ଦା ଦାସ ଅତିଥି ଭାବେ ଯୋଗଦେଇ ୨୪ତମ ବୋଇତ ବନ୍ଧାଣ ଉତ୍ସବକୁ ଆନୁଷ୍ଠାନିକ ଭାବେ ପ୍ରଦ୍ୱିପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ । ଶ୍ରୀମତୀ ଦାସ ପ୍ରଭୂ ଜଗନ୍ନାଥଙ୍କ ଉପରେ ପୁଷ୍ପମାଲ୍ୟ ଅର୍ପଣ କରି ସୁସୋଜିତ ବୋଇତକୁ ମେଲାଣି ଦେଇଥିଲେ । ଓଡ଼ିଆ ଧାରାବାହିକରେ ତୋରି ପାଇଁ ତୋ ପାଇଁରେ ଅଭିନୟ କରୁଥିବା ଅଭିନେତା ସାଗର କୁମାର ମହାନ୍ତି(ରାମ) ଇଙ୍ଗଲିସ ମିଡିୟମ ଅଭିନେତ୍ରୀ(ଚିକି) ସୁଶ୍ରୀ ନେହା ନାଗେଶ୍ୱରୀ ବୋଇତ ବନ୍ଧାଣ ଉତ୍ସବରେ ସମ୍ମାନୀୟ ଅତିଥି ସାଗର କୁମାର ମହାନ୍ତି ଯୋଗଦେଇ ତାଙ୍କ ଅଭିନୟ ଯାଦୁରେ ଚିକି ଏବଂ ରାମ ଦର୍ଶକ ମାନଙ୍କୁ ବାନ୍ଧି ରଖିଥିଲେ । ସାଗର ଏବଂ ଚିକି ସଂଙ୍ଗିତ ପରିବେଶଣ କରିବା ସହିତ ସୁଶ୍ରୀ ନେହା ନାଗେଶ୍ୱରୀ(ଚିକି) ଡ୍ୟାନ୍ସ ଉଚ୍ଚ କୋଟିର ହୋଇଥିଲା । ଦର୍ଶକ ମାନଙ୍କୁ ଚିକି କିଣି ନେଇଥିଲେ । ଅନ୍ୟତମ ଅତିଥି ବ୍ରହ୍ମବରଦା ପଂଚାୟତର ସରପଂଚ ମମତା ଶୁଭଦର୍ଶିନୀ ଦେଓ ଯୋଗଦେଇଥିବା ବେଳେ, ବ୍ରହ୍ମବରଦାର ପୂର୍ବତନ ସରପଂଚ ବିପିନ ବିହାରୀ ଦେଓ ଯୋଗଦେଇଥିଲେ । କବି ଏବଂ ସମାଜ ସେବୀ ନିମାଇଁ ଦାସ ଯୋଗଦେଇ କବିତା ପାଠ କରିଥିଲେ । ମଞ୍ଚାସିନ ଅତିଥି ପରମାନନ୍ଦ ସାହୁ, କେଶବ ବେହେରା, ଯୁବନେତା ରାକେଶ ଦେଓ ମଞ୍ଚାସୀନ ଥିବା ବେଳେ, ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ ପ୍ରତିଭା ମାନଙ୍କୁ ଉତ୍କଳ ଗୌରବ ସେବା ସଂସଦ ପକ୍ଷରୁ ଉପଢ଼ୌକନ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସମାଜ ସେବୀ ଶ୍ରମିକ ନେତା ପ୍ରଦିପ ଦାସ ମଞ୍ଚ ପରିଚାଳନା କରିଥିବା ବେଳେ, ସାଗର କୁମାର ମହାନ୍ତି, ସୁଶ୍ରୀ ନେହା ନାଗେଶ୍ୱରୀଙ୍କୁ ଉପଢ଼ୌକନ ଏବଂ ଜଗନ୍ନାଥଙ୍କ ଫଟୋଚିତ୍ର ଅର୍ପଣ କରାଯାଇଥିଲା । ଉତ୍କଳ ଗୌରବ ସେବା ସଂସଦର ସମ୍ପାଦକ ନିରାକାର ବେହେରା ଧନ୍ୟବାଦ ଦେଇଥିବା ସଭାପତି ଜିତେନ୍ଦ୍ର କୁମାର ସାହୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପ୍ରତାପ କେଶରୀ ଦେଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ, ୨୪ତମ ବୋଇତ ବନ୍ଧାଣ ଉତ୍ସବ ଅନୁଷ୍ଟିତ କରାଯାଇଥିଲା । ହଜାର ହଜାର ଦର୍ଶକ ବୋଇତ ବନ୍ଧାଣ ଉତ୍ସବରେ ଚିକି ଏବଂ ରାମଙ୍କୁ ଦେଖିବା ପାଇଁ ହଜାର ହଜାର ଦର୍ଶକ ମାନେ ଯୋଗଦେଇଥିଲେ ।

Related Posts

About The Author

Add Comment