ଯାଜପୁର ସଦର, ୦୧ା୦୩: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ପାଂୟତର ଉର୍ଦ୍ଧୁ କବି ସମ୍ମୀଳନୀ ଅନୁଷ୍ଟିତ କରାଯାଇଥିବା ବେଳେ, ଏହି ସମ୍ମୀଳନୀକୁ ବରୀ ନିର୍ବାଚନ ମଣ୍ଡଳୀର ବିଧାୟୀକା ସୁନନ୍ଦା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ସର୍ବ ଭାରତୀୟ ଉର୍ଦ୍ଧୁ କବି ସମ୍ମୀଳନୀରେ ବହୁ କବି ଯୋଗଦେଇ ବିଏମସିଇୟୁଥ କମିଟି ପକ୍ଷରୁ ବ୍ରହ୍ମବରଦା ନିକଟସ୍ଥ ମୃଷାଇରା ପଡ଼ିଆ ପରିଶରରେ ଏକସାମ, ଏକତା କି ନାମ, ନାମରେ ସର୍ବ ଭାରତୀୟ ଉର୍ଦ୍ଧୁ କବି ସମ୍ମୀଳନୀ ଅନୁଷ୍ଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସିତାମଣୀ ବିହାରରୁ ଉର୍ଦ୍ଧୁ କବି ନେମତୁଲା ରେହେମାନ, କିସାନଗଞ୍ଜ ବିହାର ଗାୟକ ତବରେଜ ହାସିନ, ମୁମ୍ବାଇରୁ ସହିଦ ଗହର, ଉତ୍ତରପ୍ରଦେଶର ନାଜିମ ହସନ, ଆସମ ଆଜାମ ଏବଂ ଆଦନାନ ପ୍ରାତପଗଡ଼ି ଦିଲ୍ଲୀ ସୋଜାମିଲ ହାସାଦ ଯୋଗ ଉର୍ଦ୍ଧୁ କବିତାରେ ବହୁ ଦର୍ଶକ ମାନଙ୍କୁ ବାନ୍ଧିରଖିଥିଲେ । ସମ୍ମାନୀୟ ଅତିଥି ରାଜ୍ୟ ସଭା ସାଂସଦ ଶ୍ରୀମତୀ ସୁଲତା ଦେଓ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ବିଧାୟୀକା ସୁନନ୍ଦା ଦାସ, ୩୬ ନଂ ଜିଲ୍ଲା ପରିଷଦ ସଭ୍ୟା ଭାରତୀ ବିଶ୍ୱାଳ, ବ୍ରହ୍ମବରଦା ସରପଂଚ ମମତା ଶୁଭଦର୍ଶିନୀ ଦେଓ, ସମିତି ସଭ୍ୟା ରୁକସାନା ପରୱିନ ଯୋଗଦେଇଥିବା ବେଳେ, କବି ସମ୍ମୀଳନୀ କମିଟି ପକ୍ଷରୁ ମୁଖ୍ୟ ଅତିଥି ଗାୟକ, ଗାୟୀକାକୁ ଉତ୍ତରୀୟ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁତ ଓଡ଼ିଆ ଭାଇମାନେ ଯୋଗଦେଇଥିଲେ । ଶ୍ରମିକ ନେତା ପ୍ରଦିପ ଦାସ ଯୋଗଦାନ କରିଥିଲେ ।
ବ୍ରହ୍ମବରଦାରେ ଉର୍ଦ୍ଧୁ କବି ସମ୍ମୀଳନୀ ଅନୁଷ୍ଟିତ
|
March 2, 2024 |