ବ୍ରହ୍ମବରଦାକୁ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଗସ୍ତ

Spread the love

ଯାଜପୁର ସଦର, ୦୧ା୦୯(ସନ୍ଧାନ ନ୍ୟୁଜ): ଯାଜପୁର ଜିଲ୍ଲାକୁ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ୩ଦିନିଆ ଗସ୍ତ ରହିଥିବା ବେଳେ, ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ହାଜିରମିଆଁ ହାଇସ୍କୁଲ ପଡ଼ିଆ ପରିଶରରେ ୫ଟି ସଚିବଙ୍କ ଗସ୍ତକୁ ନେଇ ଏକ ସଭାର ଆୟୋଜନ କରାଯାଇଥିଲା । ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ରସୁଲପୁର ବିଡିଓ ଅବନିକାନ୍ତ ସାହୁ, ତହସିଲଦାର ନିରଂଜନ ସାହୁ, ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂରାଠୋର, ଯାଜପୁର ଏସପି ଭିନିଥ ଅଗ୍ରୱାଲ ଏବଂ ଯାଜପୁର ଜିଲ୍ଲାର ସମସ୍ଥ ଥାନା ଅଧିକାରୀ ମାନେ ଯାଗଦେଇ ୫ଟି ସିଚିବ ଭିକେ ପାଣ୍ଡିଆନଙ୍କ ଗସ୍ତକୁ ତିକ୍ଷ୍ଣ ନଜର ରଖିଥିଲେ । ଯାହାକି ଆଜଦିନ ୧୧ ଘଟିକା ସମୟରେ ବ୍ରହ୍ମବରଦା ହାଜିରମିଆଁ ହାଇସ୍କୁଲ ପଡ଼ିଆରେ ହେଲିକେପ୍ଟର ଯୋଗେ ଅବତରଣ କରି ସଭା ମଞ୍ଚକୁ ଆସିଥିଲେ । ବରୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ଯୋଗଦେଇଥିବେ ବେଳେ, ୫ଟି ସଚିବଙ୍କୁ ସ୍ୱାଗତ କରିବା ପାଇଁ ସମସ୍ଥ ବ୍ୟବସ୍ଥା କରାଯାଇଥିଲା । ସଚିବ ମଞ୍ଚକୁ ଆସି ମହିଳାମାନଙ୍କୁ ସ୍ୱାଗ ଜଣାଇବା ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନେ ୫ଟି ସଚିବଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରିଥିଲେ । ୫ଟି ସଚିବ ଭିକେ ପାଣ୍ଡିଆନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଷରେ କାର୍ଯ୍ୟକରୁଥିବା ମହିଳା ମାନଙ୍କୁ ୫ଶହ କୋଟି ଟଙ୍କା ସହାୟତା ଦେଇଥିବା ଶ୍ରୀଯୁକ୍ତ ପାଣ୍ଡିଆନ ତାଙ୍କ ବକ୍ତବ୍ୟରେ କରିଥିଲେ । ଯାଜପୁର ଜିଲ୍ଲା ୨୭ ହଜାର ମହିଳା ଗୋଷ୍ଠି ଗଠନ ହୋଇଥିବା ବେଳେ, ସେମାନଙ୍କୁ ବିନା ସୁଧରେ ୫ଲକ୍ଷ ଟଙ୍କା ଲେଖାଏଁ ଦିଆଯାଉଥିବା ସୂଚନା ଦେଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ୧୦ଲକ୍ଷ ଟଙ୍କା ଲେଖାଏଁ ବିନା ସୁଧରେ ଦିଆଯିବ ବୋଲି ଶ୍ରୀଯୁକ୍ତ ପାଣ୍ଡିଆନ ସୂଚନା ଦେଇଥିଲେ । ମହିଳା ମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୧୦ ଲକ୍ଷ ମହିଳାଙ୍କୁ କରାଯାଇଥିବା ବେଳେ, ପୁରଷ ମାନଙ୍କ ପାଇଁ ୫ଲକ୍ଷ ଟଙ୍କା ବର୍ଷକୁ ସ୍ୱାସ୍ଥ୍ୟବିମା କରାଯାଇଥିବା ସୂଚନା ଦେଇଥିଲେ । ବିଭିନ୍ନ ସମସ୍ୟାକୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଜିଲ୍ଲାକୁ ଆର୍ôଥକ ସହାୟତା ଯୋଗାଇ ଦେବା ସହିତ ପାନୀୟ ଜଳ ଠାରୁ ଆରମ୍ଭ କରି ୫ଟି ହାଇକସ୍‌ୁଲ ମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ସହାୟତା ଦିଆଯାଇଥିବା ସୂଚନା ଦେଇଥିଲେ । ଗମନା ଗମନ ରାସ୍ତା କରାଯିବା ପାଇଁ ଟଙ୍କା ମଞ୍ଜୁର କରାଯାଇଚି ବୋଲ ୫ଟି ସଚିବ ସୂଚନା ଦେଇଥିଲେ । ଅଭିଯୋଗକାରୀଙ୍କ ଠାରୁ ଅଭିଯୋଗପତ୍ର ନେଇଥିବା ବେଳେ, ତୁରନ୍ତ ଏହାର ସମାଧାନ କରାଯିବ ବୋଲି ୫ଟି ସଚିବ କହିଥିଲେ ।

Related Posts

About The Author

Add Comment