ବ୍ରହ୍ମବରଦାକୁ ଆସିଥିବା ଖବର ସଂଗ୍ରହ ପାଇଁ ସାମ୍ବାଦିକଙ୍କ ଉପରେ ଆକ୍ରମଣ

Spread the love

ଯାଜପୁର, ୨୪/୧୦/୨୦୨୧ (ସନ୍ଧାନ ନିଉଜ) : ଚତୁର୍ଥ ସ୍ତମ୍ବ କୁହାଯାଉଥିବା ଗଣମାଧ୍ୟମ ପ୍ରତିନିଧିମାନେ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ, ଇଲେକ୍ଟ୍ରିମିଡିଆ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହେବା ଘଟଣା ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଚି । ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ସୁରକ୍ଷା କେତେ ତତ୍ପର ଏହା ଏହିଥିରୁ ବାରି ହୋଇଯାଉଚି । ଘଟଣାରୁ ପ୍ରକାଶ ଯେ, ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବ୍ରହ୍ମବରଦା ପଂଚାୟତକୁ ଖବର ସଂଗ୍ରହ କରିବା ପାଇଁ ଇଲେକ୍ଟ୍ରିମିଡିଆ ସାମ୍ବାଦିକ ମାନେ ଯାଜପୁରରୁ ବ୍ରହ୍ମବରଦାକୁ ଯାଇଥିବା ବେଳେ, ସେଠାରେ କେତେଜଣ ମୁଷ୍ଟିମେୟ ପ୍ରଭାବଶାଳୀ ବ୍ୟକ୍ତି ସାମ୍ବାଦିକ ମାନଙ୍କୁ ଆକ୍ରମଣ କରିବା ଘଟଣା ଯାଜପୁର ଜିଲ୍ଲାରେ ଚହଳ ପକାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ବ୍ରହ୍ମବରଦା କଲେଜରେ କେତେକ ଅଧ୍ୟାପକ ଏବଂ ପଦର୍ଶକ(ଡେମୋନେଷ୍ଟ୍ରେଟର) ଛାତ୍ରଙ୍କୁ ନିଜ ପାଖରେ ଟ୍ୱୁସନ କରିବାପାଇଁ ଅଧ୍ୟାପକ କହିଥିଲେ । ଏଠାରେ ଟ୍ୱୁସନ ହେଉନଥିବା ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରକାରର ମାନସିକ ଯନ୍ତ୍ରଣା ଦିଆଯିବା ସହିତ ପରିକ୍ଷାରେ ଅସୁବିଧା କରାଯିବ ବୋଲି ଅଧ୍ୟାପକ ମାନେ ଧମକ ଦେଉଥିଲେ । ଏପରିକି ଏହି ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢ଼ାଇବାରେ ବିଭିନ୍ନ ମାନସିକ ନିର୍ଜ୍ଜାତନା ଦେବା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢ଼ାଇବାରେ ଅସୁବିଧା କରାଯାଉଥିଲା । ଯାହାକି ଛାତ୍ର ଛାତ୍ରୀ ମାନଙ୍କୁ ଅଭିଭାବକ ମାନେ ଶୁକ୍ରବାର ଦିନ ଯାଜପୁର ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିବା ସହିତ ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ଏପରିକି ଅଧ୍ୟାପକଙ୍କ ପାଖରେ ଟ୍ୱୁସନ ହେଉଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅଧିକ ନମ୍ବର ରଖିବାପାଇଁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଭାବକ ମାନେ ଅଭିଯୋଗ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଏପରି ଏହି ଘଟଣା ସମ୍ପର୍କରେ ଗତବର୍ଷ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ଏହି ଅଭିଯୋଗର ସତ୍ୟାସତ୍ୟ ଖବର ଜାଣିବା ପାଇଁ ସାମ୍ବାଦିକମାନେ ବ୍ରହ୍ମବରଦା ଆସିଥିଲେ । ପଦାର୍ଥ ବିଜ୍ଞାନର ପଦର୍ଶକ(ଡେମୋନେଷ୍ଟ୍ରେଟର) ଅଶୋକ କୁମାର ଜେନାଙ୍କୁ ପଚାରିବା ପାଇଁ ସାମ୍ବାଦିକ ସୁରେନ୍ଦ୍ର ସାମଲ ତାଙ୍କର ସହଯୋଗି ସରୋଜ କାହାଲ, ସୌମ୍ୟରଞ୍ଜନ ଦାସ, ବିଭୁଦତ୍ତ ପୃଷ୍ଟି ବ୍ରହ୍ମବରଦାକୁ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ, ସେ ଅଞ୍ଚଳର ଅଶୋକ ଜେନାଙ୍କ ଇଙ୍ଗିତରେ ଅମୂଲ୍ୟ ରାଉତ ଏବଂ କିଛି ବ୍ୟକ୍ତି ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ସହିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ଗଣମାଧ୍ୟମ ପ୍ରତିନିଧି ସରୋଜ କାହାଲ ଗୁରୁତର ଆହତ ହୋଇଥିଲେ । ଏହାପରେ ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ଏସ୍ ଦାଶରଥି ପାତ୍ର ଘଟଣା ସ୍ଥଳରେ ପହଁଞ୍ଚô ସାମ୍ବାଦକି ମାନଙ୍କୁ ଉଦ୍ଧାର କରିଥିଲେ । ବ୍ରହ୍ମବରଦା ଫାଣ୍ଡିରେ ସାମ୍ବାଦିକ ମାନଙ୍କୁ ଅଟକ ରଖାଯାଇ ସାମ୍ବାଦିକ ମାନଙ୍କ ଠାରୁ ଏକ ଅଣ୍ଡରଟେକିଙ୍ଗ ରଖାଯାଇ ସେମାନଙ୍କୁ ଛଡ଼ା ଯାଇଥିଲା । ଏନେଇ ଗଣମାଧ୍ୟମ ପ୍ରତିନିଧିମାନେ ଧର୍ମଶାଳା ଥାନା ଅଧିକାରୀଙ୍କୁ ଭେଟି ଅଭିଯୋଗ କରିବା ସହିତ ଥାନାରେ ଏତଲା କରିଥିଲେ । ଏ ସମ୍ପର୍କରେ ବ୍ରହ୍ମବରଦା ଫାଣ୍ଡିଅଧିକାରୀଙ୍କୁ ଆମ ପ୍ରତିନିଧି ପଚାରିବାରୁ ସାମ୍ବାଦିକମାନେ ଅଣ୍ଡରଟେକିଙ୍ଗ ଲେଖିଦେଇ ଏଠାରୁ ଯାଇଛନ୍ତି ବୋଲି ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ସୂଚନା ଦେଇଥିଲେ । ଏହି ଘଟଣା ସମ୍ପର୍କରେ କୌଣସି ଠାରେ ଲିଖିତ ଭାବେ ଲେଖିକି ଯାଇଛନ୍ତି ବୋଲି ଫାଣ୍ଡି ଅଧିକାରୀ ମୋ ପାଖରେ କୌଣସି ଅଭିଯୋଗ ହୋଇନାହିଁ ବୋଲି ସୂଚନା ଦେଇଛନ୍ତି ।

Related Posts

About The Author

Add Comment