ବାରିପଦା ୧୯.୦୭.୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ବୋହୂ ପ୍ରତି ଶାଶୂଘର ତାଙ୍କ ସ୍ବାମୀ ଏବଂ ପରିବାର ବର୍ଗଙ୍କ ସହାନୁଭୂତି ରହିବା ଦରକାର । ବୋହୂଙ୍କର ଉପଯୁକ୍ତ ଯତ୍ନ ଓ ତାଙ୍କ ଭାବାବେଗ ପ୍ରତି ସମ୍ମାନ ଦିଆଯିବା ଉଚିତ୍ । ଜଣେ ବିବାହିତ ମହିଳାଙ୍କ ଆତ୍ମହତ୍ୟା ଘଟଣାରେ ଅଭିଯୁକ୍ତ ସ୍ବାମୀଙ୍କୁ ଜାମିନ ଦେବା ଅବସରରେ ହାଇକୋର୍ଟ ଏଭଳି ମନ୍ତବ୍ୟକ୍ତ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲା ଜଅଙ୍କିଆ ଥାନା ଅଞ୍ଚଳର କିଶୋର ଚନ୍ଦ୍ର ମହାନ୍ତିଙ୍କ ଜାମିନ ଆବେଦନର ଶୁଣାଣି ଅବସରରେ ହାଇକୋର୍ଟ ବିଚାରପତି ଜଷ୍ଟିସ ଏସ୍.କେ. ପାଣିଗ୍ରାହୀ ଏଭଳି ମନ୍ତବ୍ୟକ୍ତ କରିଛନ୍ତି ।
ମାମଲା ପ୍ରକାଶ, ଶଶାଙ୍କ ମହାନ୍ତିଙ୍କ ଭଉଣୀ ୨୦୦୦ ମସିହାରେ ଅଭିଯୁକ୍ତ କିଶୋର ମହାନ୍ତିଙ୍କୁ ବିବାହ କରିଥିଲେ । ବିବାହ ପରେ ଶାଶୁଘରେ ପ୍ରଥମେ ଯୈତୁକ ପାଇଁ ଓ ପରେ ପିଲା ନହେବାରୁ ଅତ୍ୟାଚାର କରାଗଲା । ଏହାପରେ ଅଭିଯୁକ୍ତ କିଶୋର ଅନ୍ୟ ଜଣେ ମହିଳାଙ୍କୁ ଦ୍ବିତୀୟ ବିବାହ କରିଥିଲେ । ଫଳରେ ଶଶାଙ୍କଙ୍କ ଭଉଣୀ ବାହାଘରକୁ ପଳାଇଥିଲେ । ପରେ କିଶୋର ଓ ତାଙ୍କ ଦ୍ବିତୀୟ ପତ୍ନୀ ଯାଇ ତାକୁ ଘରକୁ ଫେରାଇ ଆଣିଥିଲେ । ଶାଶୁଘରକୁ ଫେରିବା ପରେ ରୋଜାଲିନଙ୍କ ପିଲାର ଲାଳନପାଳନକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହାକୁ କେନ୍ଦ୍ରକରି ଶଶାଙ୍କଙ୍କ ଭଉଣୀ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ। ଏହି ଘଟଣାକୁ ନେଇ ଅଭିଯୋଗ ଆଧାରରେ କିଶୋରଙ୍କୁ ପୋଲିସ ଗିରଫ କରିଥିଲା । ଏହି ମାମଲାରେ ପୋଲିସ ଅନନ୍ୟ ଦଫା ସହ କିଶୋରଙ୍କ ବିରୋଧରେ ଆଇପିସିର ଦଫା ୩୦୧ (ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା) ଏବଂ ଦଫା ୪୯୮(ଏ) (ସ୍ବାମୀ କିମ୍ବା ସ୍ବାମୀଙ୍କ ପରିବାର କେହି ନିର୍ଯାତନା ଦେବା) ଲଗାଇଥିଲା । ଏହି ଦୁଇଟି ଦଫା ପାଇଁ ଯେଉଁସବୁ ଅଭିଯୋଗ ରହିଛି ତାହା ଯଥେଷ୍ଟ ନୁହେଁ ବୋଲି ହାଇକୋର୍ଟ ମତ ଦେଇଛନ୍ତି । ତେଣୁ ଏହି ଘଟଣାରେ ଯେଉଁ ଜଟିଳତା ରହିଛି ତାହା ଟ୍ରାଏଲ କୋର୍ଟରେ ଉତ୍ତର ବିଚାର ହୋଇପାରିବ । ଏସବୁକୁ ଦୃଷ୍ଟିରେ ରଖି ହାଇକୋର୍ଟ ଅଭିଯୁକ୍ତ କିଶୋରଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି ।