କେନ୍ଦୁଝର – ୨୧/୦୧ (ସନ୍ଧାନ ନିୟୁଜ୍) ଚମ୍ପୁଆ ବ୍ଲକ ଆଙ୍ଗୁଳିଆ ଛକ ନିକଟରେ ଏକ ଅଜଣା ବୋଲେରୋ ଧକ୍କାରେ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି।ମୃତକ ହେଲେ ବ୍ରହ୍ମପୁରର ରାଜେଶ ମୁଣ୍ଡା ଓ ଆଙ୍ଗୁଳିଆର ସୁକମତୀ ମୁଣ୍ଡା ଏକ ବାଇକ ରେ ଯୋଡା ରୁ ଘରକୁ ଫେରୁଥିବା ବେଳେ ଆଙ୍ଗୁଳିଆ ଛକରେ ବିପରୀତ ଦିଗରୁ ଆସୁଥିବା ଏକ ଅଜଣା ବୋଲେର ସେମାନଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଲା।ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା।ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବଦ କରି ତଦନ୍ତ ଆରମ୍ଭ କରିଛି।
