ଯାଜପୁର, ୨୦/୦୫ (ସନ୍ଧନ ନିଉଜ): ସରକାର ରୋଗର ନିଦାନ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ଏପରକି କେନ୍ଦ୍ରସରକାର ରୋଗୀଙ୍କ ଚିକିତ୍ସା ପାଇଁ ଆୟୁସ୍ମାନ ଯୋଜନା ଏବଂ ରାଜ୍ୟ ସରକାରୀ ବିଜୁ କଲ୍ୟାଣ ଯୋଜନା ମାଧ୍ୟମରେ ଚିକିତ୍ସା ପାଇଁ ସୁବିଧା କରିଛନ୍ତି । ତଥାପି ଏଥିରେ ସମ୍ପୁଣ୍ଣ ଚିକତ୍ସା ସୁବୁିଧା ମିଳିପାରିନଥଏ । ରୋଗୀକୁ ବାହର ମେଡିସିନ ଏବଂ ବାହାରୁ ଅନ୍ୟନ ଆନୁସାଙ୍ଗିକ ପରୀକ୍ଷା ନିରୀକ୍ଷା କରିବାକୁ ପଡିଥାଏ ଯାହାକି ଅଧିକ ବ୍ୟୟବହୁଳ ହୋଇଥାଏ । ଯାଜପୁର ଜିଲ୍ଲା ବଡଚଣା ବ୍ଲକ ସୁଙ୍ଗୁଡା ପଂଚାୟତ କୁମ୍ଭାରସାହି ଗ୍ରାମର ମେଧାବୀ ଛାତ୍ର ହେଉଛନ୍ତି ହୃଷିକେଶ ରଣାଙ୍କ ପୁଅ ଆଲୋକ କୁମାର ରଣା (୩୦) । ଚଣ୍ଡିଖୋଲ କଲେଜରେ ଯୁକ୍ତ ତିନି ସମ୍ମାନ ରଖି ଉତ୍ତୀନ୍ନ ହେବା ପରେ ସରକାରୀ କ୍ଷେତ୍ରରେ ଚାକିରୀ କରିବା ପାଇଁ ପ୍ରତିଯୋଗିତା ମୂଳକ ପ୍ରବେଶିକା ପରୀକ୍ଷା ପାଇଁ ତାଲିମ ନେଇଥିଲେ । ଏପରକି ଯୁକ୍ତ ୩ ପଢ଼ିବା ସମୟରେ ଜାତୀୟ ସେବା ଯୋଜନାରେ ଯୋଗ ଦେଇ ବିଭିନ୍ନ ସମାଜ ମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ରଖିଥିଲେ । ପରେ ସିଡ୍ ଭଳି ସମାଜିକ ଅନୁଷ୍ଠାନରେ ସକ୍ରିୟ ସଦସ୍ୟ ଭାବରେ ମଧ୍ୟ ଯୋଗଦେଇ ଚାରା ରୋପଣ, ରାସ୍ତାଘାଟ ସଫା କରିବା, ଛୋଟ ଛୋଟ ପିଲାଙ୍କୁ ପଢ଼ାଇବା ଏବଂ ଅନ୍ୟନ ଭିବିନ୍ନ ସାମାଜିକ କାର୍ଯ୍ୟ କରି ଆସୁଥିଲେ । ଏକ ଗରିବ ପରିବାରରୁ ଯାଇଥିବା ଆଲୋକ ବହୁ କଷ୍ଟ କରି ବିଭିନ୍ନ ପ୍ରକାରର ପ୍ରବେଶିକ ପରୀକ୍ଷା ଦେଇଆସୁଥିଲେ । ଏପରକି ଅନେକ ପରୀକ୍ଷାରେ କୃତକାର୍ଯ୍ୟ ମଧ୍ୟ ହେଉଥିଲେ । କିନ୍ତୁ ଏବେ ଦୀଘ ବର୍ଷେ ପାଖାପଖି ବୋନ୍ ଟିଭିରେ ପିଡୀତ ହୋଇଛନ୍ତି । ପୂର୍ବରୁ ଗୋଡ ଫୁୁଲିବା ନେଇ ଅନ୍ୟ କିଛି ରୋଗ ଅଛି ଭାବି ବିଭିନ୍ନ ଆଡେ ଦେଖାଇ ଓøଷଧ୍ୟ ଖାଇଆସୁଥିଲେ । ହେଲେ ଏହା କୌଣସି ସୁଫଳ ମିଳିନଥିଲା । ପରେ ୭ମାସ ପୂର୍ବରୁ ଦେହର ଅନ୍ୟ ଶରୀରର ହାଡ ଗୁଡିକ ଅତ୍ୟାଧିକ ଯନ୍ତ୍ରଣା ହେବାରୁ କଟକରେ ଦେଖାଇବାରୁ ବୋନ ଟିଭି୍ରେ ପିଡୀତ ହୋଇଥିବା ଜାଣିବାକୁ ପାଇଥିଲେ । ସେଠାରୁ ବୋନ୍ ଟିଭିର ଓøଷଧ୍ୟ ନେବା ସହିତ ଡାକ୍ତର ତାଙ୍କୁ ବେଡ ରେଷ୍ଟ ନେବା ପାଇଁ କହିଥିଲେ । ଫଳରେ ସେହିଭଳି ଯନ୍ତ୍ରଣା ଭିତରେ ଘରେ ପଡିରହିଥିଲେ ଆଲୋକ । ଏହା ଭିତରେ ମେଡିସିନ୍ କାର୍ଯ୍ୟକ୍ଷମ ନକରିବାକୁ ଶରୀରର ନର୍ଭ ଗୁଡିକ କାର୍ଯ୍ୟ କରିବା ବନ୍ଦ କରିଦେଇଥିଲେ । ଫଳରେ ହାତ ଗୋଡ ବଙ୍କା ହୋଇଯାଇଥିଲା । ପୁଣିଥରେ କଟକ ମେଡିକାଲରେ ଆଡମିଶନ୍ ହୋଇଥିଲେ । ୨୨ଦିନ ଧରି କଟକର ଅର୍ଥପେଡିକ୍ ବିଭାଗର ରହିବା ପରେ ସେଠାରେ ଅଧିକ ରୋଗ୍ରଗ୍ରସ୍ତ ହୋଇଥିବା ଜାଣିବାକୁ ପାଇଥେôଲ । ଏପରକି ବୋନ୍ ଟିଭି ସହିତ ଆଣ୍ଡୁଗତି ବାତ ରୋଗ ମଧ୍ୟ ବାହାରିଥିଲା । ସେଠାରେ ଚିକିତ୍ସିତ ହେବା ପରେ ଆଂଶିକ ସୁସ୍ଥ ହୋଇଘରକୁ ଫେରିଥିଲେ । ଏହା ଭିତରେ ପରିବାର ବର୍ଗ ବିିଭନ୍ନ ଆଡୁ ଧାର କରଜ କରି ୩ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରିସାରିରେଣି । ଏପରକି ବାହାରୁ ଭଲ ଓøଷଧ୍ୟ କିଣିବାକୁ ପାଖରେ ଆଉ ସମ୍ବଳ ନାହିଁ । ଅନ୍ୟପଟରେ ବିଭିନ୍ନ ପ୍ରବେଶିକା ପରୀକ୍ଷାରେ ମେନ୍ ପରୀକ୍ଷା ଦେଇଥିଲେ ସୁଧା ଆହୁରି କେତକ ପରୀକ୍ଷା ଦେଇପାରିନାହାଁନ୍ତି । ଫଳରେ ନିଜର ରୋଗଗ୍ରସ୍ତ ଶରୀର ତାଙ୍କୁ ତାଙ୍କର ଲକ୍ଷ ହାସଲ ଦିଗରରେ ସହାୟକ ହେଉନଥିବା ବେଳେ ଅନ୍ୟପଟରେ ଅର୍ଥ ସାଜିଛି ସଠିକ୍ ଚିକତ୍ସାରେ ବାଧକ । ଆଲୋକର ସମ୍ପୁଣ୍ଣ ଚିକତ୍ସା ଖର୍ଚ୍ଚ ସରକାରର ସ୍ତରରେ ଉଠାଇବାକୁ ପରିବାର ବର୍ଗ ଦାବି କରିଛନ୍ତି । ଏପରକି ଅନ୍ୟ ବେସରାକରୀ ଅନୁଷ୍ଠାନ ମାନଙ୍କୁ ମଧ୍ୟ ସହାୟତା ପାଇଁ ଆଲୋକ ନିବଦେନ କରିଛନ୍ତି ।
ବୋନ୍ ଟିଭିରେ ପୀଡିତ ମେଧାବୀ ଛାତ୍ର ଆଲୋକ, ଦିନେ ସେବା ଦଉଥିଲା ଆଜି ସେବା ଖୋଜୁଛି
|
May 22, 2022 |