ଯାଜପୁର ୨୯/୧୨ (ସନ୍ଧାନ ନିୟୁଜ) ବୈରୀ ଥାନା ଅଧିନସ୍ଥ ବୈରୀ ମୌଜାରୁ ଗତ ଦୁଇ ଦିନହେବ କୌଣସି ଏକ ଠିକାଦାର ବେଆଇନ ମାଟି ଚାଲାଣ କରୁଥିବା ନେଇ କେତେକ ଗ୍ରାମବାସୀ ଏହାକୁ ବିରୋଧ କରି ସ୍ଥାନୀୟ ତହସିଲଦାରଙ୍କୁ ଅବଗତ କରିଥିଲେ । ମାତ୍ର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବାରୁ ଶନିବାର ସଂଧ୍ୟାରେ ମାଟି ଚାଲାଣ କରୁଥିବା କେତେକ ଟ୍ରାକ୍ଟରକୁ ସ୍ଥାନୀୟ ଲୋକେ ଅଟକାଇଥିଲେ । ପ୍ରକାଶଥାଉକି ମାଟି କିମ୍ବା ମୋରମ ଚାଲାଣ କରିବା ପାଇଁ ସଂପୃକ୍ତ ଠିକାଦାର ସ୍ଥାନୀୟ ପ୍ରଶାସନ ନିକଟରୁ ଅନୁମତି ନେବା କଥା କିନ୍ତୁ ସେ କୌଣସି ଅନୁମତି ନନେଇ ବେଆଇନ ଭାବେ ମାଟି ଉତ୍ତୋଳନ କରୁଥିବାରୁ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରି କେତେକ ଟ୍ରାକ୍ଟର ଅଟକ ରଖିଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି ।
Report Manas Rout, Jajpur