ପେଟ୍ରୋଲିଂ ବ୍ୟବସ୍ଥା ହୁଗୁଳା , ସକ୍ରିୟ ନିଶା ବେପାରୀ
ଚଣ୍ଡିଖୋଲ, 25/07/2021 (ସନ୍ଧାନ ନିଉଜ) ବହୁ ଚର୍ଚ୍ଚିତ ଯାଜପୁର ଜିଲ୍ଲା ବୈରୀ ଥାନା ଅନ୍ତର୍ଗତ ସୋଲର ଛକ ବଜାର ସ୍ଥିତ ଜଗନ୍ନାଥ ଭେରାଇଟି ଷ୍ଟୋର ପୋଡି ଘଟଣା ରେ ବିଳମ୍ବ ହେଲେ ମଧ୍ୟ ଛତିଆ ଫାଣ୍ଡି ପୋଲିସ ଧନୁଆ ସାମଲ କୁ ଗିରଫ କରିବାରେ ସଫଳ ହୋଇଛି। ସୂଚନା ଥାଉକି, ଧନୁଆ ସାମଲ ଓ ଟୁକୁନା ସାମଲ,ବୁବୁନା ସାମଲ ଗତ ମାର୍ଚ୍ଚ ୨୭ ତାରିଖରେ ସୋଲର ଛକ ରେ ଥିବା ନାଥ ଭେରାଇଟି ଷ୍ଟୋର ରେ ପହଞ୍ଚି ରଞ୍ଜିତ ନାଥ ଙ୍କୁ ଓ ତାର ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ଗଣ୍ଡଗୋଳ କାରୀ ଧନୁଆଁ ସାମଲ ଓ ତିନି ଜଣ ମିଶି ମାଡ ମାରି ଥିବା ରଞ୍ଜିତ ନାଥ ଓ ସାନଭାଇ ଆହତ ହୋଇ କଟକ ବଡ଼ ମେଡିକାଲ ରେ ଚିକିତ୍ସା ହୋଇ ଥିବା ବେଳେ ଏହି ଘଟଣାରେ ବୈରୀ ଥାନାରେ ଉଭୟ ଙ୍କ ପକ୍ଷରୁ ଲିଖିତ ଅଭିଯୋଗ ହୋଇଥିଲା। ତେବେ ସରପଞ୍ଚ ନୀଳମଣି ରାଉତ ଙ୍କ ଧନୁଆଁ ସାମଲ ଙ୍କ ପକ୍ଷରୁ ଘଟଣାର ସମାଧାନ ପାଇଁ ଥାନା ରେ କହି ଥିଲେ,ଆମେ ମଧ୍ୟ ଭଦ୍ରବ୍ୟକ୍ତି ଙ୍କ କଥାରେ ରାଜି ହୋଇ ଥିଲୁ। ପରବର୍ତ୍ତୀ ସମୟରେ ଧନୁଆଁ କୁ ଭଦ୍ରବ୍ୟକ୍ତି ନୀଳମଣି ରାଉତ ଆଉ ଥାନାରେ ଉପସ୍ଥିତ କରାଇ ନ ପାରି ଥିବା ବେଳେ, ବିଭିନ୍ନ ଆଳ ଦେଖାଇ ବା ଫଳରେ ଘଟଣାର ସମାଧାନ ହୋଇ ନ ଥିଲା। ଏହି ଘଟଣା ର ୩ ମାସ ପରେ ଅର୍ଥାତ ଚଳିତ ଜୁଲାଇ ୧୭ ତାରିଖରେ ଧନୁଆଁ ର ସହଯୋଗୀ ଟୁକୁନା ସାମଲ ଖୋଲା ଖୋଲି ରଞ୍ଜିତ ନାଥଙ୍କୁ ଫୋନ କରି ଅସଭ୍ୟ ଗାଳିଗୁଲଜ କରି ଦୋକାନ ପୋଡ଼ି ଦେବ ବୋଲି କହିବା ସହିତ ଧମକ ଚମକ ଦେବାର ଅଡିଓ ପ୍ରମାଣ ହୋଇ ରହିଥିବା ବେଳେ, ସେହି ଦିନ ବିଳମ୍ବିତ ରାତ୍ରିରେ ଦୋକାନରେ ପେଟ୍ରୋଲ ପକାଇବା ସହିତ ନିଆଁ ଲଗାଇ ପୋଡି ଦେଇଥିଲେ, ଫଳରେ ୧୦ଲକ୍ଷରୁ ଉର୍ଦ୍ଧ ଟଙ୍କାର କ୍ଷୟକ୍ଷତି ହୋଇ ଥିଲା। ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ବାହୀନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇ ଥିଲା ବେଳେ ସମ୍ପୂର୍ଣ୍ଣ ଭାବେ ଷ୍ଟୋର ଟି ଜଳି ଯାଇଥିଲା। ଖାଲି ସେତିକି ନୁହେଁ, ପୂର୍ବରୁ ମଧ୍ୟ ସୁବ୍ରତ ଦାସ ନାମକ ଜନୈକ ଦୋକାନୀଙ୍କୁ ଧନୁଆଁ ସାମଲ ବାରମ୍ବାର ଦୋକାନରୁ ଜିନିଷ ପତ୍ର ନେଇ ପଇସା ଦେଉ ନ ଥିବା ବେଳେ ଟଙ୍କା ମାଗିବାରୁ, ମାଡ ମାରିବା ସହିତ ବଟି ଆଦାୟ କରୁଥିଲା ବୋଲି କହିଥିଲେ ଦୋକାନୀ ଜଣକ । ଏହି ଘଟଣା ସମ୍ପର୍କରେ ଛତିଆ ଫାଣ୍ଡିରେ ମଧ୍ୟ ଅଭିଯୋଗ ହୋଇଥିଲା ,କିନ୍ତୁ ନ୍ୟାୟ ନ ପାଇ ସୁବ୍ରତ ଦାସ ନିଜକୁ ଅସୁରକ୍ଷିତ ଭାବରେ ବ୍ୟବସାୟ କରିପାରୁ ନ ଥିଲେ।ତେବେ ଗତ ମାର୍ଚ୍ଚ ମାସରେ ଭୟଭୀତ ହୋଇ ସେ ତାଙ୍କ ଦୋକାନ ଟିକୁ ରଞ୍ଜିତ ନାଥ ଙ୍କୁ ବିକ୍ରୟ କରିଦେଇଥିଲେ। ତେବେ ଘଟଣା ଏତିକିରେ ସରି ନ ଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଧନୁଆଁ ସାମଲ ଓ ତାର ଅନ୍ୟ ସହଯୋଗୀ ଙ୍କ ନାମରେ ବଜାରରେ ଏକାଧିକ ଜଳାପୋଡା, ଚୋରୀ, ସାଧାରଣ ଗରିବ ଲୋକ,ଫଳ ବ୍ୟବସାୟୀ ଙ୍କ ଜୀବନ ଓ ଜୀବିକା ପ୍ରତି ବିପଦ ଓ ଆତଙ୍କ ସୃଷ୍ଟି କରୁଥିବା ବେଳେ ଏହି ପୋଡି ଘଟଣା ପୂର୍ବ ଶତ୍ରୁତାକୁ ନେଇ ଧନୁଆଁ ଓ ତାର ସହଯୋଗୀ ମାନେ ଯୋଜନା ବଦ୍ଧ ଭାବେ ଘଟାଇ ଛନ୍ତି ବୋଲି ଅଭିଯୋଗ କରିଛନ୍ତି ଅଭିଯୋଗ କାରୀ ରଞ୍ଜିତ କୁମାର ନାଥ। ଉକ୍ତ ଘଟଣାର ସମାଧାନ ପାଇଁ ଦାୟିତ୍ୱ ନେଇ ଥିବା ଭଦ୍ରବ୍ୟକ୍ତି ଯଦି ନ୍ୟାୟ ପ୍ରଦାନ କରିଥାନ୍ତା,ତେବେ ଆଜି ଆମ ଦୋକାନ ପୋଡି ଘଟଣା ହୋଇ ନ ଥାନ୍ତା ବୋଲି ଦାବି କରି କହିଛନ୍ତି ଅଭିଯୋଗ କାରି ।
ତେବେ ଘଟଣାର ସମାଧାନ ପାଇଁ ଦାୟିତ୍ୱ ନେଇ ଥିବା ଭଦ୍ରବ୍ୟକ୍ତି ନୀଳମଣି ରାଉତ ମଧ୍ୟ ଆମ ଜୀବନ ଜୀବିକା ନଷ୍ଟ ପାଇଁ ଅନୁରୂପ ଭାବେ ଦାୟୀ ବୋଲି ପ୍ରତିକ୍ରିୟାରେ କହିଛନ୍ତି ଅଭିଯୋଗ କାରୀ। ତେବେ ଜୀବିକା ନଷ୍ଟ ଭଳି ହୀନ କାର୍ଯ୍ୟ କରୁଥିବା ବ୍ୟକ୍ତି ଓ ସେହି ଅମାନୁଷିକ କାର୍ଯ୍ୟରେ ସହାୟତା କରୁଥିବା ବ୍ୟକ୍ତି ଙ୍କୁ ପୋଲିସ କେବେ ତଦନ୍ତ ପରିସର କୁ ଆଣିବାକୁ ସକ୍ଷମ ହେଉଛନ୍ତି ନା ଧନୁଆଁ ମୁଣ୍ଡରେ ସମସ୍ତ ଅଠା ବୋଳି ଅନ୍ୟ ଦୋଷୀ ମାନେ ଖସି ଯିବା ପାଇଁ ମସୁଧା ହେଉଛି ତାହା ଦେଖିବାକୁ ବାକି ରହିଲା। ତେବେ ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ,ବଜାର ଅଞ୍ଚଳରେ ରାତ୍ରି କାଳୀନ ପେଟ୍ରୋଲିଂ ବ୍ୟବସ୍ଥାକୁ କଡା କଡୀ କରାଯିବାକୁ ବଜାର କମିଟି ପକ୍ଷରୁ ଦାବି ହୋଇଛି।