ବୈପାରିଗୁଡା: ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବାର୍ଷିକ ଉତ୍ସବ

Spread the love

କୋରାପୁଟ,୨୫/୨(ସନ୍ଧାନ ନିଉଜ) – କୋରାପୁଟ ଜିଲ୍ଲାର ବୈପାରିଗୁଡା ସ୍ଥିତ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବାର୍ଷିକ ଉତ୍ସବ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କୋରାପୁଟ ଜିଲ୍ଲାର ବିଜେଡି ଜିଲ୍ଲା ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡ଼ ର ସଦସ୍ୟ ଶ୍ରୀଯୁକ୍ତ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବୈପାରିଗୁଡା ପଞ୍ଚୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସରୋଜିନୀ କାଣ୍ଡିକି, ଜିଲ୍ଲା ପରିଷଦ ସଭ୍ୟ ପ୍ରଶାନ୍ତ କୁମାର ଗୁପ୍ତା,ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ଶ୍ରୀଯୁକ୍ତ ଅରଖିତ ସେଠୀ, ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ସଦାନନ୍ଦ ଅଧିକାରୀ ଯୋଗ ଦେଇଥିଲେ ।ସେହିପରି ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ବୌଦ୍ଧିକ ପ୍ରମୁଖ ଅଶୋକ କୁମାର ସାହୁ ଯୋଗ ଦେଇଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ମୁରଲୀଧର ବରାଡ ସଭାପତିତ୍ୱ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ଅତିଥିମାନେ ଛାତ୍ରଛାତ୍ରୀ ମାନଙ୍କୁ ଦେଶ ଗଠନରେ ଛାତ୍ରଛାତ୍ରୀ ଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ ।ଏହା ପରେ ପରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜ୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ।ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମ କୁ ଟିକିନା ଗୁରୁଜୀ, ବାଲାଜୀ ଗୁରୁଜୀ, ଭଜମନ ଗୁରୁଜୀ,ରମାକାନ୍ତ ଗୁରୁଜୀ, ବାବାଜୀ ଗୁରୁଜୀ,ସୁନିତା ଗୁରୁମା, ବବିତା ଗୁରୁମା, ଲକି ଗୁରୁମା ଙ୍କ ସମେତ ବହୁ ଗୁରୁଜୀ, ଗୁରୁମା ଏବଂ ମାଉସୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ରିପୋର୍ଟ – ସରୋଜ କୁମାର ଲେଙ୍କା । ବୈପାରିଗୁଡା

Related Posts

About The Author

Add Comment