ବୈପାରିଗୁଡା ରେ ଧୁମଧାମରେ ପାଳିତ ହୋଇଛି  ରଥଯାତ୍ରା

Spread the love
ବୈପାରିଗୁଡା ୫/୭ (ସନ୍ଧାନ ନିୟୁଜ ) – କୋରାପୁଟ ଜିଲ୍ଲାର ବୈପାରିଗୁଡା ରେ ଧୁମଧାମରେ ପାଳିତ ହୋଇଛି  ରଥଯାତ୍ରା। ସକାଳୁ ରଥ ପ୍ରତିଷ୍ଠା କରାଯିବା ସହ ଠାକୁରଙ୍କ  ରୀତି ନୀତି ସମାପନ ପରେ ପୂବାହ୍ନ ପ୍ରାୟ ୨ଟା ସମୟରେ ପହଣ୍ଡି ଆରମ୍ଭ ହୋଇଥିଲା । ପ୍ରଥମେ ଶୁଦର୍ଶନଙ୍କ ରଥରୁଢ କରାଯିବା ପରେ , ମା ସୁଭଦ୍ରା ଏବଂ ଜଗନ୍ନାଥଙ୍କୁ  ପହଣ୍ଡିରେ ଆଣି ରଥରୁଢ କରାଯାଇଥିଲା। ଦିନ ପ୍ରାୟ ୩ଟା ସମୟରେ ବୈପାରିଗୁଡା ରାଜା ମୁରଲୀ ଜଗଦେଵ ପହଞ୍ଚି ରଥରେ ଛେରା ପହଁରା ଏବଂ  ପୂଜାର୍ଚ୍ଚନା କରିଥିଲେ। ଏହାପରେ  ପ୍ରାୟ ୪ଟା ବେଳେ ରଥଟଣା ଆରମ୍ଭ ହୋଇଥିଲା। ସଂନ୍ଧ୍ଯାରେ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚି ଯାଇଥିଲେ। ଏହି ଯାତ୍ରାରେ ସାମିଲ ହୋଇ ରଥ ଟାଣିବା ପାଇଁ ବୈପାରିଗୁଡା ବ୍ଳକ ର ଆଖପାଖ ଅଞ୍ଚଳର ପ୍ରାୟ ୧୦ହଜାର ରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ତେବେ ଏହି ଭିଡକୁ ଆଖିରେ ରଖି ଆଇନ ଶୃଙ୍ଖଳା ପରିସ୍ଥିତି ମଧ୍ୟ କଡାକଡି କରାଯାଇଥିଲା।ପାଗ ଠିକ ରହିଥିବାରୁ ଭକ୍ତମାନଙ୍କ ବହୁମାତ୍ରାରେ ଭିଡ଼ ଜମିଥିବା ମଧ୍ୟ ଦେଖିବାକୁ ମିଳିଛି ।ବୈପାରିଗୁଡା ବ୍ୟତୀତ ରାମଗିରି ଏବଂ ଦଶମନ୍ତପୁର ଠାରେ ମଧ୍ୟ ବହୁ ଧୁମଧାମରେ ରଥଯାତ୍ରା ପାଳିତ ହୋଇଥିବା ଜଣାପଡିଛି ।
ରିପୋର୍ଟ – ସରୋଜ କୁମାର ଲେଙ୍କା ।

Related Posts

About The Author

Add Comment