ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଚିପାକୁର ପଞ୍ଚାୟତରେ ପାନୀୟ ଜଳ ସମସ୍ୟା

Spread the love

ବୈପାରିଗୁଡା, ୨୬/୪ (ସନ୍ଧାନ ନିୟୁଜ/ସରୋଜ କୁମାର ଲେଙ୍କା) – କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଚିପାକୁର ପଞ୍ଚାୟତର ପଡ଼େଇ ଖଦରା ଗ୍ରାମରେ ଦେଖିବାକୁ ମିଳିଛି ଏହି ବିକାଷର ଦୃଶ୍ୟ ।ଗ୍ରାମରେ ପ୍ରାୟ ୬୦ରୁ ଉର୍ଦ୍ଧ୍ବ ପରିବାର ବସବାସ କରନ୍ତି ।ଉକ୍ତ ଗ୍ରାମରେ ଦୀର୍ଘଦିନ ହେବ ପାଣି ସମସ୍ୟା ଲାଗିରହିଛି ।ରୌଦ୍ରତାପ ବଢୁଥିବା ବେଳେ ଏହି ଗାଁ ର ଲୋକଙ୍କ ଜଳକଷ୍ଟ ସେହି ଅନୁପାତରେ ବଢୁଛି ।ପାଣି ମୁନ୍ଦାଏ ପାଇଁ ଲୋକମାନେ ଛୁଆଁ ପାଣି ଉପରେ ନିର୍ଭର କରି ହନ୍ତସନ୍ତ ହେଉଥିବା ଜଣାପଡ଼ିଛି ।କେବଳ ଗୋଟିଏ ନଳକୂପ ଅଛି କିନ୍ତୁ ତାହା ଆଜକୁ ପ୍ରାୟ ଏକ ବର୍ଷ ବିତିଗଲାଣି ଖରାପ ହୋଇ ପଡ଼ିଛି କିନ୍ତୁ ଏ ଦିଗରେ ପ୍ରଶାସନ ଜାଣି ମଧ୍ୟ ନ ଜାଣିଲା ଭଳି ଅଭିନୟ କରି ଚାଲିଛି, ଏମିତିକି ଶେଷରେ ଲୋକମାନେ ମଧ୍ୟ ପ୍ରଶାସନର ଅବହେଳା ଯୋଗୁଁ ଚୁପ ହୋଇ ବସିଲେ ।ଦିନକୁ ଦିନ ଖରା ତାତି ବଢ଼ିବାରେ ଲାଗିଛି କିନ୍ତୁ ଗ୍ରାମବାସୀ ଏବେ ଚୁଆଁପାଣି ଉପରେ ହିଁ ନିର୍ଭର କରୁଥିବା ଜଣାପଡ଼ିଛି ।ଏ ସମସ୍ୟା ଦିର୍ଘ ବର୍ଷ ଧରି ଲାଗି ରହିଥିବା ଜଣାପଡିଛି ।ଏ ନେଇ ସ୍ଥାନୀୟ ସରପଞ୍ଚ ଏବଂ ବିଡ଼ିଓ ଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ସୁଣୁନଥିବା ଅଭିଯୋଗ କରିଛନ୍ତି ପଡ଼େଇ ଖଦ୍ରା ଗ୍ରାମବାସୀ ।ତେବେ ଖରାଦିନ ପୁର୍ବରୁ ଏଥିପ୍ରତି କାହିଁକି ଦୃଷ୍ଟି ଦିଆଯାଉନାହିଁ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି ।ତେବେ ଦେଖିବାକୁ ବାକି ରହିଲା ପ୍ରଶାସନ ପଡ଼େଇ ଖଦ୍ରା ଗ୍ରାମବାସୀ ଙ୍କ କଥା କେବେ ଶୁଣୁଛନ୍ତି ।

Related Posts

About The Author

Add Comment