ବୈପାରିଗୁଡା ଥାନା ପକ୍ଷରୁ ଜଳ ଛତ୍ର ଉଦଘାଟନ

Spread the love

ବୈପାରିଗୁଡା ୨୩/୪ (ସନ୍ଧାନ ନିୟୁଜ) – କୋରାପୁଟ ଜିଲ୍ଲାର ବୈପାରିଗୁଡା ଥାନା ପକ୍ଷରୁ ଜଳ ଛତ୍ର ଉଦଘାଟନ ହୋଇଯାଇଛି ।ଏହି କାଯ୍ୟକ୍ରମକୁ ବୈପାରିଗୁଡା ଥାନା ଅଧିକାରୀ ରମେଶ ଚନ୍ଦ୍ର ଦେବତା ଉଦଘାଟନ କରିଛନ୍ତି | ଥାନା ସାମ୍ନାରେ ଥିବା ଜାତୀୟ ରାଜପଥ ରାସ୍ତା ପାର୍ଶ୍ୱରେ ଏହି ଜଳଛତ୍ର ଖୋଲା ଯାଇଛି | ଏହି ରାସ୍ତା ଦେଇ ଯିବା ଆସିବା ଲୋକଙ୍କୁ ଥାନା କର୍ମଚାରୀ ମାନେ ଦୋହିଚଲା ଏବଂ ଲେମ୍ବୁପାଣି ବଣ୍ଟନ କରୁଥିବା ର ଦେଖିବାକୁ ମିଳିଛି |ବୈପାରୀଗୁଡା ରେ ତାପମାତ୍ରା ଦିନକୁ ଦିନ ବଢ଼ି ୪୦ ଡିଗ୍ରୀ ଅତିକ୍ରମ କଲାଣି ଯାହା ଦ୍ୱାରା କି ଜନ ସାଧାରଣ ମାନେ ବାହାରକୁ ବାହାରିବା କଷ୍ଟ କର ହୋଇପଡୁଛି ।ତେଣୁ ଏହାକୁ ଆଖି ଆଗରେ ରଖି ବୈପାରିଗୁଡା ପୋଲିସ ପକ୍ଷରୁ ଏକ ଜଳ ଛତ୍ର ଖୋଲା ଯାଇଥିବା ଦେଖିବାକୁ ମିଳିଛି ।ଏହି କାର୍ଯ୍ୟକ୍ରମରେ ଥାନା ଅଧିକାରୀ ଙ୍କ ସମେତ ଥାନା ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।  ରିପୋର୍ଟ – ସରୋଜ କୁମାର ଲେଙ୍କା ।

Related Posts

About The Author

Add Comment