ବୈପାରିଗୁଡା ଅଗ୍ନିଶମ ବିଭାଗକୁ ଯୋଗାଯୋଗ ଫେଲ, ଅଗ୍ନିକାଣ୍ଡରେ ନଷ୍ଟ ହେଉଛି ଘରଦ୍ୱାର

Spread the love

ବୈପାରିଗୁଡା,୧୩/୫ (ସନ୍ଧାନ ନିୟୁଜ) – କୋରାପୁଟ ଜିଲ୍ଲାର ବୈପାରିଗୁଡା ରେ ଥିବା ଅଗ୍ନିଶମ ବିଭାଗର ଲ୍ୟାଣ୍ଡଫୋନ ଅଛି ହେଲେ କାମରେ ଆସୁନି ।ବୈପାରିଗୁଡା ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ଆରମ୍ଭ ହେବା ଦିନ ଠାରୁ ଲ୍ୟାଣ୍ଡ ଲାଇନ ଫୋନ ଦିଆଯାଇଛି କିନ୍ତୁ ତାହା କୌଣସି କାର୍ଯ୍ୟରେ ଆସୁନଥିବା ଜଣାପଡ଼ିଛି ଫଳରେ ଜରୁରୀକାଳୀନ ସମୟରେ ସାଧାରଣ ଜନତା ଯୋଗା ଯୋଗ କରିପାରୁ ନାହାଁନ୍ତି ଏବଂ ଅଗ୍ନିଶମ ବିଭାଗ ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ମାନଙ୍କ ପାଖରେ ମୋବାଇଲ ଫୋନ ରହିଛି କିନ୍ତୁ ଟାୱାର ଠିକ ପାଉନଥିବା ଯୋଗୁଁ ବିଳମ୍ବରେ ସୂଚନା ଦିଆଯାଉଥିବା ବେଳେ ଅଯଥାରେ ଧନଜୀବନ ହାନୀ ହେଉଥିବା ଅଭିଯୋଗ ହେଉଛି ।ସୂଚନା ଅନୁଯାୟୀ,ବୈପାରିଗୁଡା ବ୍ଳକ ମହକୁମା ଠାରୁ ପ୍ରାୟ ୩କିମି ଦୂରରେ ଦମକଳ କେନ୍ଦ୍ର ସ୍ଥାପନ କରାଯାଇଛି ।୨୦ଗୋଟି ଗ୍ରାମ ପାୟତକୁ ଜରୁରୀକାଳୀନ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହି କେନ୍ଦ୍ର ସ୍ଥାପନ କରାଯାଇଥିଲା ।କିନ୍ତୁ ଆଜକୁ ୨ବର୍ଷ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏଠାରେ ଲ୍ୟାଣ୍ଡଲାଇନ ଫୋନ ଦିଆଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟରେ ଆସୁନଥିବା ଜଣାପଡ଼ିଛି ।ତେଣୁ ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଯୋଗାଯୋଗ କରିବାରେ ସମସ୍ୟା ହେଉଛି ।ଏମିତି ବେଳେବେଳେ ଯୋଗାଯୋଗ ମଧ୍ୟ କରିପାରୁନାହାଁନ୍ତି ।ତେଣୁ ସ୍ଥାନୀୟ ଅଞ୍ଚଳବାସୀ ସୁବିଧାକୁ ଦୃଷ୍ଟିରେ ରଖି ଜରୁରୀକାଳୀନ ସେବା ପାଇଁ ତୁରନ୍ତ ଲ୍ୟାଣ୍ଡ ଫୋନ ଲାଗିଲା ଭଳି ବ୍ୟବସ୍ଥା କରିବାକୁ ସାଧାରଣ ରେ ଦାବୀ ହେଉଛି ।

ରିପୋର୍ଟ – ସରୋଜ କୁମାର ଲେଙ୍କା ।

Related Posts

About The Author

Add Comment