ବୈପାରିଗୁଡା, ଆଜି ହେଉଛି ପଞ୍ଚମ ଅନ୍ତଜାତିୟ ଯୋଗ ଦିବସ । ଦେଶରେ ବିଭିନ୍ନ ଅଞ୍ଚଳ ରେ ଯୋଗ ଦିବସ ପାଳନ କରାଯାଉଥିବା ବେଳେ କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ର ବିଭିନ୍ନ ସ୍ଥାନରେ ଯୋଗ ଦିବସ ପାଳନ ହୋଇଥିବା ଦେଖିବାକୁ ମିଳିଛି ।ବୈପାରିଗୁଡା ବ୍ଲକ ରେ ଥିବା ସ୍ଥାନୀୟ ବିଏସଏଫ କ୍ୟାମ୍ପ, ମଡେନ ଇଂରାଜୀ ବିଦ୍ୟାଳୟ,ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ବିଭିନ୍ନ ଅନୁଷ୍ଠାନ, ଯୁବକ ସଙ୍ଘ ତରଫରୁ ଯୋଗାଭ୍ୟାସ ପାଳନ ହୋଇଛି ଖାସ କରି ଏଠାକାର ଶତାଧିକ ଯୋଗ କରିବା ସହିତ ଯୋଗ ଶିକ୍ଷା ଦିଆଯାଇଥିବା ବେଳେ ସ୍ୱାସ୍ଥ୍ୟ ପତି ଲାଭଦାୟକ ବୋଲି ବୁଝାଯାଇଥିଲା । ଯୋଗ ଦିବସ ପାଳନ ଅବସରରେ ଯୋଗ ଓ ପ୍ରକୁତିର ମିଳନ ଲୋକଙ୍କୁ ଅଭୂତପୂର୍ବ ଅନୁଭୂତି ଦିଏ । ଆମ ସଂସ୍କୃତିର ଅଭିନ ଅଂଶ ଭାବେ ଯୋଗ ସର୍ବବିଦିତ । ଗରିବକୁ ରୋଗ କବଳିତ କରିଛି ତେଣୁ ନିରୋଗ ରହିବା ପାଇଁ ଯୋଗର ଆବଶ୍ୟକ ତା ରହିଛି ।ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଯୋଗ ଅପରିହାଯ୍ୟ । ଏହାକୁ ସାରାଜୀବନ ଆଦରିନେବା ଉଚିତ । ହୁଦରୋଗ ,ରକ୍ତଚାପ ଓ ମଧୁମେହ ପାଇଁ ଯୋଗ ଏକ ଅମୋଘ ଔଷଧ । ଯୋଗକୁ ଆଜି ସାରା ବିଶ୍ଵ ଆପଣାଇଛି ।
ରିପୋର୍ଟ – ସରୋଜ କୁମାର ଲେଙ୍କା ।