ବୈପାରିଗୁଡାରେ ବିଶ୍ୱ ଶ୍ରମିକ ଦିବସ ପାଳିତ
ବୈପାରିଗୁଡା,୧/୫ (ସନ୍ଧାନ ନିୟୁଜ) କୋରାପୁଟ ଜିଲ୍ଲାର ବୈପାରିଗୁଡା ସ୍ଥିତ ସ୍ଥାନୀୟ ଡାକବଙ୍ଗଳା ଠାରେ ନେତେଜି ରାଜମିସ୍ତ୍ରୀ ଏବଂ ଶ୍ରମିକ ସଂଗଠନ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ତଥା ୧୩୨ତମ ମଇ ଦିବସ ପାଳିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମ ରେ ବୈପାରିଗୁଡା ବ୍ଳକ ରୁ ପ୍ରାୟ ଶତାଧିକ ରାଜମିସ୍ତ୍ରୀ, ବଢ଼େଇ, ଖଲାସୀ,ସ୍ୱାବଲମ୍ବୀ କାରିଗର,ପୁରୁଷ ଓ ମହିଳା ଶ୍ରମିକ ଏକତ୍ରିତ ହୋଇ ଏକ ବିରାଟ ସଭାଯାତ୍ରା ରେ ବୈପାରିଗୁଡା ସହର ପରିକ୍ରମା କରି ସ୍ଥାନୀୟ ଡାକବଙ୍ଗଳା ଠାରେ ନେତାଜୀ ରାଜମିସ୍ତ୍ରୀ ଓ ଶ୍ରମିକ ସଂଗଠନ ର ସଭାପତି ତଥା ଏସ ୟୁ ସି ଆଇ (କମ୍ୟୁନିଷ୍ଟ) ର ବୈପାରିଗୁଡା ବ୍ଲକ ସମ୍ପାଦକ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ବିଷୋୟୀ ଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।ଏହି ସଭାରେ ବିଏସଏନଏଲ ଏମ୍ପ୍ଲଇସ ୱାର୍କରସ ୟୁନିୟନ ର ଜୋନାଲ ସମ୍ପାଦକ ଶ୍ରୀଯୁକ୍ତ ସୁବାଷ ଭଟ୍ଟଚାର୍ୟ୍ଯ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଅନ୍ତର୍ଜାତୀୟ ଶ୍ରମିକ ଦିବସ ର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟ ପ୍ରିୟ ମଲ୍ଲିକ,ଜଗବନ୍ଧୁ ହରିଜନ, ତ୍ରିନାଥ ଗୁନିଆ,ମୋହନ ମହୁରିଆ ଙ୍କ ସମେତ ଶତାଧିକ ଶ୍ରମିକ, ରାଜମିସ୍ତ୍ରୀ, ବଢ଼େଇ ଉପସ୍ଥିତ ଥିଲେ ।
ରିପୋର୍ଟ – ସରୋଜ କୁମାର ଲେଙ୍କା
Related Posts
About The Author