ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ଭଦ୍ରକ ଯାଜପୁର ଜିଲ୍ଲାରେ ବନ୍ୟାର ଆଶଙ୍କା

Spread the love

ଯାଜପୁର, ୨୭/୦୫/୨୦୨୧ (ସନ୍ଧାନ ନିଉଜ) : ବାତ୍ୟା ‘ୟାସ୍’ଓ କରୋନା ସଂକ୍ରମଣ ଭୟ ପରେ ଅଦିନିଆ ବୈତରଣୀ ନଦୀରେ ବନ୍ୟା ଆସିବାରୁ ଦୁଇଟି ଜିଲ୍ଲା କିଛି ବ୍ଲକରେ ଲୋକମାନେ ଭୟଭିତ ଅବସ୍ଥାରେ ଥିବା ଦେଖି ବାକୁ ମିଳିଛି। ଭଦ୍ରକ ଜିଲ୍ଲାରେ ଚାରିଟି ବ୍ଲକରେ ବନ୍ୟାର ଆଶଙ୍କା ଦେଖା ଦେଇଛି। ଏବେ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଉଛି। ଦିନ ୧୧ଟା ସୁଦ୍ଧା ଆଖୁଆପଦାଠାରେ ବୈତରଣୀର ଜଳସ୍ତର ୧୬.୯୫ ଥିଲା ଏବେ ଏହା ୧୭.୯୨ ମିଟରକୁ ବୃଦ୍ଧି ପାଇଥିବା କୁହାଯାଉଛି। ଏଠାରେ ବିପଦ ସଂକେତ ୧୭.୮୩। ଏହି କାରଣରୁ ଯଦି ଉପରମୁଣ୍ଡରୁ ଅଧିକ ଜଳ ପ୍ରବାହିତ ହୁଏ ତେବେ ଭଦ୍ରକ ଜିଲ୍ଲାର ଚାରିଟି ବ୍ଲକରେ ବନ୍ୟାର ଆଶଙ୍କା ଦେଖା ଦେଇଛି। ଏହି ବ୍ଲକଗୁଡ଼ିକ ହେଲା ଭଣ୍ଡାରୀପୋଖରୀ, ଚାନ୍ଦବାଲି, ଧାମନଗର ଓ ତିହିଡ଼ି। ଏହି ବ୍ଲକଗୁଡ଼ିକର ୧୪ଟି ପଞ୍ଚାୟତ ଏହାଦ୍ବାରା କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖା ଦେଇଛି। ଖାଲି ସେତିକି ନୁହେଁ ଜିଲ୍ଲାର କେତେକ ଅଞ୍ଚଳ ଏବେ ବି ପାଣି ଘେରରେ ରହିଛି। ଯାଜପୁର ଓ ଭଦ୍ରକ ଜିଲ୍ଲା ମାଲଦାରେ ଭଣ୍ଡାରୀପୋଖରୀ ଓ ଯାଜପୁର ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଥିବାର ସୂଚନା ରହିଛି।

Related Posts

About The Author

Add Comment