ବୈତରଣୀ ନଦୀରୁ ଦୁଇଟି ନର କଙ୍କାଳ ଉଦ୍ଧାର କଲା ଅଗ୍ନିଶମ ବାହିନୀ

Spread the love

ଯାଜପୁର, ୨୯/୦୮/୨୦ (ସନ୍ଧାନ ନିଉଜ) : ବୈତରଣୀ ବନ୍ୟା ଘେରରେ ଥିବା ଲୋକମାନଙ୍କୁ ଜିଲ୍ଲା ପ୍ରଶାସନ ଦ୍ୱାରା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଅଗ୍ନିଶମ ବାହିନା ଆଜି ବନ୍ୟାଜଳରୁ ୨ଟି ନର କଙ୍କାଳ ଉଦ୍ଧାର କରି ପାଣିକୋଇଲି ପୁଲିସକୁ ସୂଚନା ଦିଆ ଯାଇଛି। ଜିଲ୍ଲାର ପାଣିକୋଇଲି ଥାନା ବୈତରଣୀ ନଦୀ ଧନତ୍ରୀ ଘାଟରୁ ନର କଙ୍କାଳ ୨ଟି ଉଦ୍ଧାର କରାଯାଇଛିା ନର କଙ୍କାଳ ଦୁଇଟି ମହିଳା କି ପୁରୁଷ ତାହା ଚିହ୍ନଟ ହୋଇପାରି ନଥିବା ପୁଲିସ ସୁତ୍ରରୁ ଜଣାପଡିଛି। ପାଣିକୋଇଲି ଆଇଆଇସି ସସ୍ମିତା ସାହୁ ୩ କିଲୋମିଟର ବ୍ୟାପି ଗତ ୧୦ ଦିନ ମଧ୍ୟରେ କୌଣସି ଲୋକଙ୍କର କୌଣସି କାରଣରୁ ମୃତ୍ୟୁ ହୋଇଥିବା ବା ନରକଙ୍କାଳ ସପର୍କରେ କୌଣସି ତଥ୍ୟ ତାଙ୍କ ଥାନା ଅଞ୍ଚଳରେ ହୋଇନଥିବା ସୂଚନା ଦେଇଛନ୍ତି। ନର କଙ୍କାଳ ଦୁଇଟିକୁ ପାଣିକୋଇଲି ପୁଲିସ ପରୀକ୍ଷାଗାରକୁ ପଠାଇ ତାହା ପରୀକ୍ଷା ପରେ ପୁରଷ କି ମହିଳା ଓ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ଏହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। କୌଣସି ଏକ ସ୍ଥାନରେ ୨ ଜଣଙ୍କୁ ହତ୍ୟା କରି ମାଟି ଭିତରେ ପୋତି ଦିଆଯାଇଥାଇପାରେ। ଲଗାଣ ବର୍ଷା ପରେ ମାଟି ଧୋଇଯିବାରୁ ନର କଙ୍କାଳ ନଦୀ ଜଳରେ ଭାସିଯାଇ ଧନତ୍ରୀ ଘାଟରେ ଅଟକି ଥାଇପାରେ ବୋଲି ସନ୍ଦେହ କରାଯାଉଛି।

Related Posts

About The Author

Add Comment