ବେଲଗାଡ଼ିଆ ଗ୍ରାମରେ ପିତୃହତ୍ୟା ଘଟଣା :ଦୁଇ ପୁଅ ସମେତ ଆଉ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଜେନାପୁର ପୋଲିସ ,

Spread the love

ଜେନାପୁର/୦୧/୦୯/ସନ୍ଧାନ ନିୟୁଜ୍(ପ୍ରଶାନ୍ତସାମଲ)  ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧିନ ମର୍ଯ୍ୟାତାପୁର ଗ୍ରାମପଞ୍ଚାୟତର  ବେଲଗାଡ଼ିଆ ଗ୍ରାମରେ ବାପାଙ୍କୁ ପୁତ୍ର ମାନେ ହତ୍ଯା କରିବା ଘଟଣାରେ ଆଜି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଜେନାପୁର ପୋଲିସ ।ଗିରଫ୍ ଚାରି ଜଣ ଅଭିଯୁକ୍ତ ମାନେ ମୃତକ ଘନଶ୍ୟାମ ପ୍ରଧାନଙ୍କ ପୁଅ ବିପିନ ପ୍ରଧାନ ଓ ଭିଣୋଇ ସ୍ଥାନୀୟ ବାଲିଗରୀ ପାଟଣା ଗ୍ରାମର ନିରଞ୍ଜନ ଜେନା ,ପୁତୁରା ରଞ୍ଜନ କୁମାର ଜେନା ଏବଂ ବେଲଗାଡ଼ିଆ ଗ୍ରାମର ପ୍ରଭାତ ପ୍ରଧାନ ବୋଲିଜଣାପଡିଛି।ସୂଚନାରୁ ପ୍ରକାଶ ଗତ ଶନିବାର ସନ୍ଧ୍ୟାରେ ଘନଶ୍ୟାମଙ୍କ ପରିବାର ମଧ୍ୟରେ କୌଣସି କାରଣରୁ କଳି ଝଗଡ଼ା ଲାଗିଥିଲା । ଏଇ କଳିରେଘନଶ୍ୟାମର ୨ ପୁଅ ଜଗନ ଓ ଜୀବନ ପ୍ରଧାନ କ୍ରୋଧିତ ହୋଇ ବାପା ଘନଶ୍ୟାମକୁ ବାଡ଼େଇବା ସହ ଠେଲି ଦେଇଥିଲେ ଘନଶ୍ୟାମ ତଳେ ପଡ଼ି ଯିବାରୁ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।ଘନଶ୍ୟାମଙ୍କର ମୃତ୍ୟୁ ପରେ ପରିବାର ଲୋକେ ଘଟଣା ଟିକୁ ଚାପି ଦେବାକୁ ଉଦ୍ୟମ କରିବା ସହ ଆତ୍ମହତ୍ୟାର ରୂପ ଦେବାଲାଗି ଏକ ଗଛରେ ନେଇ ଝୁଲେଇ ଦେଇଥିଲେ ।ପରେ ଶବକୁ ଆଣି ସମ୍ପର୍କୀୟ ମାଆଙ୍କ ସହିତ ଶବକୁ ସଂସ୍କାର କରିଦେଇଥିଲେ ।ଉକ୍ତ ଘଟଣାର ସମ୍ପକରେ ସୂଚନା ପାଇ ସ୍ଥାନୀୟ ଗ୍ରାମରଖି ଜେନାପୁର ଥାନାରେଲିଖିତ ଅଭିଯୋଗ କରିବାରୁ ଜେନାପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବଡ଼ ପୁଅକୁ ଆରେଷ୍ଟ କରି ହାଜତରେ ପୁରାଇ ଥିଲେ ।ଆଜି ସାନ ପୁଅ ସମେତ ଆଉ ୪ ଜଣଙ୍କୁ ଆରେଷ୍ଟ କରି କୋର୍ଟ ଚାଲାଣ କରିଛି ଜେନାପୁର ପୋଲିସ,। ଉକ୍ତ ଘଟଣାରେ ଆଉ କିଏ କିଏ ଅଛନ୍ତି ଅଧିକ ତଦନ୍ତ କରୁଛି ପୋଲିସ ।

Related Posts

About The Author

Add Comment