ବେପରୁଆ ଟ୍ରାକ୍ଟର ଚାଳକଙ୍କୁ ବିରୋଧ କରଯାଇଚି ।

Spread the love

ଯାଜପୁର ସଦର, ୧୮ା୦୫(ସନ୍ଧାନ ନିୟୁଜ/ଜି ଦାସ) : ଯାଜପୁର ଜିଲ୍ଲା ସଦର ଥନା, ଯାଜପୁର ବ୍ଲକ୍ ଅନ୍ତର୍ଗତ ଝାଲପଡ଼ା ପଂଚାୟତରେ ଗତବର୍ଷ ମହାପ୍ରଳୟଙ୍କରୀ ବନ୍ୟାରେ ଘାଇ ସୃଷ୍ଟି ହୋଇଥିବା ବେଳେ, ମରାମତି କାର୍ଯ୍ୟରେ ନିୟୋଜିତ କରାଯାଇଥିବା ୩୦ରୁ ଅଧିକ ଟ୍ରାକ୍ଟର ମାଟି ଆଣିବା ପାଇଁ ଏକ ମାସ ଧରି ମାଟି ବୋହିବା କାର୍ଯ୍ୟ ଚାଲୁଥିବା ବେଳେ, ଏହି ଟ୍ରାକ୍ଟର ଡ୍ରାଇଭର ମାନେ ମନମୁଖି କାର୍ଯ୍ୟ କରୁଥିବା ବେଳେ, ଗ୍ରାମବାସୀ ମାନେ ଅସନ୍ତୋଷ ପ୍ରକାଶ କରୁଥିବା ସହିତ ସାନବାଘ ସାହି ଗ୍ରାମଟି ନଦୀକୂଳରେ ଥିବାରୁ ଲୋକମାନେ ଯାତାୟତ ପାଇଁ ନଦୀବନ୍ଧରେ ନିର୍ଭର କରିଥାନ୍ତି । ବେପରୁଆ ଟ୍ରାକ୍ଟର ଚଳାଉଥିବାରୁ ପିଲାମାନଙ୍କ ଉପରେ କେତେବେଳେ ଚଢ଼ିନଯିବ ତାହା କହିହେବନାହିଁ । ଏଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ କରାନଗଲେ ଏପରି ଟ୍ରାକ୍ଟର ଚଳାଇଲେ ଘାଇ କାମକୁ ବନ୍ଦ କରାଯିବ ବୋଲି ଗ୍ରାମବାସୀମାନେ ସରକାରଙ୍କୁ ଚେତାବନି ଦେଇଛନ୍ତି ।

Related Posts

About The Author

Add Comment