ବାରିପଦା,୨୩/୦୮/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା) :- ବେତନଟୀ ମହାବିଦ୍ୟାଳୟର ୪୩ତମ ପ୍ରତିଷ୍ଠା ଦିବସ । ସୋମବାର ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ୪୨ ବର୍ଷ ପୂର୍ବେ ଆଜିର ଦିନରେ ମହାବିଦ୍ୟାଳୟ ପ୍ରତିଷ୍ଠା ଲାଭ କରିଥିଲା । ସେହି ଦିନ ଠାରୁ ଏହି ଦିବସ ପାଳିତ ହୋଇଆସୁଛି । ବେତନଟୀ -ଏମପିସି ଉଚ୍ଚବିଦ୍ୟାଳୟରେ ଆରମ୍ଭ ହୋଇଥିବା ସେ ଦିନର ଏହି ଛୋଟ ଅନୁଷ୍ଠାନ ଆଜି ମହାଦ୍ରୁମରେ ପରିଣତ ହୋଇ ତାହାର ବିଶାଳଶାଖା ଚାରିଦିଗକୁ -ମେଲି ଯାଇଛି । ମହାବିଦ୍ୟାଳୟ ପ୍ରତିଷ୍ଠାରେ ମୁଖ୍ୟ ଭୂମିକା ନେଇଥିବା ସେହି ମହାନ ବ୍ୟକ୍ତିଙ୍କ ମଧ୍ୟରୁ ଅଧିକାଂଶ ଦିବଙ୍ଗତ ହୋଇଥିବାବେଳେ କେତେଜଣ ‘, ରହିଥିବାବେଳେ ମହାବିଦ୍ୟାଳୟ ପ୍ରତି । ସେମାନଙ୍କୁ ଯଥେଷ୍ଟ ସମ୍ମାନ ରହିଥିବାରୁ ୪୩ତମ ପ୍ରତିଷ୍ଠା ଦିବସ ବିନା ଅତିଥିରେ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ସୁପ୍ରିୟା ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରତିଷ୍ଠା ଦିବସରେ ମହାମାରୀ କରୋନା ନିମନ୍ତେ କୌଣସି ଅତିଥିଙ୍କୁ ଡକାନଯାଇ । ମହାବିଦ୍ୟାଳୟର କେତେକ ଅଧ୍ୟାପକଙ୍କୁ ନେଇ ପାଳିତ ହୋଇଥିଲା । ଏହି ଅବସରରେ ମହାବିଦ୍ୟାଳୟର ପ୍ରାଣପ୍ରତିଷ୍ଠାତା ସ୍ବର୍ଗତଃ ପ୍ରସନ୍ନ କୁମାର ଦାଶ, ସନ୍ତୋଷ କୁମାର ବଳା, ପୂର୍ଣ୍ଣାନନ୍ଦ ଦେବଗୋସ୍ୱାମୀଙ୍କ ଫଟୋଚିତ୍ର ମାଲ୍ୟାର୍ପଣ ସହ୍ୟକରି ଛୋଟ ଶିଶୁରୁ ଯୁବକରେ ପରିଣତ ହୋଇ କେତେ କୃତୀ ଛାତ୍ରଛାତ୍ରୀ ସୃଷ୍ଟି କରିଛି ତାହାର ହିସାବ ମହାବିଦ୍ୟାଳୟର ପୁରୁଣା ଫାଇଲ ବହନ କରିଛି । ମାତ୍ର ଏହି ପ୍ରତିଷ୍ଠା ଦିବସରେ ଛାତ୍ରଛାତ୍ରୀଙ୍କ ସ୍ବର । ଶୁଭୁଥିଲାନାହିଁ କି ଅଧ୍ୟାପକ ଅଧ୍ୟାପିକାଙ୍କ ଦେଖା ମିଳିନଥିଲା । ପ୍ରାଧ୍ୟାପକ ପ୍ରବୀର କୁମାର ନନ୍ଦଗୋସ୍ବାମୀ, ପ୍ରାଧ୍ୟାପକ ବୀରେନ୍ଦ୍ର ବାରିକ, ଅଲେଖ କୁମାର ବିଶ୍ବାଳ ପ୍ରମୁଖ ଯୋଗଦେଇ ପ୍ରତିଷ୍ଠା ଦିବସ ପାଳନ କରିଥିଲେ ।
ବେତନଟୀ ମହାବିଦ୍ୟାଳୟର ୪୩ତମ ପ୍ରତିଷ୍ଠା ଦିବସ
|
August 23, 2020 |



