ବେତନଟୀ ପୋଲିସ ହାତରେ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ରାକେଟ

Spread the love

ବାରିପଦା ୧୯/୮/୨୦(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ଗାଡିକୁ ଦେଖିଲେ ଜଣାପଡିବ ଏକ ସାଧାରଣ ଖାଲି ପିକଅପଭ୍ୟାନ । ଯେପଟୁ ତନଖି କଲେ ମଧ୍ୟ ଏକ ଖାଲି ପିକଅପନ । ତେବେ ସେହି ଖାଲି ପିକଅପ ଭ୍ୟାନରେ ଚାଲାଣ ହେଉଥିଲା କ୍ଲିଲକ୍ଲିଣ୍ଟାଲ ଗଞ୍ଜେଇ ଆଉ ଏହି ଅଭିନବ ଉପାୟରେ ଗଞ୍ଜେଇ । ଚାଲାଣ କରୁଥିବା ରାକେଟକୁ ଧରିଛି ବେତନଟୀ ପୁଲିସ । ରବିବାର ରାତିରେ ବେତନଟା ପୁଲିସ ପାଟ୍ରୋଲିଂ କରିବା ସହିତ ବିଶ୍ୱସ୍ତସୂତ୍ରରୁ ଖବରପାଇ ସଦାଗ୍ନ ଗାଡି ଗୁଡିକୁ ଯାଞ୍ଚ କରିଥିଲା  ତେବେ ରାତି ପ୍ରାୟ ୨ଟାରେ ବାଲେଶ୍ବରରୁ  ବାରିପଦ ଅଭିମୁଖେ ଯାଉଥିବା ଏକ ପିକଅପଭାନ ପୁଲିସକୁ । ଦେଖି ଦ୍ରୁତଗତିରେ ଖସି ପଳାଇବାକୁ ଚେଷ୍ଟା କରିବା ପରେ ପୁଲିସର ସନ୍ଦେହ ଅଧିକ ଦୃଢ଼ୀଭୂତ ହୋଇଥିଲା । ପୁଲିସଟିମ ଗାଡିକୁ ପିଛାକରି ୧୮ନଂ ଜାତୀୟରାଜପଥ । ଚାରାକୋଟା-ନହଣ୍ଡାଶୋଳ ପୋଲ ନିକଟରେ ସନ୍ଦୀଗ୍ଧ ପିକଅପଭ୍ୟନ(ବିଆର-୦୩କେ-୦୯୮)କୁ ଧରିବାରେ ସକ୍ଷମ ହେବା ସହିତ ଚାଲକ ଏବଂ ଖଲାସୀକୁ କାବୁ କରିନେଇଥିଲା । ଚାଳକ ଏବଂ ଖଲାସୀ ଦୃୟ ବିହାର ରାଜ୍ୟର ହୋଇଥିବାବେଳେ ପୁଲିସକୁ ଦେଖି କଣ ପାଇଁ ଖସି ପଳାଉଥିଲେ ପୁଲିସ ଏହାର ତଦନ୍ତ କରିଥିଲା । ତେବେ ପିକଅପଭ୍ୟାନଟି  ଖାଲିଥିବାବେଳେ କେବିନଟି ମଧ୍ୟ ଖାଲିଥିଲା । ଘଟଣାସ୍ଥଳରେ ଆଇଆଇସି ଅଶୋକ କୁମାର ନାୟକ,ଏସଆଇ ବିନୟ ରଞ୍ଜନ ପରିଡା, ଏସଆଇ ବେଦପ୍ରକାଶ ନନ୍ଦ, ଏଏସଆଇ ନିରଞ୍ଜନ ବାରିକ ପ୍ରମୁଖ ସଦଳବଳେ ଯାଞ୍ଚ କରୁଥିବା ସମୟରେ ଗାଡିର ବାହାରପଟ ତଲା ୮ଫୁଟ ଏବଂ ଭିତରପଟ ତଲା ୬ଫୁଟ ଥିବାର ଏବଂ ଗାଡିଦେଲା ଏବଂ କେବିନ ମଧ୍ୟରେ ଦୁଇଫୁଟ ଓସାରର ଏକ ଗୁପ୍ତ ଚେମ୍ବର ପ୍ରସ୍ତୁତହେଇଥିବା ଜାଣିବାକୁ ପାଇଥିଲେ । ଏହାପରେ ଭକ୍ତ ଗୁପ୍ତ ଚେରକୁ ଖୋଲିବାପରେ ସେଥିରୁ । ଯହା ବାହାରିଥିଲା ପୁଲିସ ପାଇଁ ତାହା ଆଷାତୀତ ଥିଲା । ସେଥିରୁ ବିପୁଳ ପରିମାଣର ଗଞ୍ଜେଇ ବାହାରିଥିବା ବେଳେ ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଥିଲା । ଏସଡ଼ିପିଓ ଲଳିତ କୁମାର ପଟ୍ଟନାୟକ, ମାଜିଷ୍ଟ୍ରେଟ ବେତନଟୀ ଅତିରିକ୍ତ ଚିହସିଲଦାର ନମିତା ଧଳଙ୍କ ଉପସ୍ଥିତିରେ ଗାତିର ଗଞ୍ଜେଇ ପ୍ୟାକେଟ ବାହାର କରାଯାଇଥିଲା । ମୋଟ ୧୦୩ ତ୍ପ୍ୟାକେଟ ଗଞ୍ଜେଇ ବାରିଥିବାବେଳେ ଏହାର ଓଜନ ୪କ୍ରିଲ ୪୫କିଲୋଗ୍ରାମ ୩ଷହ ୫ଗ୍ରାମ ବିହାରଥିଲାର ଯାହାର ବଜାର ମୂଲ୍ୟ ଆନୁମାନିକ ୧୫ ରକ୍ଷ ଟଙ୍କାରୁ ଅଧିକ ହେବାନେଇ ଆଇଆରସି ଅଶୋକ କୁମାର ନାୟକ ସୂଚନା ଦେଇଛନ୍ତି । ଏନେଇ ୧୮୩/୨୦୨୦  ଦଫା ୨୦(ବି)(୨)(ସି) /୨୫/୨୯  ଏନପିସି ଅରେ ମାମଲା ରୁଜୁ କରିଛି । ଏଥିରେ ବିହାର ପଟନା ଜିଲ୍ଲାର ମାନେରଥାନା ଲୋଡିପୁର ଗ୍ରାମର ସ୍ବର୍ଗତ ରାଜଦେଓ ରାୟର ପୁଅ ଅକ୍ଷୟ କୁମାର (୩୫) ଏବଂ ବିହାର ବୈଶାଳି ଜିଲ୍ଲା ରାଘପୁର ଥାନ ଜମାଇପୁର ଗ୍ରାମର ସୁରେଶ ଖୟର ପୁଅ। ଝିଲୁ(୨୮)କୁ ଗିରଫ କରଯାଇଛି । ଗିରଫ ଚାଳକ ଏବଂ ଖଲାସୀଙ୍କ ସୂଚନା ମୁତାବକ ସେମାନେ ଭୁବନେଶ୍ୱର  ଏକ କାଳୀମନ୍ଦିର ନିକଟରୁ ଝାଡ଼ଖଣ୍ଡ-ବିହାର କୁ ଗଞ୍ଜେଇ ଚାଲାଣ କରୁଥିବା ନେଇ ପ୍ରକାଶ କରୁଥିବା ବେଳେ   ପୋଲିସର ଅଧିକ ତଦନ୍ତ୍ରପରେ ଏହି ଆନ୍ତରାଜ୍ୟ ରାଜେଟର ଏକ ପର୍ଦ୍ଦାଫାସ ହେବାସହିତ ଏହି ରାକେଟ ପଛରେ ଥିବା ବଡ଼ବଡିଆଙ୍କ ଚେହେରା ସମ୍ଭାକୁ ଅସିପରିବ  ତେବେ  ପୂର୍ବରୁ ୨୦୧୯ ମସିହା ଡିସେମ୍ବର ୮ତାରିଖ ସକାଳେ ଥିଲା ବେତନଟା ଜାବା ଆଞ୍ଚଳରୁ ଅନୁରୂପ ଭାବେ ପ୍ୟାକି  ହୋଇଥିବା ଦୁଇଟି ବଡ଼ ଗଞ୍ଜଇ ପ୍ୟାକେଟକେହି ଫିଙ୍ଗିଦେଇ ପଳାଇଥିବାବେଳେ ତତ୍କାଳୀନ ଆଇଆଇସି ପର୍ଶୁରାମ ସାହୁ ଜବତ କରିଥିଲେ । ପୁଣି ସମାନ ଭାବେ ପ୍ୟାକିଂ ହୋଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ ଘଟଣା ପୁଲିସକୁ ସଫଳତା ଆଣିଦେଇଥିବା ବେଳେ  ରାକେଟର ପର୍ଦ୍ଦାଫାସ ପାଇଁ ଚ୍ୟାଲେଞ୍ଜ ମଧ୍ୟ ସୃଷ୍ଟି କରିଛି ।

Related Posts

About The Author

Add Comment