କଟକ, ୨୪/୨/୨୬ (ସନ୍ଧାନ ନ୍ୟୁଜ୍): କଟକ ସଦର ୪୨ମୌଜା ବେଣ୍ଟକାର୍ ହାଇ ସ୍କୁଲର ୧୯୭୪ ଓ ୭୫ ମସିହାର ପୁରାତନ ଛାତ୍ରଛାତ୍ରୀଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ୩୫ ଜଣ ପୁରାତନ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ପ୍ରଥମେ ବିଭୁ ବନ୍ଦନା ପରେ ଦିବଙ୍ଗତ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ବିଦ୍ୟାଳୟ ପରିତ୍ୟାଗ ପରେ ନିଜ କର୍ମ ସଂସ୍ଥା ବିଷୟରେ ସମସ୍ତେ ଆଲୋଚନା କରି ଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସାମାଜିକ ମଙ୍ଗଳ କାର୍ଯ୍ୟରେ ସମସ୍ତେ ସମୟ ଦେବାପାଇଁ ଏକମତ ହୋଇଥିଲେ । ଏଥିରେ ଲିଙ୍ଗରାଜ ଦାଶ, ଅନଙ୍ଗ ଶତପଥୀ,ମହେନ୍ଦ୍ର ମହାପାତ୍ର, ସପ୍ନେଶ୍ୱର୍ ବେହୁରା,ରାଜକିଶୋର ସେଠୀ, ରେଣୁକା ପଣ୍ଡା,ଚପଳା ଜେନା, ରାମଚନ୍ଦ୍ର ମୁଦୁଲି,ଜିତେନ୍ଦ୍ର ଦାସ, ଭବାନୀ ଆଚାର୍ଯ୍ୟ,ଅର୍ଜୁନ ମୁଦୁଲି,ଜ୍ୟୋତିରଂଜନ ଦାସ,କୃଷ୍ଣ ଦାସ,ଶରତ ସେଠୀ, ମଦନମୋହନ ଦାସ,ଜଗଦେବ ମହାନ୍ତି, ଯତିକାନ୍ତ ମହାନ୍ତି,ସନ୍ତୋଷ ଲେଙ୍କା, ସନ୍ତୋଷ ତ୍ରିପାଠୀ, ମହେଶ୍ୱର ବେହେରା,ସ୍ମୃତିରଞ୍ଜନ ମହାନ୍ତି, ଇଲାରଣି ମହାନ୍ତି,ଗୀତା ରାଣୀ ମହାନ୍ତି, କେଳୁ ପାଣି,ଚିତ୍ତରଞ୍ଜନ ଦାସ,ପ୍ରଶାନ୍ତ ଦାସ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
ବେଣ୍ଟକାର ହାଇ ସ୍କୁଲର ୧୯୭୪ – ୭୫ ମସିହାର ପୁରାତନ ବିଦ୍ୟାର୍ଥୀଙ୍କ ବୈଠକ ।
|
February 24, 2026 |



