ବେଣ୍ଟକାର ପଂଚାୟତ ବିଜୁ ଜନତା ପକ୍ଷରୁ ବୈଠକ

Spread the love
କଟକ, ୨୪/୦୮/୨୦୨୧ (ସନ୍ଧାନ ନିଉଜ) – କଟକ ଜିଲ୍ଲା ବୟାଳିଶମୌଜା ବେଣ୍ଟକାର ପଂଚାୟତ ବିଜୁ ଜନତା ଦଳ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇ ବେଣ୍ଟକାର ପଂଚାୟତ ବିଜୁ ଜନତା ଦଳ ସଭାପତି ଶ୍ରୀ ମିହିର ରଞ୍ଜନ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୋ ସ୍କୁଲ ଅଭିଯାନର ସଭାପତି ତଥା ଅଧ୍ୟାପକ ସ୍ୱାଧୀନ ଶେଖର ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଦେଶର ଅଖଣ୍ଡତା, ସାମାଜିକ ଦାଇତ୍ଵ ବୋଧ ଓ ସର୍ଵଭୂମିତା ଉପରେ ଆଲୋଚନା ହୋଇଥିଲା । କରୋନାର ମୁକାବିଲା ପାଇଁ ସମସ୍ତେ ସାହାଯ୍ୟର ହାତ ବଢାଇବା ପାଇଁ ଅତିଥି ମାନେ ଅନୁରୋଧ କରିଥିଲେ । ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଚନ୍ଦ୍ରସାରଥୀ ବେହେରାଙ୍କୁ ବେଣ୍ଟକାର ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ଛଅ କୋଟି ଚାଳିଶ ଲକ୍ଷ ଟଙ୍କା ମଞ୍ଜୁର କରିଥିବାରୁ ସାଧୁବାଦ ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଅଶୋକ ମହାନ୍ତି,ବେଣ୍ଟକାର ସରପଞ୍ଚ ଶ୍ରୀମତୀ ବବିତା ବେହେରା,ତ୍ରିଲୋଚନ ପତି, ସମାଜସେବୀ ବିନୋଦ ବେହେରା, ସନ୍ତୋଷ ମହାପାତ୍ର, ସୁଧୀର ଶତପଥି, ବାବୁଲି ବେହେରା,  ବାଦଲ ନାୟକ, ଟୁକୁନା ଭୋଇ, ସୁବାସ ମହାନ୍ତି, ପ୍ରଶାନ୍ତ କୁମାର, ସୁଧୀର ଓଝା,  କିନୁ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।

Related Posts

About The Author

Add Comment