ବେଣ୍ଟକାର ଉପ ଡାକଘର ତିନିଦିନ ହେବ ଅଚଳ

Spread the love

କଟକ,୨/୦୧ ; କଟକ ସଦର ବୟାଳିଶମୌଜା ସ୍ଥିତ ବେଣ୍ଟକାର ଉପ ଡାକଘର ପୋଷ୍ଟ ମାଷ୍ଟର ଦେବାଶିଷ ଦାସଙ୍କ ଗତ ଡ଼ିସେମ୍ବର ୩୦ ତାରିଖରୁ ଅନ୍ୟତ୍ର ବଦଳି ହୋଇ ତାଙ୍କ ସ୍ଥାନରେ ସେହି ଦିନ ବି.ଚନ୍ଦ୍ରଶେଖର ରାଓ ପୋଷ୍ଟ ମାଷ୍ଟର ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ମାତ୍ର ପରିତାପର ବିଷୟ ଏହିକି ଡାକଘର ବ୍ୟବସ୍ଥା ଅନୁଯାୟୀ ତାଙ୍କ ପାଖକୁ ନିର୍ଦ୍ଧିଷ୍ଟ ଆଇ.ଡି ଆସି ନଥିବାରୁ ଆଜକୁ ୩ଦିନ ହେବ ଶହ ଶହ ଉପଭୋକ୍ତା ସେମାନଙ୍କର ଦରକାରୀ ରେଜିଷ୍ଟ୍ରି ଚିଠି ପତ୍ର ପଠାଇ ପାରୁ ନାହାନ୍ତି କି ପାଇ ପାରୁ ନାହାଁନ୍ତି କିମ୍ବା ଡାକଘରେ ଥିବା ତାଙ୍କ ସଞ୍ଚୟ ବହିରେ ଟଙ୍କା ପଇସା ରଖି ପାରୁ ନାହାଁନ୍ତି କିମ୍ବା ଉଠାଇ ପାରୁ ନାହାଁନ୍ତି। ଏପରିକି ଏହି ଡାକଘର ଉପରେ ନିର୍ଭରଶୀଳ ସରକାରୀ ଓ ଇ.ପି.ଏଫ୍ ପେନସନ ଭୋଗୀ ମାନେ ସେମାନଙ୍କ ପେନସନ ରାଶି ଉଠାଇ ନପାରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ଡାକ ବିଭାଗର କଟକ ସିଟି ଡିଭିଜନର ବିଭାଗୀୟ ସିନିଅର ସୁପରିନଟେଣ୍ଡେଣ୍ଟ୍ ଉକ୍ତ ଘଟଣାକୁ ଗୁରୁତର ସହ ବିଚାରକୁ ନେଇ ତଥା ଡାକ ବିଭାଗର ନିୟମ ଅନୁଯାୟୀ ବେଣ୍ଟକାର ଉପ ଡାକଘରକୁ ତୁରନ୍ତ ନିର୍ଦ୍ଧିଷ୍ଟ ଆଇ.ଡି. ପଠାଇଲେ ୪୨ମୌଜାର ୬ଗୋଟି ପଞ୍ଚାୟତର ଅଞ୍ଚଳ ବାସୀ ବିଶେଷ ଉପକୃତ ହେବେ ବୋଲି ୪୨ମୌଜା ବିକାଶ ପରିଷଦର ଉପଦେଷ୍ଟା ତଥା  ୪୨ମୌଜା ଯାଦବ ମହାସଭା ସଭାପତି ବୁଲେଇ ବେହେରା ପ୍ରେସ୍ ବିବୃତିରେ ଜଣାଇଛନ୍ତି ।

Related Posts

About The Author

Add Comment